ଅନୁଗୋଳ: ଜିଲ୍ଲାରୁ ୯୭ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇ ପଜିଟିଭ ସଂଖ୍ୟା ପହଞ୍ଚିଛି ୨୨୦୮ରେ ।
ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ପୌରାଞ୍ଚଳରୁ ସର୍ବାଧିକ ୨୭ ଜଣ ( ୨୩ ପୁରୁଷ ଓ ୪ ମହିଳା ), ତାଳଚେର ବ୍ଲକ ଅଞ୍ଚଳରୁ ୧୭ ଜଣ ( ୧୦ ପୁରୁଷ ଓ ୭ ମହିଳା ), ବଅଁରପାଳ ବ୍ଳକ୍ ଅଞ୍ଚଳରୁ ୧୭ ଜଣ ( ୧4 ପୁରୁଷ ଓ ୩ ମହିଳା ), ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୧୦ ଜଣ ( ୭ ପୁରୁଷ ୩ ମହିଳା ), ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୧୦ ଜଣ ( ୭ ପୁରୁଷ ଓ ୩ ମହିଳା), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୭ଜଣ ( ୭ ପୁରୁଷ ), ତାଳଚେର ପୌରାଞ୍ଚଳରୁ ୩ ଜଣ ( ୨ ପୁରୁଷ ଓ ୧ ମହିଳା ), କଣିହାଁ ବ୍ଳକ୍ ଅଞ୍ଚଳରୁ ୩ ଜଣ ( ୧ ପୁରୁଷ ଓ ୨ ମହିଳା), କିଶୋରନଗର ବ୍ଲକ୍ ଅଞ୍ଚଳରୁ ୨ ଜଣ ( ୨ ପୁରୁଷ ) ଓ ପାଳଲହଡା ବ୍ଳକ୍ ଅଞ୍ଚଳରୁ ୧ ଜଣ ( ୧ଜଣ ପୁରୁଷ ) ଥିବା ସୂଚନାରେ ରହିଛି ।
![୯୭ corona patient detected in anugul](https://etvbharatimages.akamaized.net/etvbharat/prod-images/od-ang-02-angul-corona-97positive-dry-7202779_16092020193359_1609f_1600265039_863.jpg)
ଏମାନେ ସମସ୍ତେ ସ୍ଥାନୀୟ ଆକ୍ରାନ୍ତ । ଅନ୍ୟ ଆକ୍ରାନ୍ତ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡିଛି । ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିବାବେଳେ ସ୍ୱଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଥିବା ସୂଚନାରେ ରହିଛି ।
ଆଜି ଜିଲ୍ଲାରୁ ୨୩ ଜଣ ସୁସ୍ଥ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ କୋଭିଡ ହସ୍ପିଟାଲରୁ ଓ ୧୩ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି । ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୧୨୮୭ରେ ପହଞ୍ଚିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ