ETV Bharat / state

ଶିକାର କରି ହାତୀ ଦାନ୍ତ କାଟିନେବା ଘଟଣା: 3 ଗିରଫ, 2 ଫେରାର

ଅନୁଗୋଳ ଜିଲ୍ଲାର ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ ଠାବ ଘଟଣା । 3 ଜଣଙ୍କୁ ଗିରଫ କରିଛି ବନବିଭାଗ । ଅଧିକ ପଢନ୍ତୁ...

ଶିକାର କରି ହାତୀ ଦାନ୍ତ କାଟିନେବା ଘଟଣା: 3 ଗିରଫ, 2 ଫେରାର
ଶିକାର କରି ହାତୀ ଦାନ୍ତ କାଟିନେବା ଘଟଣା: 3 ଗିରଫ, 2 ଫେରାର
author img

By

Published : Oct 6, 2020, 8:32 AM IST

ଅନୁଗୋଳ: ଜିଲ୍ଲାର ପାଲଲହଡା ରେଞ୍ଜ ତପ୍ତଝରଣ ଗାଁ ନିକଟସ୍ଥ ମାଲ୍ୟଗିରି ସଂରକ୍ଷିତ ଜଙ୍ଗଲରେ ହାତୀକୁ ମାରି ଦାନ୍ତ କଟିନେବା ଘଟଣାରେ ବନ ବିଭଗ 3 ଜଣଙ୍କୁ ଗିରଫ କରିଛି । ଏହାସହ 4 ଜଣଙ୍କୁ ଅଟକ ରଖି ପଚରାଉଚରା ଜାରିରଖିଛି। ସେପଟେ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।

ଶିକାର କରି ହାତୀ ଦାନ୍ତ କାଟିନେବା ଘଟଣା: 3 ଗିରଫ, 2 ଫେରାର

ବନ ବିଭଗ ସୂଚନା ଅନୁସାରେ, ଶିକାର ପାଇଁ ଲଗାଇଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାର ମୃତ୍ୟୁ ହୋଇଥିବାବେଳେ, ଦୁର୍ବୁତ୍ତ ମାନେ ତାର ଦାନ୍ତ କାଟି ନେଇଥିଲେ। ଘଟଣାରେ ଗିରଫ ଅଭିଯୁକ୍ତ ମାନେ ହେଲେ ତପ୍ତଝରଣ ଗାଁର ଦଶରା ନାୟକ, କାଳିଆ ନାୟକ ଓ ବୈଶାଖୁ ନାୟକ।

ଗତ 1 ତାରିଖରେ ବନ ବିଭାଗ ଏହି ଦନ୍ତା ହାତୀର ମୃତଦେହ ଠାବ କରିଥିଲା। ସେପଟେ ହାତୀର ଦାନ୍ତ ଉଦ୍ଧାର ପାଇଁ ମଧ୍ୟ ତଦନ୍ତ ଜାରିରହିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.