ଅନୁଗୋଳ: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ପୁଣି ୨୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଆକ୍ରାନ୍ତ ସଂଖ୍ୟା ୧୮୮କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ଲୋକ ସମ୍ପର୍କ ବିଭଗ ଓ ସ୍ୱାସ୍ଥ୍ୟ ବିଭାଗ ।
ଏହି ୨୨ଟି ନୂଆ ଆକ୍ରାନ୍ତ କେଉଁ ଅଞ୍ଚଳର ସେମାନେ ସଙ୍ଗରୋଧରେ ଥିଲେ ନା ଶିଳ୍ପାଞ୍ଚଳ ସେନେଇ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଏନେଇ ଜିଲ୍ଲା ପ୍ରଶାସନ କୌଣସି ସଠିକ ତଥ୍ୟ ରଖି ନାହିଁ।
ସେପଟେ ଗତ କିଛି ଦିନ ହେବ ଶିଳ୍ପାଞ୍ଚଳରେ ପଜିଟିଭ ସଂଖ୍ୟା ବଢ଼ୁଥିବା ବେଳେ ଏବେ ସହରାଞ୍ଚଳରେ ପଜିଟିଭ ଅଧିକ ଚିହ୍ନଟ ହେଉଛନ୍ତି । ସୂଚନା ଅନୁସାରେ ମୋଟ ୧୮୮ ମଧ୍ୟରୁ ୧୩୩ ସୁସ୍ଥ ହୋଇଥିବା ବେଳେ, ଏଥିରେ 2 ଜଣଙ୍କର ମୃତ୍ୟୁ ଘଟିଛି । ସମୁଦାୟ ୫୩ଟି ମାମଲା ସକ୍ରିୟ ରହିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ