ETV Bharat / sports

Tokyo Paralympics: କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ମରିୟପ୍ପନ, ଉଦଘାଟନୀ ସମାରୋହରେ ଟେକ୍ ଚାନ୍ଦ ଧ୍ବଜା ବାହକ - ଟୋକିଓ ପାରାଲମ୍ପିକ୍ସ

ଟୋକିଓ ଯାତ୍ରା ସମୟରେ ବିମାନରେ ଉଚ୍ଚ ଡିଆଁ ଖେଳାଳି ମରିୟପ୍ପନ ଥଙ୍ଗାବେଲୁ ଜଣେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ତାଙ୍କ ସ୍ଥାନରେ ପାରାଲମ୍ପିକ୍ସ ଉଦଘାଟନ ସମାରୋହରେ ଜାଭେଲିନ ଥ୍ରୋ' ଖେଳାଳି ଟେକ ଚାନ୍ଦ ଭାରତର ଧ୍ବଜା ବାହକ ହେବେ । ଅଧିକ ପଢ଼ନ୍ତୁ...

Tokyo Paralympics: କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ମରିୟପ୍ପନ, ଉଦଘାଟନୀ ସମାରୋହରେ ଟେକ୍ ଚାନ୍ଦ ଧ୍ବଜା ବାହାକ

author img

By

Published : Aug 24, 2021, 3:37 PM IST

ଟୋକିଓ: ପାରାଲମ୍ପିକ୍ସ ୨୦୨୦ ଆରମ୍ଭ ହେବା ପୂର୍ବରୁ ଭାରତୀୟ ପାରାଲମ୍ପିଆନଙ୍କ ଉପରେ କୋରୋନା କାୟା ଦେଖା ଦେଇଛି । ଟୋକିଓ ଯାତ୍ରା ସମୟରେ ବିମାନରେ ଉଚ୍ଚ ଡିଆଁ ଖେଳାଳି ମରିୟପ୍ପନ ଥଙ୍ଗାବେଲୁ ଜଣେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ତାଙ୍କ ସ୍ଥାନରେ ପାରାଲମ୍ପିକ୍ସ ଉଦଘାଟନ ସମାରୋହରେ ଜାଭେଲିନ ଥ୍ରୋ' ଖେଳାଳି ଟେକ ଚାନ୍ଦ ଭାରତର ଧ୍ବଜା ବାହକ ହେବେ ।

ରିଓ ଅଲମ୍ପିକ୍ସରେ ମରିୟପ୍ପନ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । କୋଭିଡ ସଂକ୍ରମିତଙ୍କ ସହ ସଂସ୍ପର୍ଶରେ ଆସିବା ପରେ ସେ କ୍ବାରେଣ୍ଟିନରେ ରହିଛନ୍ତି । କେବଳ ମରିୟପ୍ପନ ନୁହନ୍ତି, ତାଙ୍କ ସହ ଆଉ ୫ ଭାରତୀୟ ପାର ଆଥଲେଟ ଓ ସପୋର୍ଟ ଷ୍ଟାଫ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ଡିସକସ ଥ୍ରୋ' ଖେଳାଳି ବିନୋଦ କୁମାର ସାମିଲ ଅଛନ୍ତି । ଏହି ୬ ଜଣ ଖେଳାଳି ଟୋକିଓ ପାରାଲମ୍ପିକ୍ସର ଉଦଘାଟନୀ ସମାରୋହରେ ମଧ୍ୟ ଭାଗ ନେବେ ନାହିଁ ।

୬ ପାରା ଆଥଲେଟ ଓ ସପୋର୍ଟ ଷ୍ଟାଫ ଟୋକିଓ ଯାତ୍ରା ସମୟରେ ବିମାନରେ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶ ଆସିଥିବା ନେଇ ସୂଚନା ଦେଇଛନ୍ତି ଭାରତୀୟ ପାରାଲମ୍ପିକ୍ସ କମିଟିର ସଚିବ ଗୁରୁଶରଣ ସଂହ । ତେବେ ଉଭୟ ବିନୋଦ କୁମାର ଓ ମରିୟପ୍ପନ ନିଜ ନିଜ ଇଭେଣ୍ଟ ଭାଗ ନେବେ । ଏଥିରେ କୌଣସି ବାଧକ ନାହିଁ । କାରଣ ଉଭୟ କୋଭିଡ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କୋରୋନା ଯାଞ୍ଚ କରାଇଥିଲେ । ଉଭୟଙ୍କ କୋଭିଡ ଯାଞ୍ଚ ରିପୋର୍ଟ ନେଗେଟିଭ ରହିଛି ।

ପାରାଲମ୍ପିକ୍ସ ଉଦଘାଟନୀ ସମାରୋହରେ ୬ ଜଣ ଅଫିସିଆଲ ଷ୍ଟାଫ୍ ଓ ୫ ଜଣ ଭାରତୀୟ ପାରା ଆଥଲେଟ୍ ଭାଗ ନେବେ । ଟୋକିଓ ପାରାଲମ୍ପିକ୍ସରେ ଭାରତର ୫୪ ଜଣ କ୍ରୀଡ଼ାବିତ୍ ଭାଗ ନେବେ । ପାରାଲମ୍ପିକ୍ସରେ ଇତିହାସରେ ଭାରତର ସବୁଠାରୁ ବଡ଼ ଟିମ ଚଳିତ ଥର ଟୋକିଓ ଗସ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.