ETV Bharat / sports

Tokyo Olympics Day 2: ଏହି ଭାରତୀୟ ଖେଳାଳିଙ୍କ ଉପରେ ନଜର

author img

By

Published : Jul 24, 2021, 11:37 AM IST

ଟୋକିଓ ଅଲମ୍ପିକ୍‌ 2020ର ପ୍ରଥମ ଦିନରେ ତୀରନ୍ଦାଜ ଖେଳାଳିଙ୍କ ମିଶ୍ରିତ ପ୍ରଦର୍ଶନ ପରେ ଦ୍ବିତୀୟ ଦିନରେ ଭାରତୀୟ ଆଥଲେଟ୍‌ ମୋଟ 10ଟି ଖେଳରେ ସର୍ବବୃହତ କ୍ରୀଡା ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିବେ । ଅଧିକ ପଢନ୍ତୁ...

Tokyo Olympics Day 2: Indian athletes to watch out for
Tokyo Olympics Day 2: ଏହି ଭାରତୀୟ ଖେଳାଳିଙ୍କ ଉପରେ ନଜର

ହାଇଦ୍ରାବାଦ: ଟୋକିଓ ଅଲମ୍ପିକ୍‌ 2020ର ପ୍ରଥମ ଦିନରେ ତୀରନ୍ଦାଜ ଖେଳାଳିଙ୍କ ମିଶ୍ରିତ ପ୍ରଦର୍ଶନ ପରେ ଦ୍ବିତୀୟ ଦିନରେ ଭାରତୀୟ ଆଥଲେଟ୍‌ ମୋଟ 10ଟି ଖେଳରେ ସର୍ବବୃହତ କ୍ରୀଡା ପ୍ରତିଯୋଗିତାରେ ଅଭିଯାନ ଆରମ୍ଭ କରିବେ ।

15 ଦିନିକିଆ ଅଲମ୍ପିକ ଖେଳର ଦ୍ବିତୀୟ ଦିନରେ ଏହି ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର..

ବିକାଶ କ୍ରୀଷନ(ବକ୍ସିଂ)

9 ଜଣିଆ ଭାରତୀୟ ଟୋକିଓ ଅଲମ୍ପିକ ବକ୍ସିଂ ଟିମରେ ବିକାଶ କ୍ରୀଷନ ଅନ୍ୟତମ ଅଭିଜ୍ଞ ଭାରତୀୟ ବକ୍ସର । ୱେଲ୍‌ଟରୱେଟ୍‌(69 କିଲୋଗ୍ରାମ) ବର୍ଗରେ ବକ୍ସର ବିକାଶ କ୍ରୀଷନ(29) ଏସିଆନ ଗେମ୍ସ ଓ କମନୱେଲ୍ଥ ଗେମ୍ସ(ରାଜ୍ୟଗୋଷ୍ଠୀ କ୍ରୀଡା)ରେ ପୂର୍ବରୁ ଏକାଧିକ ପଦକ ନିଜ ନାମରେ କରିଛନ୍ତି ।

ଏହା ତାଙ୍କର ତୃତୀୟ ଅଲମ୍ପିକ । 2012 ଲଣ୍ଡନ ଅଲମ୍ପିକ୍‌ରେ ନୈରାଶଜନକ ପ୍ରଦର୍ଶନର 4 ବର୍ଷ ପରେ ଗତ ସଂସ୍କରଣ ରିଓ ଅଲମ୍ପିକ୍‌ରେ କ୍ବାର୍ଟରଫାଇନାଲରେ ପହଞ୍ଚିଥିଲେ ମଧ୍ୟ ବେକ୍ତେମିର ମେଲିକୁଜିଏଭଙ୍କ ଠାରୁ ପରାସ୍ତ ହୋଇ ନିରାଶ ହୋଇଥିଲେ ।

ତେବେ 69 କିଲୋଗ୍ରାମ ବର୍ଗରେ ଗତ କିଛି ବର୍ଷ ମଧ୍ୟରେ ବିଶ୍ବ ମଞ୍ଚର ଅନେକ ପ୍ରତିଯୋଗିତାରେ ସେ ସଫଳତା ହାସଲ କରିଛନ୍ତି । ଏଥିସହ ମହାମାରୀ ପ୍ରଭାବିତ ଅଲମ୍ପିକ ଖେଳରେ ପଦକ ଦାବିଦାର ରହିଛନ୍ତି ।

ହକି ପୁରୁଷ ଟିମ

ଅଲମ୍ପିକ ଖେଳ ଇତିହାସରେ, ଭାରତୀୟ ପୁରୁଷ ହକି ଟିମ 8ଟି ସ୍ବର୍ଣ୍ଣ ପଦକ ସହ ସଫଳତମ ଟିମ ରହିଛି । ଶନିବାର ମନପ୍ରୀତ ସିଂହଙ୍କ ଅଧିନାୟକତ୍ବରେ କୋଚ୍‌ ଗ୍ରାହମ ରେଡ୍‌ଙ୍କ ନେତୃତ୍ବରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ନ୍ୟୁଜିଲାଣ୍ଡକୁ 3-2 ଗୋଲ୍‌ରେ ହରାଇଛି ମନପ୍ରୀତ ବାହିନୀ ।

ମୀରାବାଇ ଚାନୁ(ଭାରୋତ୍ତୋଳନ)

5ବର୍ଷ ତଳେ ରିଓରେ ଇତିହାସ ରଚିବାରୁ ଅଳ୍ପବେ ବଞ୍ଚିତ ହୋଇଥିବା ମଣୀପୁର ଭାରୋତ୍ତନକାରୀ ମୀରାବାଇ ଶାରୀରିକ ଓ ମାନସିକ ସ୍ତରରେ ଶକ୍ତିଶାଳୀ ହୋଇଛନ୍ତି । 2016ରେ ବିଫଳତା ପରେ କଠିନ ଅଭ୍ୟାସ ସହ ପରାଜୟରୁ ପାସୋରି ବିଜୟ ଟ୍ରାକ୍‌କୁ ଫେରିଥିଲେ ମୀରାବାଇ । 2017 ବିଶ୍ବ ଚମ୍ପିଆନସିପ ଓ ଜାକର୍ତ୍ତା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

ଅଲମ୍ପିକ ଆରମ୍ଭର ଦୁଇ ମାସ ପୂର୍ବରୁ 49କିଲୋଗ୍ରାମ ବର୍ଗର ଭାରୋତ୍ତଳନକାରୀ ଆମେରିକାରେ 50 ଦିନ ଟ୍ରେନିଂ ଶେଷ କରିଛନ୍ତି ।

ସୁଟର୍ସ

ଏଲାଭେନିଲ ଭଲାରିଭନ ଓ ଅପୂର୍ବି ଚାନ୍ଦେଲା ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଫେଲ୍‌ ମାରିବା ପରେ ସୌରଭ ଚୌଧୁରୀ ଓ ଅଭିଶେକ ବର୍ମାଙ୍କ ଉପରେ ନଜର ରହିଛି । ସୌରଭ ଓ ଅଭିଶେକ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ନଜର ଆସିବେ । ବର୍ଷ 2020 ଓ 2021ରେ ଏକାଧିକ ରୋପ୍ୟ ଓ ସ୍ବର୍ଣ୍ଣ ପଦକ ଜିତିଛନ୍ତୀ ମୀରଟ୍ ସୁଟର ସୌରଭ । ଅନ୍ୟପଟେ ଅଭିଶେକ ମଧ୍ୟ ଅଲମ୍ପିକ ସାଇକେଲ୍‌ରେ ସ୍ଥିର ପ୍ରଦର୍ଶନ କରିଆସୁଛନ୍ତି ।

ସର୍ଟଲର୍ସ

ପୁରୁଷ ବ୍ୟାଡମିଣ୍ଟନ ମାନ୍ୟତାର 10 ନମ୍ବର ସ୍ଥାନରେ ଥିବା ଭାରତୀୟ ଯୁଗଳ ଯୋଡି ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଚିରାଟ ସେଟ୍ଟୀ ଚାଇନିଜ ତାଇପେଇ ଯୋଡି ଲି ୟାଙ୍ଗ୍‌ ଓ ୱାଙ୍ଗ୍‌ ଚିନ-ନଲିନଙ୍କ ବିପକ୍ଷରେ ଟୋକିଓ 2020 ଅଭିଯାନ ଆରମ୍ଭ କରିବେ ।

ସେହିପରି ପୁରୁଷ ଏକକ ଇଭେଣ୍ଟରେ ବି ସାଇ ପ୍ରଣୀତ ମଧ୍ୟ ଇସ୍ରାଏଲର ଜିଲବେରମନ ମିଶ୍ରଙ୍କ ବିପକ୍ଷରେ ଅଲମ୍ପିକ ଅଭିଯାନ ଆରମ୍ଭ କରିବେ ।

ବିଶ୍ବ ନମ୍ବର 15 ପ୍ରଣୀତ ବିଶ୍ବ ମାନ୍ୟତାର 47 ନମ୍ବର ସ୍ଥାନରେ ଥିବା ମିଶ୍ରଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ ବୋଲି ଆଶା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.