ଅନୁଗୋଳ: ହଜିଲା ମାନବିକତା । ମୃତଦେହକୁ ମିଳିଲାନି ଚାରି କାନ୍ଧ । ଶେଷରେ ସାଇକେଲରେ ଲଦି ନିଆଯିବା ପରେ ଅନ୍ତିମ ସଂସ୍କାର କରାଯାଇଛି । କୌଣସି ସମ୍ପର୍କୀୟ ନଥିବାରୁ ଜଣେ 70 ବର୍ଷୀୟ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରାଇଥିଲେ 2ଜଣ ବ୍ୟକ୍ତି । ଏଭଳି ଏକ ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା କଣିହାଁ ରେଙ୍ଗାଲି ଥାନା ଅଞ୍ଚଳରେ ।
ରେଙ୍ଗାଲି କଲୋନୀର 70 ବର୍ଷୀୟ ଅସହାୟଙ୍କ ମୃତ୍ୟୁ ହୋଇଥିଲା । ଏହି ବୃଦ୍ଧ ଜଣକ ବାମୁରର ଗୀରିଧାରି ଗଣ୍ଡ । ଦୀର୍ଘ 40 ବର୍ଷ ଧରି ରେଙ୍ଗାଲି ଫାଟକ କଲୋନୀରେ ସ୍ବାମୀ ସ୍ତ୍ରୀ ରହୁଥିଲେ । କିନ୍ତୁ ସ୍ତ୍ରୀଙ୍କ ମୃତ୍ୟୁ ହେବା ପରେ ଏକାକୀ ଜୀବନ ବିତାଉଥିଲେ ବୃଦ୍ଧାଜଣକ ।
ବୃଦ୍ଧାଙ୍କ ମୃତ୍ୟୁ ପରେ କୌଣସି ସମ୍ପର୍କୀୟ ଆସିଥିବାରୁ ସ୍ଥାନୀୟ ଲୋକେ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ମଧ୍ୟ ଶବ ସଂସ୍କାର ପାଇଁ ମନା କରିଦେଇଥିଲା । ଫଳରେ ଗାଁର 2ଜଣ ବ୍ୟକ୍ତି ବୃଦ୍ଧଙ୍କ ମୃତଦେହକୁ ବସ୍ତାରେ ଭର୍ତ୍ତିକରି ସାଇକେଲରେ ବୋହି ନେଇଥିଲେ । ଏହା ପରେ ମାଟି ଖୋଳି ଅନ୍ତିମ ସଂସ୍କାର କରାଯାଇଥିଲେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ତେବେ ଆଜିର ଏହି ସଭ୍ୟ ସମାଜରେ ହଜିଗଲାଣି ମାନବିକତା । ସରକାର ଶବକୁ ଉପଯୁକ୍ତ ସମ୍ମାନ ଦେବାକୁ ଗୁରତ୍ବ ଦେଉଥିବାବେଳେ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ଘଟୁଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ