ETV Bharat / state

ଅଶୁଭ ଶନିବାର: ପୃଥକ-ପୃଥକ ଦୁର୍ଘଟଣାରେ 2 ମୃତ, ଜଣେ ଗୁରୁତର - ଅନୁଗୁଳ ଦୁର୍ଘଟଣା

ପୃଥକ ଦୁର୍ଘଟଣା ନେଇଛି 2 ଜୀବନ । ବସ ଧକ୍କାରେ ଢେଙ୍କାନାଳରେ ଓ ଟ୍ରକ ଧକ୍କାରେ ଅନୁଗୋଳରେ 2 ମୃତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
author img

By

Published : Jun 29, 2019, 12:02 PM IST

ଅନୁଗୋଳ: ଅଶୁଭ ଶନିବାର ନେଇଛି 2 ଜୀବନ । ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ପୃଥକ ପୃଥକ ଦୁର୍ଘଟଣାରେ ଏପରି ଘଟିଛି ।

ମିଳିଥିବା ସୂଚନାନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ବାଇକକୁ ଧକ୍କା ଦେଇଛି ବସ । ସ୍ବାମୀ ଓ ସ୍ତ୍ରୀ ବାଇକ ଯୋଗେ ପଣ୍ଡୁଆ ଯାଉଥିବାବେଳେ ଏକ ବସ ପଛରୁ ଧକ୍କା ଦେଇ ପଳାଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ଗୁରୁତର ଅଛନ୍ତି । ମୃତକ ମଠକରଗୋଳା ଅଞ୍ଚଳର ଗତିକୃଷ୍ଣ ଖୁଣ୍ଟିଆ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଅନୁଗୋଳ

ସେହିପରି ଅନୁଗୋଳ ଜିଲ୍ଲା ପାଲଲହଡା ଦେଇ ଯାଇଥିବା 149 ନମ୍ବର ଜାତୀୟ ରାଜପଥରେ ଆଉ ଏକ ଦୁର୍ଘଟଣା ଘଟିଛି । ପୁରୁଣାପାଣି ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ରାସ୍ତା କଡରେ ଛିଡା ହୋଇଥିଲା । ଏହାକୁ ଆଉ ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା । ତେବେ ଘଟଣାରେ ମୃତ ଡ୍ରାଇଭରର ପରିଚୟ ମିଳିନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:ପୃଥକ ପୃଥକ ଦୁର୍ଘଟଣା ରେ ଦୁଇ ମୃତ । ଜଣେ ଗୁରୁତର ।Body:ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ପୃଥକ ପୃଥକ ଦୁର୍ଘଟଣାରେ ଯାଇଛି ଦୁଇଜଣଙ୍କ ଜୀବନ ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଦୁର୍ଘଟଣାରେ ସ୍ବାମୀ ମୃତ ହୋଇ ଥିବା ବଳେ ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।ଉଭୟ ବାଇକ ଯୋଗେ ପଣ୍ଡୁଆ ଯାଉଥିବା ସମୟରେ ଏକ ବସ ତାଙ୍କ ବାଇକକୁ ପଛରୁ ଧକ୍କାଦେଇ ପଳାଇଯାଇଥିଲା ।ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା ସେଠାରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି।
ମୃତକ ମଠକରଗୋଳା ଅଞ୍ଚଳର ଗତିକୃଷ୍ଣ ଖୁଣ୍ଟିଆ।ସେହିପରି ଅନୁଗୋଳ ଜିଲ୍ଲା ପାଲଲହାଡ଼ା ଦେଇ ଯାଇଥିବା 149 ନମ୍ବର ଜାତୀୟ ରାଜପଥ ପୁରୁଣାପାଣି ଛକ ନିକଟରେ ଦୁର୍ଘଟଣା ରେ ଜଣେ ଟ୍ରକ ଡ୍ରାଇଭର ର ମୃତ୍ୟୁ ହୋଇଛି । ଏକ କୋଇଲା ବିଝେଇ ଟ୍ରକ ରସ୍ଥା କଡରେ ଛିଡା ହୋଇ ଥିବା ବେଳେ ଆଉ ଟ୍ରକ ତା ପଛ ପଟୁ ଧକ୍କା ଦେଇଥିଲା ।ତେବେ ମୃତ ଡ୍ରାଇଭର ର ପରିଚୟ ମିଳିପାରିନାହିଁ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.