ଟୋକିଓ: ଆଜି(ରବିବାର) ଶେଷ ହେଉଛି ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ ୨୦୨୦ । ଏହି ସଂସ୍କରଣର ଅଲମ୍ପିକ ଖେଳ ଆୟୋଜନ ପାଇଁ ଅନେକ ଆହ୍ବାନ ରହିଥିଲା । ଏପରିକି ଗୋଟିଏ ବର୍ଷ ସ୍ଥଗିତ ରହିଥିଲା ଅଲମ୍ପିକ୍ ପ୍ରତିଯୋଗିତା । ତେବେ COVID୧-୧୯ ମହାମାରୀ ସଂକ୍ରମଣ ଭୟ ସତ୍ତ୍ବେ, ବିଶ୍ବର ଶ୍ରେଷ୍ଠ ଖେଳାଳିମାନେ ନିଜର ଦେଶର ପ୍ରତିନିଧିତ୍ବ କରିବା ସହ ପଦକ ଜିତି ମେଗା ବହୁଦେଶୀୟ ପ୍ରତିଯୋଗିତାକୁ ସଫଳ କରିଛନ୍ତି । ବିଶ୍ବତମାମର ଆଥଲେଟ୍ ସାହସିକତାର ପରିଚୟ ଦେଇଛନ୍ତି । ନିଜ ଦେଶ ପାଇଁ ପଦକ ଜିତିବା ଲକ୍ଷ୍ୟ ନେଇ COVID ସଂକ୍ରମଣ ସତ୍ତ୍ବେ ଭୟଭୀତ ନହୋଇ, ନିଜର ୫ବର୍ଷର ପରିଶ୍ରମକୁ ପ୍ରମାଣିତ କରିଛନ୍ତି । ଶେଷ ଦିନରେ ମଧ୍ୟ ଏକାଧିକ ଇଭେଣ୍ଟ ଜାରି ରହିଛି । ଶନିବାର ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଟୋକିଓ ଅଲମ୍ପିକ୍ ୨୦୨୦ରେ ଭାରତର ଅଭିଯାନ ଶେଷ ହୋଇଛି ।
ଅଲମ୍ପିକ୍ର ୧୬ ଦିନ ଶେଷ ସୁଦ୍ଧା କେମିତି ରହିଛି ପଦକ ତାଲିକା, କେଉଁ ଦେଶ ପଦକ ତାଲିକାର ଶୀର୍ଷରେ ରହିଛି ? କେଉଁ ଦେଶ ସବୁଠୁ ଅଧିକ ପଦକ ଜିତିଛି ? କାହାକୁ ମିଳିଛି ଅଧିକ ସଂଖ୍ୟକ ସ୍ବର୍ଣ୍ଣ ପଦକ ? ଭାରତ ତାଲିକାର କେଉଁ ସ୍ଥାନରେ ରହିଛି ? ଅଲମ୍ପିକ୍ର ୧୬ ଦିନ ଶେଷ ସୁଦ୍ଧା ସଂଯୁକ୍ତ ରାଷ୍ଟ୍ର ଆମେରିକା ୩୮ଟି ସ୍ବର୍ଣ୍ଣ, ୪୦ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ହାତେଇଛି । ଫଳରେ ମୋଟ ୧୧୧ ପଦକ ସହ ଶୀର୍ଷରେ ରହିଛି । ଦିନକ ପୂର୍ବରୁ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଚୀନ, ଦ୍ବିତୀୟ ସ୍ଥାନକୁ ଖସିଆସିଛି । ୩୮ଟି ସ୍ବର୍ଣ୍ଣ, ୩୧ଟି ରୌପ୍ୟ ଓ ୧୮ଟି କାଂସ୍ୟ ପଦକ ସହ ହାତେଇ ମୋଟ ୮୭ ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଅଲମ୍ପିକ ୨୦୨୦ର ଆୟୋଜକ ଦେଶ ଜାପାନ, ୨୭ଟି ସ୍ବର୍ଣ୍ଣ, ୧୪ଟି ରୌପ୍ୟ ଓ ୧୭ଟି କାଂସ୍ୟ ପଦକ ହାସଲ କରି ୫୮ ପଦକ ସହ ତୃତୀୟ ସ୍ଥାନରେ ରହିଛି ।
ଭାରତ ଗୋଟିଏ ସ୍ବର୍ଣ୍ଣ ପଦକ ହାସଲ କରିବା ପରେ ୬୬ତମ ସ୍ଥାନରୁ ୪୭ତମ ସ୍ଥାନରେ ପହଞ୍ଚିଯାଇଛି । ଚଳିତଥର ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ହାସଲ କରିପାରିଛି ଭାରତ ।
ନଜର ପକାନ୍ତୁ ପଦକ ତାଲିକା ଉପରେ...
- " class="align-text-top noRightClick twitterSection" data="">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ