ETV Bharat / state

'କୋକୁଆ' ଦେଖି ଲୋକେ ବିଭୋର, ମନ୍ତ୍ରୀ କହିଲେ ନାଟକ ବଞ୍ଚାଇବାକୁ ନିଆଯାଉଛି ଅନେକ ପଦକ୍ଷେପ - kokua play staged in state drama festival

ଅନୁଗୋଳରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ନାଟକ 'କୋକୁଆ' ପ୍ରଦର୍ଶିତ ହୋଇଛି । ଆତଙ୍କବାଦୀ ଉପରେ ଆଧାରିତ ଏହି ନାଟକ । ଅଧିକ ପଢନ୍ତୁ

4th day of state drama festival
4th day of state drama festival
author img

By ETV Bharat Odisha Team

Published : Sep 6, 2023, 11:57 AM IST

4th day of state drama festival

ଅନୁଗୋଳ: ଅନୁଗୋଳରେ ଚାଲିଛି ରାଜ୍ୟସ୍ତରୀୟ ନାଟକ ମହୋତ୍ସବ । ରଙ୍ଗ ସଙ୍ଗମର ଚତୁର୍ଥ ସନ୍ଧ୍ୟା ଥିଲା ସବୁ ନାଟକ ଠାରୁ ପୂରା ଅଲଗା । ରାଉରକେଲା ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଶିତ ହୋଇଥିଲା ନାଟକ 'କୋକୁଆ' । ମାତ୍ର ଏକ ଘଣ୍ଟା 20 ମିନିଟର ନାଟକ ଲୋକଙ୍କ ମନରେ ଛାଡି ଯାଇଥିଲା ଅନେକ ଛାପ । ନାଟ୍ୟକାର ଚିନ୍ତାମଣି ଜେନାଙ୍କ ରଚନାକୁ ନିର୍ଦ୍ଦେଶନାରେ ଏହି ନାଟକକୁ ସଜାଇଥିଲେ ନିର୍ଦ୍ଦେଶକ ପଞ୍ଚାନନ ପାତ୍ର ।

ନୈତିକତା, ମାନବିକତା ଓ ଆଦର୍ଶକୁ ପ୍ରତି ମୁହୂର୍ତ୍ତରେ ହତ୍ୟା କରାଯାଉଛି । ମାନବ ସଂସ୍କୃତିର ଅପମୃତ୍ୟୁ ଘଟିଛି । ହିଂସା,ରକ୍ତ ପାତ , ଉଗ୍ରବାଦ ଓ ପରମାଣୁ ଯୁଦ୍ଧର କୋକୁଆ ଭୟରେ ସମସ୍ତେ ଆତଙ୍କିତ । ଘୃଣା, ସନ୍ଦେହ ଓ ଅନ୍ଧବିଶ୍ବାସରେ ଆଜି ସାରା ପୃଥିବୀ ଜର୍ଜରିତ । ପ୍ରଶାସନର ସୁରକ୍ଷା ବଳୟ ଭିତରେ ରହି ମଧ୍ୟ ଆଜି ମଣିଷ ନିଜକୁ ଅସୁରକ୍ଷିତ ମନେ କରୁଛି । ହେଲେ ଏ କୋକୁଆ କଣ ? ଅବସରପ୍ରାପ୍ତ ମେଜର ମହେଶ୍ୱର ମର୍ଦ୍ଦରାଜଙ୍କ ପୁଅ ବୋହୂ ରାଉରକେଲାରେ ରୁହନ୍ତି । ଝାଡ଼ଖଣ୍ଡରୁ ଆତଙ୍କବାଦୀ ସହର ଭିତରକୁ ପଶି ଆସିଛନ୍ତି । ଯେଉଥି ପାଇଁ ସହର ସାରା କୋକୁଆ ଭୟ ଖେଳି ଯାଇଛି ।

ଏହା ମଧ୍ୟ ପଢନ୍ତୁ- ରଙ୍ଗ ସରଗମର ତୃତୀୟ ସନ୍ଧ୍ୟା, ମଞ୍ଚସ୍ତ ହେଲା ସାହାଡ଼ା ସୁନ୍ଦରୀ

ଏହା ମଧ୍ୟ ପଢନ୍ତୁ- ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ, ମଞ୍ଚ ନାଟକକୁ ଆହୁରି ସୁଦୂର ପ୍ରସାର ପାଇଁ ଲକ୍ଷ୍ୟ

ହଠାତ୍ ବାପା ମହେଶ୍ୱର ମର୍ଦ୍ଦରାଜ ଗାଁରୁ ପୁଅ ବୋହୂଙ୍କ ପାଖକୁ ଆସିଛନ୍ତି । କୋକୁଆ ଭୟ ସୃଷ୍ଟି ହୋଇଥିବାରୁ ଚାକରାଣୀ ମହେଶ୍ୱର ମର୍ଦ୍ଦରାଜ ବାବୁଙ୍କୁ ଆତଙ୍କବାଦୀ ଭାବି ପୋଲିସକୁ ଖବର ଦେଇଛି । ପୁଅ ବୋହୂ ଆସି ବାପାଙ୍କୁ ଚିହ୍ନିଲା ପରେ ସମସ୍ତଙ୍କ ଭ୍ରମ ଦୂର ହୋଇଛି । ନିଜର ଭୁଲ ପାଇଁ ଚାକରାଣୀ ମହେଶ୍ୱର ମର୍ଦ୍ଦରାଜ ବାବୁଙ୍କୁ କ୍ଷମା ମାଗିଛନ୍ତି । ଏହି କାହାଣୀକୁ ନେଇ ଆଧାରିତ ହୋଇଥିଲା ଏହି ନାଟକ। ଅଭିନୟରେ କରିଥିଲେ ନିଜେ ନିର୍ଦ୍ଦେଶକ ପଞ୍ଚାନନ ପାତ୍ର,ସୂର୍ଯ୍ୟ ରଶ୍ମି ଦାଶ, ଗିରିଜା ଶଙ୍କର ସ୍ୱାଇଁ,ଜଗବନ୍ଧୁ କୁମ୍ଭାର, ବିନିତ୍ ଶର୍ମା, ସ୍ମୃତି ଶିଖା ନାୟକ,ପ୍ରିୟଙ୍କା ପ୍ରିୟ ଦର୍ଶିନୀ । ତେବେ ଏହି ରଙ୍ଗ ସଙ୍ଗମର ଚତୁର୍ଥ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଭାଗୀୟ ମନ୍ତ୍ରୀ ଅଶ୍ୱନି ପାତ୍ର । ନାଟକ ଆମ ସଭ୍ୟତାର ପ୍ରତୀକ । ନାଟକକୁ ବଞ୍ଚାଇ ରଖିବାକୁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଯାହାର ଫଳ ସ୍ୱରୂପ ଅନୁଗୋଳରେ ଆୟୋଜିତ ଏହି ରଙ୍ଗ ସରଗମ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.