ETV Bharat / state

Chhendipada Constituency: ମିଶନ ୨୪ ପାଇଁ ପାଗଭିଡା, କିଏ ହାତେଇବ ଛେଣ୍ଡିପଦା ସିଟ୍‌ ? - ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କଂଗ୍ରେସର ପ୍ରଚାର

ସାଧାରଣ ନିର୍ବାଚନ 2024 ପାଇଁ ରାଜନୀତି ରଣକ୍ଷେତ୍ରରେ ଲଢ଼ିବାକୁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଭୋଟରଙ୍କୁ ଆକୃଷ୍ଟ ପାଇଁ ଚାଲିଛି ଜୋରଦାର କସରତ । ଏହାରି ଭିତରେ ଫୋକସରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ । କିଏ ମାରିବ ବାଜି ? ଅଧିକ ପଢ଼ନ୍ତୁ

2024 Fight
2024 Fight
author img

By ETV Bharat Odisha Team

Published : Nov 1, 2023, 8:46 PM IST

Updated : Nov 1, 2023, 10:26 PM IST

2024 Fight

ଅନୁଗୋଳ: 2024 ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳୁଛି । ରାଜନୈତିକ ଦଳ ଗୁଡିକ ଏବେ ଠାରୁ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲେଣି । କର୍ମୀ ଓ ନେତା ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ଲାଗି ପଡିଛନ୍ତି । ବିଭିନ୍ନ ରାଜନୈତିକ ଦଳ ଗୁଡିକ ସଭା ସମିତି ଓ ପଦଯାତ୍ରା କରି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଆଶାୟୀମାନେ ପ୍ରାର୍ଥୀ ହେବା ପାଇଁ ଆରମ୍ଭ କରିଛନ୍ତି ଦୌଡ଼ । ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲଗାଇ ନିଜର ଆଶା ଜାହିର କରୁଛନ୍ତି । ଏହାରି ମଧ୍ୟର୍ ଚର୍ଚ୍ଚାରେ ଅଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀ ।

ଛେଣ୍ଡିପଦାରେ ଏସବୁ ରହିଛି ମୁଖ୍ୟ ସମସ୍ୟା: ତେବେ ଅନୁଗୋଳ ଜିଲ୍ଲାରେ ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, ତାଳଚେର ଓ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ବିଧାନସଭା ନିର୍ବାଚନ ମଣ୍ଡଳୀ ନମ୍ବର-୬୨ରେ ଥିବା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ଅଞ୍ଚଳ ଜଙ୍ଗଲ ଅଧ୍ୟୁଷିତ । କୃଷି ଲୋକଙ୍କର ମୁଖ୍ୟ ଜୀବିକା । ଏଠାରେ ଏବେ ୧୨ରୁ ଅଧିକ କୋଇଲା ଖଣି ଖନନ କରାଯିବ । ଦୁଇ ତିନିଟି ଖଣି ଖନନ କାମ ମଧ୍ୟ ଆରମ୍ଭ ହୋଇ ଗଲାଣି । ତେଣୁ ପ୍ରଦୂଷଣ, ବିସ୍ଥାପନ ଓ ଜୀବନ ଜୀବିକା ହେଉଛି ଏ ଅଞ୍ଚଳର ପ୍ରମୁଖ ସମସ୍ୟା ।

ଅନୁସୂଚିତ ଜାତି(SC) ପାଇଁ ସିଟ୍‌ ସଂରକ୍ଷିତ: ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀରେ ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ ବଅଁରପାଳ ବ୍ଲକର ୧୨ଟି ପଞ୍ଚାୟତ ଏହିପରି ମୋଟ ୪୬ଟି ପଞ୍ଚାୟତ ଅଛି । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା ୨୦୩୨୫୭ ଅଛନ୍ତି । ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୯୭୧୦୫ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧୦୬୧୫୨ ଅଛନ୍ତି । ଏହି ଆସନଟି ବହୁ ଦିନରୁ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଭାବେ ଚାଲି ଆସିଛି । ତେଣୁ ପ୍ରତ୍ୟକ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଛାଡି ସ୍ୱାଧୀନ ଓ ଅନ୍ୟ ଦଳୀୟ ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟା ଅଧିକ ରହୁଛି ।

ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର: ଯଦି ଗତ ୨୦୧୯ ସାଧାରଣ ନିର୍ବାଚନ କଥା ଦେଖାଯାଏ, ତେବେ ବିଧାୟକ ପ୍ରାର୍ଥୀ ଭାବେ ଏଠାରେ ୮ଜଣ ପ୍ରତିଦ୍ବନ୍ଦିତା କରୁଥିଲେ । କିନ୍ତୁ ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦିତା ହୋଇଥିଲା । ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ୭୪୯୧୧ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଅଗସ୍ତି ବେହେରାଙ୍କ ଠାରୁ ୬୭୯୪ ଅଧିକ ଭୋଟରେ ବିଜୟୀ ହୋଇଥିଲେ । ବିଜେପିର ଅଗସ୍ତି ବେହେରା ୬୮୧୧୭ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସର ସସ୍ମିତା ବେହେରା ୧୬୫୮୮ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଥିଲା।

ଟିକଟ ଆଶାରେ ଯୁବ ପ୍ରାର୍ଥୀ: ୨୦୧୯ ନିର୍ବାଚନ ଆଉ ବର୍ତ୍ତମାନକୁ ଦେଖିଲେ ଏହା ମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ସାରିଛି । ବିଭିନ୍ନ ଦଳର ନେତୃତ୍ୱ ବଦଳିଛି । ଯୁବ କର୍ମୀମାନେ ଆଗେଇ ଆସିଛନ୍ତି । ଆଶାୟୀମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେଣୁ ଭୋଟରମାନେ ଦ୍ଵନ୍ଦରେ ରହିଛନ୍ତି । ଏଥର ସେହି ନିର୍ବାଚନ ମଣ୍ଡଳୀର ବାଗେଡ଼ିଆ ଅଞ୍ଚଳର ଯୁବ ସମାଜସେବୀ ଜଳଧର ସେଠୀ ବିଜେଡିରୁ ଟିକେଟ ପାଇଁ ଆଶାବାନ୍ଧି ବସିଛନ୍ତି । ସେ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଆଦି ଲଗାଇ ନିଜର ପ୍ରଚାର ଆରମ୍ଭ କଲେଣି । ନିଜର ସଙ୍ଗଠନ ସୁଦୃଢ଼ କରୁଛନ୍ତି । ବୃତ୍ତିରେ ଜଣେ ଫାର୍ମାସିଷ୍ଟ । ତେବେ ଆସନ୍ତା ନିର୍ବାଚନକୁ ନେଇ ଭିନ୍ନ ଭିନ୍ନ ଭୋଟରଙ୍କ ଭିନ୍ନ ଭିନ୍ନ ମତ ରହିଛି ।

ସ୍ଥାନୀୟ ସମସ୍ୟା ସମାଧାନକୁ ଫୋକସ୍‌: ଏହାଛଡା ଛେଣ୍ଡିପଦାରେ ଖଣି, ଖାଦାନ ଯୋଗୁଁ ବ୍ୟାପକ ପ୍ରଦୂଷଣ ଓ ବିସ୍ଥାପନ ସମସ୍ୟା ରହିଛି । ବ୍ୟାପକ ଚାଷ ଜମି ଅଧିଗ୍ରହଣ ହୋଇଥିବାରୁ ଲୋକେ ଚାଷବାସ ହରାଇ ଜୀବିକା ହରାଇଛନ୍ତି । ଏସବୁ ମୁଖ୍ୟ ସମସ୍ୟା ହୋଇ ଥିବାରୁ ଯେଉଁ ପ୍ରାର୍ଥୀ ଏସବୁର ସଠିକ ସମାଧାନ ପାଇଁ ପ୍ରତିଶ୍ରୁତି ଦେବ ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସ୍ଥିର କରିଛନ୍ତି ଭୋଟର । ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ରାଜନୈତିକ ଦଳର ଭିନ୍ନ ଭିନ୍ନ ମୁଦ୍ଦା ରହିଛି ।

ବିଜେଡି ଗଡକୁ ହାତେଇବାକୁ ଚେଷ୍ଟା କରିବେ ବିରୋଧି: ଶାସକ ବିଜେଡି ଜାଗା ମିଶନ, ପାନୀୟ ଜଳ ଯୋଗାଣ, ଜଳ ସେଚନ, ବିଜୁ ସ୍ୱାସ୍ଥ୍ୟ ଯୋଜନା, ମହିଳା ସଶକ୍ତିକରଣ ଭଳି ବଡ଼ ବଡ଼ ସଫଳ ଯୋଜନାକୁ ନେଇ ଭୋଟରଙ୍କ ନିକଟତର ହେବାକୁ ଯୋଜନା କରୁଛି । ଅନେକ ସମୟରେ କେନ୍ଦ୍ରୀୟ ଅବହେଳା ଅଭିଯୋଗରେ ଆନ୍ଦୋଳନ କରୁଛି । ୨୦୦୯ ନିର୍ବାଚନ ଠାରୁ ଏଠାରେ ବିଜେଡିର ଖଗେଶ୍ୱର ବେହେରା ବିଧାୟକ ଭାବେ ବିଜୟ ଲାଭ କରିଥିଲେ । ୨୦୧୪ରେ ପୁଣି ବିଜେଡି ପ୍ରାର୍ଥୀ ଭାବେ ସୁଶାନ୍ତ କୁମାର ବେହେରା ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୯ରେ ମଧ୍ୟ ବିଜେଡିର ସୁଶାନ୍ତ କୁମାର ବେହେରା ପୁଣି ଥରେ ଦ୍ଵିତୀୟ ଥର ପାଇଁ ବିଜୟୀ ହୋଇଥିଲେ । ତେଣୁ ଏହି ନିର୍ବାଚନ ମଣ୍ଡଳୀ ବିଜେଡିର ଦୁର୍ଗ ଭାବେ ଜଣାଶୁଣା । ଏଥର ପୁଣି ଥରେ ବାଜିମାତ୍ କରିବାକୁ ଲକ୍ଷ୍ୟ ରଖିଛି ବିଜେଡି ।

ଏହା ମଧ୍ୟ ପଢ଼ନ୍ତୁ.........ସମ୍ବଲପୁରରୁ ନିର୍ବାଚନ ଲଢ଼ିବେ କି ନବୀନ ? ପ୍ରସ୍ତାବ ଦେଲେ ବରିଷ୍ଠ ବିଜେଡି ନେତା

ଧର୍ମେନ୍ଦ୍ରଙ୍କ ଗସ୍ତ ବିଜେପିକୁ ଦେଉଛି ବଳ: ଅନ୍ୟ ପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲ୍ଲାର ବିକାଶ ପାଇଁ ବ୍ୟାପକ କେନ୍ଦ୍ରୀୟ ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି । ତେଣୁ ବିଜେପି ଏହାକୁ ପାଥେୟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛି । ବିଜେପି ବ୍ୟାପକ କେନ୍ଦ୍ରୀୟ ଅନୁଦାନକୁ ମୁଖ୍ୟ ମୁଦ୍ଦା କରିବା ସହ ଗାଁ ଗାଁ ଓ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାର ବିରୁଦ୍ଧରେ ଆନ୍ଦୋଳନ କରୁଛି । ତେଣୁ ଏଠାରେ ବିଜେପି ଭଲ ସ୍ଥିତିରେ ରହିଥିବା କଥା କହିଛି ଦଳ ।

ପଛରେ ନାହିଁ ହାତ: କଂଗ୍ରେସ ମଧ୍ୟ ଗତ ୨୦୧୯ ନିର୍ବାଚନ ଅପେକ୍ଷା ଏଥର ସାମାନ୍ୟ ସକ୍ରିୟ ଜଣାପଡୁଛି । କଂଗ୍ରେସର ପୂର୍ବ ଥରର ବିଧାୟକ ପ୍ରାର୍ଥୀ ତଥା ଏଥର ଦଳୀୟ ଟିକେଟ ପାଇବାକୁ ଆଶା ରହିଥିବା ସସ୍ମିତା ବେହେରା ସେ ଅଂଚଳରେ ଜଣେ ସଚ୍ଚୋଟ, ଉଚ୍ଚ ଶିକ୍ଷିତ ଓ ଭଦ୍ର ମହିଳା ଭାବେ ଜଣାଶୁଣା । ସେ ଏବେ ଠାରୁ ଖଣି ବିସ୍ଥାପିତ ଓ ପ୍ରଦୂଷଣ ସମସ୍ୟାକୁ ନେଇ ଜୋର ଦାର ଆନ୍ଦୋଳନ ଚଳାଇଛନ୍ତି । ବିଶେଷ କରି ମହିଳା ମାନଙ୍କୁ ଏକାଠି କରୁଛନ୍ତି । ତେଣୁ ଏଥର ଭୋଟର ତାଙ୍କୁ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି । ଏଥର ମଧ୍ୟ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦ୍ବିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି । ତେଣୁ ଭୋଟର କେଉଁ ଦଳ ଓ କେଉଁ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବେ ଏବେ ତାହା ଉପରେ ନଜର ।

ଇଟିଭି ଭାରତ, ଅନୁଗୋଳ

Last Updated : Nov 1, 2023, 10:26 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.