ETV Bharat / state

5Tସ୍କୁଲ୍‌ ରୂପାନ୍ତରଣରେ ଅନୁଗୋଳର ୨୨୭ ବିଦ୍ୟାଳୟ ସାମିଲ - 5Tସ୍କୁଲ୍‌ ରୂପାନ୍ତରଣରେ ଅନୁଗୋଳର ୨୨୭ ବିଦ୍ୟାଳୟ ସାମିଲ

ଅନୁଗୋଳ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ୨୨୭ଟି ହାଇସ୍କୁଲ ରୂପାନ୍ତରିତ। ସରକାରଙ୍କ ଏଭଳି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଗତ କରିଛନ୍ତି। ଅଧିକ ପଢନ୍ତୁ

୩ଟି ପର୍ଯ୍ୟାୟରେ ୨୨୭ଟି ହାଇସ୍କୁଲ ରୂପାନ୍ତରିତ

author img

By

Published : Jun 2, 2023, 10:22 PM IST

୩ଟି ପର୍ଯ୍ୟାୟରେ ୨୨୭ଟି ହାଇସ୍କୁଲ ରୂପାନ୍ତରିତ

ଅନୁଗୋଳ: ଏକ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାର ଆଗ୍ରହ ଆଣିବା ଲକ୍ଷ୍ୟରେ ସରକାର ବିଭିନ୍ନ ହାଇସ୍କୁଲଗୁଡିକୁ ରୂପାନ୍ତରିତ କରିଛନ୍ତି । ଅନୁଗୋଳ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ୨୨୭ଟି ହାଇସ୍କୁଲକୁ ଏଥିରେ ଅନ୍ତର୍ଭୁକ୍ତ କରିଛନ୍ତି । ହଜାର ହଜାର ଛାତ୍ରଛାତ୍ରୀ ଆଗ୍ରହରେ ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ, ସାଇନ୍ସ ଲ୍ୟାବ ଆଦିର ସୁଯୋଗ ନେଉଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ସ୍ୱାଗତ କରିଛନ୍ତି ।

ଅଧିକ ପଢ଼ନ୍ତୁ: 5T ସ୍କୁଲ ରୂପାନ୍ତରଣ: ୧୧୫ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଶିକ୍ଷକ କହିଛନ୍ତି,‘‘5ଟି ରୂପାନ୍ତରଣ କାର୍ଯ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକର ରୂପ ରଙ୍ଗ ବଦଳାଇ ଦେଇଛନ୍ତି । ପ୍ରତ୍ୟେକ ସ୍କୁଲକୁ ରଙ୍ଗୀନ କରିବା ସହ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ସ୍କୁଲ୍‌ର ବାତାବରଣ ଓ ପରିବେଶକୁ ସୁନ୍ଦର ଓ ସବୁଜ କରିଛନ୍ତି । ଫଳରେ ଛାତ୍ରଛାତ୍ରୀ ଆଉ ଆଗ ଭଳି ସ୍କୁଲ୍‌କୁ ଯିବାକୁ ଅମଙ୍ଗ ହେବା ପରିବର୍ତ୍ତେ ଦୈନିକ ସ୍କୁଲ୍‌କୁ ଯିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସ୍କୁଲ୍‌ଗୁଡିକରେ ଥିବା ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ଏବଂ ସାଇନ୍ସ ଲ୍ୟାବଗୁଡିକରେ ନୂଆ ନୂଆ କଥା ଶିଖିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ସ୍କୁଲ୍‌ଗୁଡିକର ରୂପାନ୍ତରଣ ପରେ କେବଳ ଛାତ୍ରଛାତ୍ରୀ କାହିଁକି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ମଧ୍ୟରେ ପାଠ ପଢ଼ିବାର ଆଗ୍ରହ ଦ୍ବିଗୁଣିତ ହୋଇଯାଇଛି । ତେଣୁ ସରକାର ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସ୍କୁଲଗୁଡିକୁ ରୂପାନ୍ତରିତ କରିଛନ୍ତି ତାହା ଶତପ୍ରତିଶତ ସଫଳ ହୋଇଛି । ରାଜ୍ୟରେ ସରକାର ବିଭିନ୍ନ ସ୍କୁଲରେ ରୂପାନ୍ତର କାର୍ଯ୍ୟ କରିବା ସହ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି ।’’

ଅଧିକ ପଢ଼ନ୍ତୁ: 5T ସ୍କୁଲ ଲୋକାର୍ପଣରେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର, ସମସ୍ତ କ୍ଷେତ୍ରରେ ସାଧୁତା ରକ୍ଷା କର

ଛାତ୍ରଛାତ୍ରୀ କହିଛନ୍ତି,‘‘ଅନୁଗୋଳ ଜିଲ୍ଲାରେ ୩ଟି ପର୍ଯ୍ୟାୟରେ ମୋଟ ୨୨୭ଟି ହାଇ ସ୍କୁଲର ରୂପାନ୍ତରିତ ହୋଇଛି । ସ୍କୁଲଗୁଡିକ ରଙ୍ଗ ବେରଙ୍ଗ ହେବା ସହ ସୁନ୍ଦର ଓ ସବୁଜିମା ଦେଖା ଯାଉଛି । ସ୍କୁଲ ପରିବେଶକୁ ଗଲେ ଆଉ ଫେରିବାକୁ ମନ ହେଉ ନାହିଁ। ଅତ୍ୟାଧୁନିକ ଟେକ୍ନୋଲୋଜି କରାଣରୁ ପାଠ ପଢିବାରେ ସହଜ ହେଉଛି।’’ ଶିକ୍ଷକ ଶିକ୍ଷାୟତ୍ରୀଙ୍କ ମଧ୍ୟରେ ପାଠ ପଢିବା ଓ ପଢ଼ାଇବାର ଯେଉଁ ମନମୁଗ୍ଧକର ପରିବେଶ । ସ୍କୁଲ ଗୁଡିକ ସବୁବେଳେ ଚଳଚଞ୍ଚଳ । ଶିକ୍ଷାର ବିକାଶ ପାଇଁ ତୃଣମୂଳସ୍ତରରୁ ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରାଇବାର ପ୍ରୟାସ ନିଶ୍ଚିତ ଭାବେ ସରକାରଙ୍କ ଏକ ବଡ଼ ଓ ଯୁଗାନ୍ତକାରୀ ପଦକ୍ଷେପ । ସରକାରଙ୍କ ଏଭଳି ପଦକ୍ଷେପକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.