ETV Bharat / sports

Tokyo Olympics; ବ୍ରୋଞ୍ଜରେ ହାରିଲା, ହୃଦୟ ଜିତିଲା ମହିଳା ହକି ଟିମ୍‌ - ବ୍ରିଟେନଠୁ ହାରିଲା ଭାରତ

ବୋଞ୍ଜ ପାଇଁ ଅନୁଷ୍ଠିତ ମୁକାବିଲାରେ ବ୍ରିଟେନଠୁ ହାରିଲା ଭାରତ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌ । ଅଧିକ ପଢନ୍ତୁ...

Tokyo Olympics; ବ୍ରୋଞ୍ଜରୁ ବଞ୍ଚିତ ଭାରତ
Tokyo Olympics; ବ୍ରୋଞ୍ଜରୁ ବଞ୍ଚିତ ଭାରତ
author img

By

Published : Aug 6, 2021, 9:25 AM IST

Updated : Aug 6, 2021, 9:44 AM IST

ଟୋକିଓ: ମଉଳିଗଲା ବ୍ରୋଞ୍ଜ ପଦକ ଆଶା । ଇତିହାସ ରଚିପାରିଲାନି ଭାରତ । ବ୍ରୋଞ୍ଚ ପାଇଁ ଅନୁଷ୍ଠିତ ମୁକାବିଲାରେ ବ୍ରିଟେନଠୁ ହାରିଲା ଭାରତ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌ । ପରାଜୟ ଦେଲା ଆଖିରେ ଲୁହ ।

ମ୍ୟାଚର ପ୍ରଥମ କ୍ବାର୍ଟରରେ କିଛି ଗୋଲ୍ ହୋଇ ନଥିଲା । ଦ୍ବିତୀୟ କ୍ବାର୍ଟର ପ୍ରଥମରୁ ଗ୍ରେଟ୍ ବ୍ରିଟେନ୍ ୧-୦ର ଲିଡ୍ କରିଥିଲା । ଭାରତୀୟ ଖେଳାଳି ଦୀପ୍ ଗ୍ରେସ୍ ଇକ୍କାଙ୍କ ଷ୍ଟିକରେ ବଲ୍ ବାଜି ଏହି ଗୋଲଟି ହୋଇଥିଲା, ଯାହା ଦଳକୁ ନିରାଶ କରିଥିଲା। ଏହା ପରେ ଗ୍ରେଟ୍ ବ୍ରିଟେନ୍ ଆଉ ଗୋଟିଏ ଗୋଲ୍ ଦେଇଥିଲା ଓ ୨-୦ରେ ଆଗୁଆ ରହିଥିଲା । ଏହା ପରେ ଖେଳର ମୋଡ଼ ବଦଳି ଯାଇଥିଲା। ଗୁରଜିତ କୌର ଲଗାତାର ଦୁଇଟି ଗୋଲ୍ ଦେଇଥିଲେ।

ମିଳିଥିବା ପେନାଲ୍ଟି କର୍ଣ୍ଣକୁ ସେ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ ଗୁରଜିତ। ଏହା ସହିତ ଦୁଇ ଦଳ ୨-୨ ସ୍ଥିତିରେ ପହଞ୍ଚି ଯାଇଥିଲେ । ଏହା ପରେ ବନ୍ଦନା କଟାରିଆ ଆଉ ଏକ ଗୋଲ୍ କରିଥିଲେ । ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ଭାରତୀୟ ଦଳ ୩-୨ରେ ଆଗୁଆ ରହିଥିଲା ।

ମ୍ୟାଚ ଧିରେ ଧିରେ ରୋମାଞ୍ଚକର ହେବାକୁ ଲାଗିଥିଲା । ତୃତୀୟ କ୍ବାର୍ଟରରେ ଗୋଟିଏ ଗୋଲ ହୋଇଥିଲା । ବ୍ରିଟେନ୍ ପକ୍ଷରୁ ଭାରତ ଉପରେ ଏହି ଗୋଲ୍ ଦେଇଥିଲେ ହୋଲି ୱେବ୍। ଏହା ସହିତ ଦଳ ଖେଳକୁ ୩-୩ ସ୍ଥିତିରେ ବରାବର ରହିଥିଲା । ଚତୁର୍ଥ କ୍ବାର୍ଟରରେ ପ୍ରଥମ ୫ ମିନିଟରେ ଆଉ ଗୋଟିଏ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲା ବ୍ରିଟେନ୍। ଏହା ସହିତ ଦଳ ଭାରତ ଠାରୁ ୪-୩ରେ ଆଗୁଆ ହୋଇଥିଲା । ଚତୁର୍ଥ ରାଉଣ୍ଡ ସରିବା ବେଳେକୁ ଭାରତ ଆଉ ଗୋଲ କରିପାରି ନଥିଲା । ଯାହାର ପରିଣାମ ଭାରତ ହାତରୁ ମ୍ୟାଚ ଛଡାଇ ନେଇଛି ଗ୍ରେଟ ବ୍ରିଟେନ ।

ଗ୍ରୀନ ଓ ରେଡ କାର୍ଡ ପାଇଁ ଭାରତକୁ ପରାଜୟର ସମ୍ମଖୀନ ହେବାକୁ ପଡିଛି । ଶେଷ ୧୦ ମିନିଟରେ ୧୦ଜଣ ଖେଳାଳଙ୍କୁ ନେଇ ଖେଳିବା ଟିମ ପାଇଁ ବହୁତ କଷ୍ଟକର ହୋଇ ପଡିଥିଲା । ଯାହାର ଫାଇଦା ଉଠାଇ ନେଇଥିଲା ଗ୍ରେଟ ବ୍ରିଟେନ । ମ୍ୟାଚ ହାରିଲେ ବି ହୃଦୟ ଜିତିଛି ମହିଳା ହକି ଟିମ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବ୍ରୋଞ୍ଜ ବିଜୟୀ ହୋଇଛି ବ୍ରିଟେନ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Aug 6, 2021, 9:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.