ETV Bharat / state

ବର୍ଷାରେ ବେହାଲ ସାତକୋଶିଆ, ପୁରୁଣାକୋଟ-ଛୋଟକେଇ ରାସ୍ତା ଉପରେ ୬ଫୁଟ ଉଚ୍ଚର ପାଣି - ସାତକୋଶିଆରେ ପ୍ରବଳ ବର୍ଷା

ବାଦଲ ଫଟା ବର୍ଷାରେ ବେହାଲ ସାତକୋଶିଆ । ପୁରୁଣାକୋଟ-ଛୋଟକେଇ ରାସ୍ତା ଉପରେ ୬ଫୁଟ ଉଚ୍ଚର ପାଣି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Sep 12, 2023, 10:07 PM IST

ବର୍ଷାରେ ବେହାଲ ସାତକୋଶିଆ

ଅନୁଗୋଳ: ବର୍ଷାରେ ବେହାଲ ସାତକୋଶିଆ । ରାସ୍ତା ୧୦ ଫୁଟ ଉଚ୍ଚର ପାଣି । ଏଭଳି ସ୍ଥିତିରେ ରାସ୍ତା ପାର ହେବାକୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ଆଜି ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ ପୁରୁଣା କୋର୍ଟ ଗାଁ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷାର ପ୍ରଭାବରେ ପୁରୁଣାକୋଟ-ଛୋଟକେଇ ରାସ୍ତା ଉପରେ ୬ଫୁଟ ପାଣି ପ୍ରବାହିତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ସାତକୋଶିଆରେ ବାଦଲ ଫଟା ବର୍ଷା ଯୋଗୁଁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ପାଣି ଆସି ବିଭିନ୍ନ ନାଳଗୁଡିକରେ ୫ରୁ ୧୦ଫୁଟ ପାଣି ପ୍ରବାହିତ ହୋଇଥିଲା । ଫଳରେ ବହୁ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଅପରାହ୍ନରେ ପ୍ରବଳ ବର୍ଷାର ପ୍ରଭାବରେ ପୁରୁଣାକୋଟ-ଛୋଟକେଇ ରାସ୍ତା ଉପରେ ୬ଫୁଟ ପାଣି ପ୍ରବାହିତ ହୋଇଥିଲା । ଦୀର୍ଘ ୫ଘଣ୍ଟା ଧରି ପାଣି ପ୍ରବାହିତ ହୋଇଥିବାରୁ ଗମନାଗମନ ସମ୍ପୂର୍ଣ ବିଚ୍ଛିନ୍ନ ହୋଇଯାଇଥିଲା । ରାସ୍ତାର ଉଭୟ ଶତାଧିକ ଲୋକ ଅଟକି ରହିଥିଲେ।

ଏହା ବି ପଢନ୍ତୁ- ବର୍ଷା ବିତ୍ପତି, ଲଗାଣ ବର୍ଷାରେ ବୁଡିଲା ଜାତୀୟ ରାଜପଥ ବ୍ରିଜ

ପାଣି ସାମାନ୍ୟ କମିବାରୁ ସ୍ଥାନୀୟ ଯୁବକ ଲୋକଙ୍କ ମୋଟର ସାଇକେଲ ବୋହି ପାର କରାଇଥିଲେ । ଚୋଟକେଇରେ ନେଚର କ୍ୟାମ୍ପ ଥିବାରୁ ଅନେକ ପର୍ଯ୍ୟଟକ ମଧ୍ୟ ଯାଇ ପାରିନଥିଲେ । ସାମାନ୍ୟ ବର୍ଷା ହେଲେ ସେହି ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ନେଚର କ୍ୟାମ୍ପକୁ ଆସୁଥିବା ବାହାର ପର୍ଯ୍ୟଟକମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି । ସ୍ଥାନୀୟ ଲୋକେ ସ୍କୁଲ, କଲେଜ, ଡାକ୍ତରଖାନା ଓ ଅନ୍ୟାନ୍ୟ ଜରୁରୀ କାମରେ ଯାଇ ଆସି ପାରୁ ନାହାନ୍ତି । ତେଣୁ ସେଠାରେ ଏକ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଛନ୍ତି ।

ଏହା ବି ପଢନ୍ତୁ- Odisha Weather: ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ, ୧୩ରୁ ୧୫ ଯାଏଁ ପ୍ରବଳ ବର୍ଷା

ଏ ନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, "ଗାଁରେ ଏଭଳି ସମସ୍ୟା ଅନେକ ଦିନରୁ ଲାଗି ରହୁଛି । କେହି ପ୍ରଶାସନ ଏଠାକୁ ଆସୁନାହାନ୍ତି କି ଦୀର୍ଘ ଦିନ ଧରି ଏହି ସମସ୍ୟା ସମାଧାନ ହୋଇପାରୁନାହିଁ । ଏଥିଲାଗି ୩ରୁ ୪ ଖଣ୍ଡ ଗାଁର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାମାନ୍ୟ ବର୍ଷା ପରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି । ନାଳ ଉପରେ ପୋଲ ହେଲେ ଲୋକେ ଏହି ଅସୁବିଧାର ବର୍ତ୍ତି ପାରିବେ ।"

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.