ଅନୁଗୋଳ: ରବିବାର ଅନୁଗୋଳ ଜିଲ୍ଳାରୁ ୯୫ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇ ପଜିଟିଭ ସଂଖ୍ୟା ପହଂଚିଛି ୧୮୨୬ରେ ଏବଂ ସୁସ୍ଥ ହେଲେ ୧୪ ଜଣ । ଆକ୍ରାନ୍ତମାନଙ୍କ ମଧ୍ୟରେ ତାଳଚେର ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୯ (୧୩ ଜଣ ପୁରୁଷ ୬ ଜଣ ମହିଳା), ଅନୁଗୋଳ ବ୍ଲକ ଅଞ୍ଚଳରୁ ୧୬ ଜଣ (୧୪ ପୁରୁଷ ୨ ମହିଳା) ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୧୬ ଜଣ (୧୨ ପୁରୁଷ ୪ ମହିଳା) କଣିହାଁ ବ୍ଲକ ଅଞ୍ଚଳରୁ ୧୩ ଜଣ (୭ଜଣ ପୁରୁଷ ୬ ଜଣ ମହିଳା), ବଅଁରପାଳ ବ୍ଲକ ଅଞ୍ଚଳରୁ ୧୧ ଜଣ (୯ପୁରୁଷ ୨ ଜଣ ମହିଳା) ଅନୁଗୋଳ ପୌରାଞ୍ଚଳରୁ ୭ ଜଣ (୨ ଜଣ ପୁରୁଷ ୫ ମହିଳା ), ତାଳଚେର ପୌରାଞ୍ଚଳରୁ ୬ ଜଣ (୫ପୁରୁଷ ୧ ଜଣ ମହିଳା) ପାଲଲହଡା ବ୍ଲକ ଅଞ୍ଚଳରୁ ୪ ଜଣ (୨ପୁରୁଷ, ୨ଜଣ ମହିଳା) କିଶୋରନଗର ବ୍ଲକ ଅଞ୍ଚଳରୁ ୨ (୨ ପୁରୁଷ ) ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ଜଣେ ପୁରୁଷ ଅଛନ୍ତି । ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବା ଜଣାପଡ଼ିଛି ।
ସମସ୍ତ ଲକ୍ଷଣ ଯୁକ୍ତ ଆକ୍ରାନ୍ତମାନଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରଣ କରାଯାଇଥିବା ବେଳେ ସ୍ୱଳ୍ପ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନ ଆକ୍ରାନ୍ତ ମାନଙ୍କୁ ନିଜ ଘରେ ଆଇସୋଲେଶନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ଇତିମଧ୍ୟରେ ସୁସ୍ଥ ହୋଇଥିବା ୧୪ ଜଣଙ୍କୁ ନିଜ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ସୁସ୍ଥ ହୋଇଥିବା ୫୯୮ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୬୧୨ ରେ ପହଁଚିଲା ।ଏନେଇ ସୂଚନା ଲୋକ ସମ୍ପର୍କ ବିଭଗ ପକ୍ଷରୁ ଜାରି ଏକ ପ୍ରେସ ବିବୃତ୍ତି ରେ ସୂଚନା ଦିଆଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ