ETV Bharat / state

ଭରତପୁର ଖଣି ବନ୍ଦ ଆନ୍ଦୋଳନ, ବେରୋଜଗାର 33 ହଜାର ଶ୍ରମିକ

author img

By

Published : Aug 5, 2019, 7:38 PM IST

ମାଟି ଅତଡା ଖସି ଚାରି ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଅଚଳ ହୋଇପଡିଛି ଭରତପୁର କୋଇଲା ଖଣି । ହେଲେ ଏଥିଯୋଗୁଁ ପ୍ରାୟ 33 ହଜାର ଶ୍ରମିକ ବେରାଜଗାର ହେବା ନେଇ ପୁଣି ତେଜିଛି ଆନ୍ଦୋଳନ । ଘଟଣାକୁ 14 ଦିନ ପରେ ଏବେ ଯାଏଁ ସମାଧାନର ବାଟ ଫିଟୁନି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଭରତପୁର କୋଇଲା ଖଣି ଦୁର୍ଘଟଣାରେ ଚାଲିଗଲା 4 ଜୀବନ । ଆଉ ଠିଆ ହେଲା ସମସ୍ୟାର ପାହାଡ । ଏପଟେ ଗତ 14 ଦିନ ଧରି ଖଣି ବନ୍ଦ ଆନ୍ଦୋଳନ ଲାଗି ରହିଥିବା ଯୋଗୁଁ ପ୍ରାୟ ୩୩ ହଜାର ଶ୍ରମିକଙ୍କ ହାତ ଯୋଡି ବସିଛନ୍ତି । କାମଧନ୍ଦା ନଥିବାରୁ ରୋଜଗାର ହରାଉଛନ୍ତି ଶ୍ରମିକ । ଏଣୁ ଏହି ଆନ୍ଦୋଳନକୁ ବନ୍ଦ କରିବାକୁ ଟ୍ରେଡ ୟୁନିଅନ ନେତାମାନେ ସ୍ବର ଉଠାଇଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଅନୁଗୋଳ

୧୪ ଦିନ ହେବ ଖଣି ବନ୍ଦ ଥିବାରୁ ଶ୍ରମିକଙ୍କୁ କାମ ମିଳୁନି । ଏପରି ସ୍ଥିତିରେ କଣ କରିବେ ଶ୍ରମିକ ? କିପରି ପୋଷିବେ ପରିବାର । ଏ ନେଇ କୋଇଲା ଖଣି ଅଞ୍ଚଳ ରେ ଥିବା 4ଟି ଟ୍ରେଡ ୟୁନିଅନର ହଜାର ହଜାର ଶ୍ରମିକ ତାଳଚେର ଉପଜିଲ୍ଲାପାଳ ଙ୍କୁ ଭେଟି ତୁରନ୍ତ ଖଣି କାର୍ଯ୍ୟ ଆରମ୍ଭ ପାଇଁ ଦାବି କରିଛନ୍ତି ।

ଏଥିସହ ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦିଆଯାଇ ୩୩ ହଜାର ଶ୍ରମିକ ଓ ପରୋକ୍ଷ ରେ ନିର୍ଭର କରୁଥିବା ୫୦ ହଜାର ରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇବାକୁ ଦାବି ହୋଇଛି ।

ସମସ୍ତ ଘଟଣା ରେ MCL ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି । ଗତ ୨୨ ତାରିଖ ଭରତପୁର ଖଣି ରେ ମାଟି ଅତଡା ଖସି ଚାରି ଜଣ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଲାଗିରହିଛି ଏହି ଅଚଳାବସ୍ଥା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.