ETV Bharat / sports

ମା'ଙ୍କୁ ସଫଳତାର ଶ୍ରେୟ ଦେଲେ ହକି କ୍ୟାପଟେନ ମନପ୍ରୀତ

author img

By

Published : Aug 12, 2021, 7:24 PM IST

ଭାରତୀୟ ପୁରୁଷ ହକି ଟିମ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତି ଭାରତର ୪୧ ବର୍ଷର ପଦକ ମରୁଡିକୁ ଶେଷ କରିଛନ୍ତି । ଏଥିସହ ସଦ୍ୟ ପ୍ରକାଶିତ FIH ବିଶ୍ବ ମାନ୍ୟତାରେ ବେଲଜିୟମ ଓ ଅଷ୍ଟ୍ରେଲିଆ ପଛକୁ ତୃତୀୟ ସ୍ଥାନ ଅଧିକାର କରିଛି । ଅଧିକ ପଢନ୍ତୁ...

Won't be here today without my mother, says hockey captain Manpreet Singh
ମା'ଙ୍କୁ ସଫଳତାର ଶ୍ରେୟ ଦେଲେ ହକି କ୍ୟାପଟେନ ମନପ୍ରୀତ

ଅମ୍ରିତସର: ଭାରତୀୟ ପୁରୁଷ ହକି ଟିମ କ୍ୟାପଟେନ ମନପ୍ରୀତ ସିଂହ ସଫଳତାର ଶ୍ରେୟ ନିଜ ମା'ଙ୍କୁ ଦେଇଛନ୍ତି । ମା' ମୁହଁର ହସ ତାଙ୍କ ମୁହଁରେ ହସ ଫୁଟାଇଥାଏ, ଆଜି ଯେଉଁଠି ପହଞ୍ଚିପାରିଛି ତାହା ମା'ଙ୍କ ବିନା ସମ୍ଭବ ନଥିଲା ବୋଲି କହିଛନ୍ତି ମନପ୍ରୀତ । ମନପ୍ରୀତ ମା'ଙ୍କ କୋଳରେ ଶୋଇଥିବାର ଏକ ଫଟୋ ସେୟାର କରିଛନ୍ତି ଓ ଟ୍ବିଟରରେ ଲେଖିଛନ୍ତି 'ଲଭ ୟୁ ମା' । ଏହି ଫଟୋରେ ମନପ୍ରୀତଙ୍କ ମା'ଙ୍କ ବେକରେ ଟୋକିଓ ଅଲମ୍ପିକ୍ସରେ ଭାରତୀୟ ହକି ଟିମ ଜିତିଥିବା ବ୍ରୋଞ୍ଜ ପଦକ ରହିଛି ।

ପୂର୍ବରୁ ବୁଧବାର ଭାରତୀୟ ପୁରୁଷ ଓ ମହିଳା ହକି ଖେଳାଳି ପଞ୍ଜାବରେ ପହଞ୍ଚିବା ପରେ ଅମ୍ରିତସରରେ ଭବ୍ୟ ସ୍ବାଗତ କରାଯାଇଥିଲା । ଭାରତୀୟ ପୁରୁଷ ହକି ଟିମ ଟୋକିଓ ଅଲମ୍ପିକରେ ବ୍ରୋଞ୍ଜ ପଦକ ଜିତି ଭାରତର ୪୧ ବର୍ଷର ପଦକ ମରୁଡିକୁ ଶେଷ କରିଛନ୍ତି । ଏଥିସହ ସଦ୍ୟ ପ୍ରକାଶିତ FIH ବିଶ୍ବ ମାନ୍ୟତାରେ ବେଲଜିୟମ ଓ ଅଷ୍ଟ୍ରେଲିଆ ପଛକୁ ତୃତୀୟ ସ୍ଥାନ ଅଧିକାର କରିଛି ।

ଏହାପୂର୍ବରୁ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ହକି ଟିମର ବିଶ୍ବ ମାନ୍ୟତା ୪ ରହିଥିଲା । FIH ହକି ପ୍ରୋ- ଲିଗ ୨୦୨୦ର ଦ୍ବିତୀୟ ସଂସ୍କରଣରେ ପ୍ରଥମ ୩ଟି ରାଉଣ୍ଡରେ ଦମଦାର ପ୍ରଦର୍ଶନ ସହ ମାର୍ଚ୍ଚ ୨୦୨୦ରେ ଏହି ଶ୍ରେଷ୍ଠ ମାନ୍ୟତା ହାସଲ କରିଥିଲା ଟିମ ।

ମେନ ଇନ ବ୍ଲୁ ପୁଲ୍‌ ଏରେ ରହିଥିଲା ଓ ଗ୍ରୁପ ପର୍ଯ୍ୟାୟର ୫ଟି ମ୍ୟାଚରୁ ୪ଟି ବିଜୟ ସହ ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟର ଫାଇନାଲକୁ ଉନ୍ନିତ ହୋଇଥିଲେ । ପରେ କ୍ବାର୍ଟରରେ ଗ୍ରେଟ ବ୍ରିଟେନକୁ ୩-୧ରେ ହରାଇ ସେମିରେ ପ୍ରବେଶ କରିଥିଲେ । ମାତ୍ର ବେଲଜିୟମ ବିପକ୍ଷରେ ଐତିହାସିକ ସେମିଫାଇନାଲ ମ୍ୟାଚରେ ୫-୨ରେ ପରାଜୟ ମିଳିଥିଲା । ଫଳରେ ତୃତୀୟ ସ୍ଥାନ ପାଇଁ ବ୍ରୋଞ୍ଜ ପଦକ ମ୍ୟାଚରେ ଜର୍ମାନୀକୁ ୫-୪ରେ ହରାଇ ଐତିହାସିକ ବିଜୟ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.