ETV Bharat / sports

Tokyo Olympics, Day 3: ଜିମ୍ନାଷ୍ଟିକ୍‌ସ-ଯୋଗ୍ୟତା ପର୍ଯ୍ୟାୟରେ ପ୍ରଣତୀ ନାୟକ ଫେଲ୍‌

author img

By

Published : Jul 25, 2021, 11:05 AM IST

ମହିଳା ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌ସର ୪ଟି ବର୍ଗରେ ୪୨.୫୬୫ ପଏଣ୍ଟ ସହ ସବଡିଭିଜନ ୧ରେ ପ୍ରଣତୀ ଦ୍ବାଦଶ ସ୍ଥାନରେ ସନ୍ତୁଷ୍ଟ ହେଇଛନ୍ତି । ଅଧିକ ପଢନ୍ତୁ...

Tokyo Olympics, Day 3: Artistic gymnast Pranati Nayak fails to qualify for All-Around Final
Tokyo Olympics, Day 3: ଜିମ୍ନାଷ୍ଟିକ୍‌ସ-ଯୋଗ୍ୟତା ପର୍ଯ୍ୟାୟରେ ପ୍ରଣତୀ ନାୟକ ଫେଲ୍‌

ଟୋକିଓ: ଭାରତୀୟ ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟ ପ୍ରଣତୀ ନାୟକ ଅଲ-ରାଉଣ୍ଡ ଫାଇନାଲ ପର୍ଯାୟକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛନ୍ତି । ମହିଳା ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌ସର ୪ଟି ବର୍ଗରେ ୪୨.୫୬୫ ପଏଣ୍ଟ ସହ ସବଡିଭିଜନ ୧ରେ ପ୍ରଣତୀ ଦ୍ବାଦଶ ସ୍ଥାନରେ ରହିଥିଲେ ।

ଇଟାଲିର ଆଲିସ ଡି'ଆମାଟୋ ମୋଟ୍‌ ୫୪.୧୯୯ ପଏଣ୍ଟ ସହ ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷରେ ରହିଥିଲେ । ସେହିପରି ଦ୍ବିତୀୟ ସ୍ଥାନରେ ଜାପାନର ମାଇ ମୁରାକମି ରହିଥିଲେ ।

୨୬ ବର୍ଷୀୟା ପ୍ରଣତୀ, ଫ୍ଲୋର ଏକ୍ସରସାଇଜ ବର୍ଗରେ ୧୦.୬୬୩, ଫରଫେକ୍ଟ ଭଲ୍ଟରେ ୧୩.୪୬୬ ପଏଣ୍ଟ ହାସଲ କରିଥିଲେ । ପରେ ଉନିଭେନ ବାର୍‌ସ ଓ ବାଲାନ୍ସ ବିମ ବର୍ଗରେ ଯଥାକ୍ରମେ ୯.୦୩୩ ଓ ୯.୪୩୩ ପଏଣ୍ଟ ହାସଲ କରିଥିଲେ ।

ପୂର୍ବରୁ ଟୋକିଓ ଅଲମ୍ପିକ୍‌ର ତୃତୀୟ ଦିନରେ ଦୁଇ ଭାରତୀୟ ସୁଟର ମନୁ ଭାକର ଓ ଯଶସ୍ବିନୀ ସିଂହ ଦେଶୱାଲ ମେଡାଲ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ । ମହିଳା ୧୦ ମିଟର ଏୟାର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ମନୁ ଦ୍ବାଦଶ ଓ ଯଶସ୍ବିନୀ ତ୍ରୟୋଦଶ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.