ETV Bharat / sports

Tokyo Olympics, Day 4: ଟେବୁଲଟେନିସ- 2ୟ ରାଉଣ୍ଡରେ ହାରିଲେ ସୁତୀର୍ଥା

author img

By

Published : Jul 26, 2021, 9:45 AM IST

ପଶ୍ଚିମବଙ୍ଗର ନୈହାତି ଅଞ୍ଚଳର ଝିଅ ସୁତୀର୍ଥା ଟେବୁଲ ଟେନିସ ମହିଳା ପ୍ରଥମ ରାଉଣ୍ଡରେ ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ମାତ୍ର ଦ୍ବିତୀୟ ରାଉଣ୍ଡରେ 4-0ରେ ପରାସ୍ତ ହେଇଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 4: Sutirtha Mukherjee loses to Fu Yu of Portugal in Women's Singles Round 2 event
Tokyo Olympics, Day 4: ଟେବୁଲଟେନିସ- 2ୟ ରାଉଣ୍ଡରେ ହାରିଲେ ସୁତୀର୍ଥା

ଟୋକିଓ: ଭାରତୀୟ ଟେବୁଲ ଟେନିସ ଖେଳାଳି ସୁତୀର୍ଥା ମୁଖାର୍ଜୀ ସୋମବାର ପର୍ତ୍ତୁଗାଲର ଫୁ ୟୁଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଚଳିତ ଟୋକିଓ ଅଲମ୍ପିକ୍‌ର ଟେବୁଲ ଟେନିସ ରାଉଣ୍ଡ 2ର ମହିଳା ଏକକ ବର୍ଗର ମ୍ୟାଚରେ ସୁତୀର୍ଥା ନିରାଶ ହୋଇଛନ୍ତି । 4-0ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଛି ।

ମ୍ୟାଚରେ ସଂପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିଥିଲେ ପର୍ତ୍ତୁଗାଲ ପ୍ରତିଯୋଗୀ । ମ୍ୟାଚ୍‌ ତରଫା ରହିଥିଲା ଓ ଲମ୍ବା ଲଢେଇ ଥିଲା ମାତ୍ର 13ଟି ସଟ୍‌ । ଦମଦାର ପ୍ରଦର୍ଶନ ସହ ପ୍ରଥମ 4ଟି ସେଟ୍‌ରେ ଲଗାତାର ବିଜୟୀ ହୋଇଥିଲେ ଫୁ ୟୁ ।

ଫଳରେ ପରବର୍ତ୍ତୀ 3ଟି ରାଉଣ୍ଡକୁ ମ୍ୟାଚ୍‌ ଯାଇନଥିଲା । scoreline:(4-0) 11-3, 11-3, 11-5, 11-5 ।

ପଶ୍ଚିମବଙ୍ଗର ନୈହାତି ଅଞ୍ଚଳର ଝିଅ ସୁତୀର୍ଥା ଟେବୁଲ ଟେନିସ ମହିଳା ପ୍ରଥମ ରାଉଣ୍ଡରେ ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଓ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ । ମାତ୍ର ଦ୍ବିତୀୟ ରାଉଣ୍ଡରେ ପୂର୍ବ ପ୍ରଦର୍ଶନକୁ ଦୋହରାଇ ପାରିନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.