ETV Bharat / sports

Tokyo Olympics: ରୌପ୍ୟ ଜିତିଲେ ଚାନୁ, ଛୁଟିଲା ଶୁଭେଚ୍ଛାର ସୁଅ - ୨୬ ବର୍ଷୀୟ ମୀରାବାଇ

୪୯ କିଗ୍ରା ଭାରୋତ୍ତଳନ ବର୍ଗରେ ରୌପ୍ୟ ଜିତି ସାରା ଦେଶ ପାଇଁ ଗର୍ବ ଆଣିଛନ୍ତି ୨୬ ବର୍ଷୀୟ ମୀରାବାଇ । ମୀରାଙ୍କର ଏହି ସଫଳତା ପାଇଁ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ଅଧିକ ପଢ଼ନ୍ତୁ...

wishes pours in for meerabai,  meerabai chanu wins silver medal, medal for india in tokyo olympics,  tokyo olympics, meerabai chanu, ମୀରାବାଇ ଚାନୁ, ରୌପ୍ୟ ଜିତିଲେ ମୀରାବାଇ ଚାନୁ, ରୌପ୍ୟ ପଦକ, ୨୬ ବର୍ଷୀୟ ମୀରାବାଇ, ମୀରାବାଇଙ୍କୁ ଶୁଭେଚ୍ଛା
wishes pours in as meerabai chanu wins silver medal in tokyo olympics
author img

By

Published : Jul 24, 2021, 5:33 PM IST

ହାଇଦ୍ରାବାଦ: ଟୋକିଓ ଅଲମ୍ପିକର ପ୍ରଥମ ଦିନରେ ଭାରତ ପାଇଁ ଗର୍ବ ଓ ଗୋରବ ଆଣିଛନ୍ତି ମଣିପୁରୀ ଝିଅ ମୀରାବାଇ ଚାନୁ । ୪୯ କିଗ୍ରା ଭାରୋତ୍ତଳନ ବର୍ଗରେ ରୌପ୍ୟ ଜିତି ସାରା ଦେଶ ପାଇଁ ଗର୍ବ ଆଣିଛନ୍ତି ୨୬ ବର୍ଷୀୟ ମୀରା । ତେବେ ମୀରାଙ୍କର ଏହି ସଫଳତା ପାଇଁ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ମୀରାବାଇଙ୍କ ପରିବାର, ତାଙ୍କ କୋଚ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସିନେ ତାରକାଙ୍କ ଠାରୁ ଆରମ୍ଭ କରି କ୍ରିକେଟର ସମସ୍ତେ ମୀରାଙ୍କ ପ୍ରଶଂସାରେ ଶତମୁଖ ।

ମୀରାଙ୍କ ମା ଝିଅ ପାଇଁ ଖୁବ ଗର୍ବିତ । ସେ କହିଛନ୍ତି ଯେ, ‘‘ଆମେ ଖୁସି ଯେ ସେ ଟୋକିଓ ଅଲମ୍ପିକରେ ଭାରତ ପାଇଁ ପ୍ରଥମ ପଦକ ଜିତିଛି । ଆମେ ତା ଠାରୁ ସ୍ବର୍ଣ୍ଣ ପଦକ ଆଶା କରିଥିଲୁ କିନ୍ତୁ ରୌପ୍ୟରେ ବି ଆମେ ବେଶ୍‌ ଖୁସି । ସେ ଆମ ସହ ସାରା ଦେଶକୁ ଗର୍ବିତ କରିଛି ।’’

ମୀରାଙ୍କ ଭାଇ କହିଛନ୍ତି ଯେ, ‘‘ଆମେ ବହୁତ ଖୁସି ଅଛୁ । ଏହା ତାଙ୍କ କଠିନ ପରିଶ୍ରମର ଫଳ । ଭାରତ ଓ ମଣିପୁର ଆଜି ତାଙ୍କ ପାଇଁ ଗର୍ବିତ ।’’

ମୀରାବାଇଙ୍କ କୋଚ ବିଜୟ ଶର୍ମା ମଧ୍ୟ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ‘‘ରିଓ ଅଲମ୍ପିକର ପରାଜୟ ଆଜି ଆମକୁ ଏଠାରେ ଆଣି ପହଁଞ୍ଚାଇଛି । କୋଚଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ, କିନ୍ତୁ ଯଦି ଖେଳାଳି ଅନୁଶାସିତ ନଥାଏ ତେବେ କୋଚ ମଧ୍ୟ କିଛି କରି ପାରିବ ନାହିଁ । ମୁଁ କହିବି ଯେ ଏହି ବିଜୟରେ ମୀରାବାଇଙ୍କ ଭୂମିକା ହିଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲା କାରଣ ସେ ଖୁବ ପରିଶ୍ରମୀ ଯାହା ଫଳରେ ସେ ଏହି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି ।’’

‘‘ଆମେ ଆହୁରି ଭଲ କରିପାରିଥାନ୍ତୁ, କିନ୍ତୁ ଆମେ ରୌପ୍ୟ ପଦକରେ ବି ଖୁବ୍‌ ଖୁସି । ମୀରାବାଇ ମତେ କହିଲେ ଯେ ଆମର ଅଲମ୍ପିକ ପଦକ ଜିତିବାର ସ୍ବପ୍ନ ସାକାର ହୋଇଛି’’ ବୋଲି ଶର୍ମା କହିଛନ୍ତି ।

ସେପଟେ କେନ୍ଦ୍ର ଆଇନ ମନ୍ତ୍ରୀ ତଥା ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଚାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘‘ପ୍ରଥମ ଦିନରେ ପଦକ ଜିତିବା ବହୁତ ଖାସ ହୋଇଥାଏ କାରଣ ଏହା ଟୋନ ସେଟ୍‌ କରିଥାଏ । ଆମେ ମୀରାଙ୍କୁ ଶୁଭେଚ୍ଛା ଦେବାକୁ ଚାହୁଁ । ସେ ଟୋକିଓ ଅଲମ୍ପିକ୍ସରେ ପଦକ ଜିତିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହା ଗୌରବର କଥା ଏବଂ ଆମେ ଭାରତର ଝିଅ ପାଇଁ ଆମେ ଗର୍ବିତ ।’’

ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ମୀରାବାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ବିଟ କରି ଲେଖିଛନ୍ତି ଯେ ମୀରାଙ୍କ ସଫଳତା ପାଇଁ ସାରା ଦେଶ ଗର୍ବିତ ।

  • Heartiest congratulations to Mirabai Chanu for starting the medal tally for India in the Tokyo Olympics 2020 by winning silver medal in weightlifting.

    — President of India (@rashtrapatibhvn) July 24, 2021 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ ମୀରାଙ୍କ ଐତିହାସିକ ବିଜୟ ଅନେକ ଯୁବ ଖେଳାଳିଙ୍କୁ ପ୍ରେରଣା ଯେଗାଇବ । ରାଜ୍ୟପାଳ ଗଣେଶୀ ଲାଲ୍‌ ମଧ୍ୟ ମୀରାବାଇଙ୍କୁ ଅଭିନନ୍ଦନ ଜଣାଛନ୍ତି

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରୋଗ ଠାକୁର, ପୂର୍ବତନ ଆଥଲେଟ ପିଟି ଉଷା, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, କ୍ରିକେଟର ଅଜିଙ୍କ୍ୟ ରାହାଣେ, ମିତାଲି ରାଜ, ଭାରତୀୟ ଫୁଟବଲ ଅଧିନାୟକ ସୁନୀଲ ଛେତ୍ରୀ, ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଅଭିନେତା ଅନିଲ କପୁରଙ୍କ ସହ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ମଧ୍ୟ ମୀରାବାଇଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ।

  • 𝗠𝗜𝗥𝗔𝗕𝗔𝗜 𝗖𝗛𝗔𝗡𝗨!🥈👏🏻 🏋🏻‍♀️

    Absolutely amazing display of weightlifting.

    The way you have transformed yourself after your injury and clinched a historic silver for #TeamIndia is absolutely stupendous.

    You have made 🇮🇳 very proud. #Tokyo2020 #Olympics pic.twitter.com/pacYIgQ7LK

    — Sachin Tendulkar (@sachin_rt) July 24, 2021 " class="align-text-top noRightClick twitterSection" data=" ">
  • Great start to the Olympics! Congratulations on the silver @mirabai_chanu 👏🏻

    — Ajinkya Rahane (@ajinkyarahane88) July 24, 2021 " class="align-text-top noRightClick twitterSection" data=" ">
  • You didn't just lift weights and pick a medal there, champion. You lifted a nation that needed to find joy and you did it with the widest smile. Take a bow @mirabai_chanu #TeamIndia #Tokyo2020

    — Sunil Chhetri (@chetrisunil11) July 24, 2021 " class="align-text-top noRightClick twitterSection" data=" ">
  • Many many Congratulations to @mirabai_chanu on winning India’s first medal at #Tokyo2020. Such An inspiring performance that will be remembered for a long time to come and will inspire generations. Well done 🙌

    — Abhinav A. Bindra OLY (@Abhinav_Bindra) July 24, 2021 " class="align-text-top noRightClick twitterSection" data=" ">
  • I spoke to Mira and congratulated her.
    Her incredible spirit has inspired the whole nation! https://t.co/9jklVo8XqR

    — Anurag Thakur (@ianuragthakur) July 24, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟଇବି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.