ETV Bharat / sports

ବିହାରରୁ ପୁଅ ହୋଇଆସିଥିଲେ ଭୁବନେଶ୍ବର, ବନିଗଲେ ଦେଶର 'ସୁନାପୁଅ'

author img

By

Published : Sep 5, 2021, 6:13 PM IST

ବ୍ୟାଡମିଣ୍ଟନ ରାକେଟ୍‌ କିଣିବାକୁ ନଥିଲା ଟଙ୍କା । ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଲେ ବିଶ୍ବ ଚମ୍ପିଆନ ପ୍ରମୋଦ ଭଗତ । ଅଧିକ ପଢନ୍ତୁ...

Tokyo gold medallist Pramod Bhagat once had no money to buy racket
ବିହାରରୁ ପୁଅ ହୋଇଆସିଥିଲେ ଭୁବନେଶ୍ବର, ବନିଗଲେ ଦେଶର 'ସୁନାପୁଅ'

ହାଇଦ୍ରାବାଦ: ପ୍ରାୟ ପ୍ରତ୍ୟେକ ଭାରତୀୟ ସଫଳ କ୍ରୀଡାବିତ୍‌ ଏକ ସଂଘର୍ଷମୟ, ଆହ୍ବାନପୂର୍ଣ୍ଣ ଅତୀତର ସାମ୍ନା କରିଥାନ୍ତି । ନିଅଣ୍ଟିଆ କ୍ରୀଡା ଭିତ୍ତିଭୂମି ଓ ଅନ୍ୟ ସମସ୍ୟା ଯୋଗୁଁ ଭାରତ ଭଳି ଦେଶରେ ଆଜି ବି କ୍ରୀଡାବିତ୍‌ ଟିଏ, କ୍ରୀଡାକୁ ପ୍ରଥମ ପସନ୍ଦ କ୍ୟାରିୟର ଭାବେ ଚୟନ କରିବାକୁ କୁଣ୍ଠିତ ହେବାର ଦେଖାଯାଏ । ତେବେ ବହୁ ବାଧାବିଘ୍ନ ଓ ଅଂସଖ୍ୟ ଆହ୍ବାନ ସତ୍ତ୍ବେ ଦୃଢ ଆତ୍ମବିଶ୍ବାସକୁ ପୁଞ୍ଜି କରି ଅନେକ ନିଜ ପ୍ରତିଭାର ପରିଚୟ ସହ ନିଜକୁ ପ୍ରମାଣିତ କରିଥା'ନ୍ତି । ସେମାନଙ୍କ ଭିତରୁ ଅନ୍ୟତମ ଉଦାହରଣ ହେଉଛନ୍ତି ସଦ୍ୟ ଟୋକିଓ ପାରାଲମ୍ପିକ୍‌ ୨୦୨୦ର ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡିଆ ପୁଅ ପ୍ରମୋଦ ଭଗତ ।

Tokyo gold medallist Pramod Bhagat once had no money to buy racket
ଟୋକିଓ ପାରାଲମ୍ପିକ୍‌ରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଉଲ୍ଲସିତ ପ୍ରମୋଦ ଭଗତ

ନିହାତି ସାଧାରଣ ପରିବାରର ପୁଅ ପ୍ରମୋଦ ନିଜ କ୍ୟାରିୟର ଆରମ୍ଭରେ ଅନେକ ସଂଘର୍ଷର ସାମ୍ନା କରିଛନ୍ତି । ଏପରିକି ବ୍ୟାଡମିଣ୍ଟନ୍‌ କୋର୍ଟରେ ପହଞ୍ଚିବା ପାଇଁ ତାଙ୍କ ପାଖେ ରାକେଟ୍‌ ଟିଏ କିଣିବାକୁ ଟଙ୍କା ନଥିଲା । ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଟାଉନର ପ୍ରମୋଦ ଭଗତ କିନ୍ତୁ ଥିଲେ ଜଣେ ଅସାଧାରଣ ପ୍ରତିଭାର ଅଧିକାରୀ । ନିଜ ସ୍ବପ୍ନକୁ ସାକାର କରିବାକୁ ସେ ସମସ୍ତ ସଂଘର୍ଷମୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଣ କରିଥିଲେ ଓ ସଫଳ ହୋଇଥିଲେ ମଧ୍ୟ ।

ପ୍ରମୋଦ ଭଗତଙ୍କ ପାଖରେ ଦିନେ ନଥିଲା ର୍ୟାକେଟ କିଣିବାକୁ ଟଙ୍କା

ପିଲାଦିନେ କୌଣସି ଲୋକଙ୍କୁ ଦେଖିଲେ ସେ ପିଟୁଥିଲେ । ଏହି ଅଜବ ହରକତ ଅଜାଣତରେ ଦିନେ ତାଙ୍କର ପରିଚୟ ବନିଯିବ, ବୋଧହୁଏ କେହି ଆକଳନ କରିପାରୁନଥିଲେ । ସେଦିନର ସେହି କୁନି ପିଲାଟି ଦିନେ ହାତରେ ବ୍ୟାଡମିଣ୍ଟନ ରାକେଟ୍‌ରେ କମାଲ କରିବେ ଓ ପ୍ରତିପକ୍ଷ ଖେଳାଳିଙ୍କ ପକ୍ଷରୁ ଆସୁଥିବା କର୍କକୁ ପିଟି ବିଶ୍ବ ଚମ୍ପିଆନ ବନିବେ ଅବିଶ୍ବସନୀୟ ମଧ୍ୟ । ମାତ୍ର ନିୟତିର ନିୟମ ଥିଲା କିଛି ଭିନ୍ନ । ମାତ୍ର ୫ ବର୍ଷ ବୟସରେ ପ୍ରମୋଦ ପାଲଟିଗଲେ ପୋଲିଓ ଆକ୍ରାନ୍ତ । ଆଉ ତାପରେ ପରିଚୟ ସହ ବଦଳିଗଲା ପ୍ରମୋଦଙ୍କ ଠିକଣା । ବିହାର ପରିବର୍ତ୍ତେ ଭୁବନେଶ୍ବର ଆସିଲେ ପ୍ରମୋଦ । ତାଙ୍କ ବାପା ରାମ ଭଗତଙ୍କ କହିବା ଅନୁଯାୟୀ, ପରିବାରର ଆର୍ଥିକ ଅବସ୍ଥା ବିଲକୁଲ ଭଲ ନଥିଲା । ଏପଟେ ଭଉଣୀ କିଶୁନି ଦେବୀ(ପ୍ରମୋଦଙ୍କ ପିଉସୀ) ଓ ସ୍ବାମୀ କୈଳାଶ ଭଗତଙ୍କର କୌଣସି ସନ୍ତାନ ନଥିଲା । ଫଳରେ ସେମାନେ ପ୍ରମୋଦଙ୍କୁ ପୋଷ୍ୟଭାବେ ଗ୍ରହଣ କରି ଭୁବନେଶ୍ବର ନେଇଯାଇଥିଲେ ।

ଟୋକିଓ ପାରାଲମ୍ପିକ୍‌ରେ ପ୍ରମୋଦ ଭଗତ

ପ୍ରଥମ ପ୍ରଥମେ ପ୍ରମୋଦଙ୍କ ପାଖରେ ରାକେଟ୍‌ ଟିଏ କିଣିବାକୁ ମଧ୍ୟ ଟଙ୍କା ନଥିଲା । ତେବେ ଅଙ୍କଲ୍‌ ଓ ଆଣ୍ଟି ରାକେଟ୍‌ କିଣିଦେଇଥିଲେ ଓ ତାଙ୍କର ଟ୍ରେନିଂ ଆରମ୍ଭ ହୋଇଥିଲା ।

ଆଇଟିଆଇ ପରେ ପ୍ରମୋଦ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଶେଷ କରିଥିଲେ । କ୍ରମାଗତ ବ୍ୟାଡମିଣ୍ଟନ ଅଭ୍ୟାସ ତାଙ୍କୁ ଜଣେ ଦକ୍ଷ ଖେଳାଳି କରାଇଦେଇଥିଲା । ପରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚକୁ ପାର୍‌ କରି ଆଗକୁ ବଢିଥିଲେ । ପ୍ରଭାବୀ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିବା ସହ ବିଶ୍ବ ପାରାବ୍ୟାଡମିଣ୍ଟନ ମାନ୍ୟତାର ଶୀର୍ଷ ସ୍ଥାନ ମଧ୍ୟ ଅକ୍ତିଆର କରିଥିଲେ । ଏହାପରେ ଟୋକିଓ ପାରାଲମ୍ପିକ୍‌ ଟିକେଟ ମଧ୍ୟ ହାତେଇଥିଲେ । ଟୋକିଓ ୨୦୨୦ ପାରାଲମ୍ପିକ୍‌ରେ ବ୍ୟାଡମିଣ୍ଟନ ଖେଳକୁ ପ୍ରଥମ କରି ସ୍ଥାନ ମିଳିଥିଲା ଓ ପ୍ରମୋଦ ଭାରତର ପ୍ରତିନିଧିତ୍ବ କରିବାକୁ ଚୟନ ହୋଇଥିଲେ । ସେବେଠାରୁ ସମଗ୍ର ଦେଶ ପ୍ରମୋଦଙ୍କ ଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଥିଲା । ଦେଶବାସୀଙ୍କ ବିଶ୍ବାସକୁ ସଠିକ୍‌ ପ୍ରମାଣିତ କରିବା ସହ ଶନିବାର(ସେପ୍ଟେମ୍ବର ୪)ରେ ଟୋକିଓ ପାରାଲମ୍ପିକ୍‌ର ପାରାବ୍ୟାଡମିଣ୍ଟନ ପୁରୁଷ ଏକକ(SL୩) ବର୍ଗର ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କୁ ହରାଇ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହାପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଓଡିଶା ରାଜ୍ୟପାଳ ଗଣେଣୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅଗଣିତ ଦେଶ ତଥା ରାଜ୍ୟବାସୀ ପ୍ରମୋଦଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ ।

ଦୃଢନିଷ୍ଠା ଓ ଏକାଗ୍ରତାର ସହିତ ପ୍ରତି ସଂଘର୍ଷର ପରବର୍ତ୍ତୀ ଅଧାୟ ସଫଳତାର ସ୍ବର୍ଣ୍ଣିମ ସମୟ ହୋଇଥାଏ ବୋଲି ପ୍ରମୋଦ ପୁନଃ ପ୍ରମାଣିତ କରିଥିଲେ । ପ୍ରମୋଦଙ୍କ ଜଣ ଭାଇ ସୁରେଶ ଭଗତ କୁହନ୍ତି, ପ୍ରମୋଦଙ୍କ ପ୍ରଦର୍ଶନ ବାସ୍ତବିକ ପ୍ରଂଶସନୀୟ , ଆମେ ଅତ୍ୟନ୍ତ ଖୁସି । ସେ ଦେଶ ଓ ରାଜ୍ୟ ପାଇଁ ସ୍ବର୍ଣ୍ଣ ପଦକ ଜିତି ଗୌରବ ଆଣିଛନ୍ତି । ତେବେ ଏବେବି ବିହାରର କ୍ରୀଡା ଭିତ୍ତିଭୂମି ଅତ୍ୟନ୍ତ ଖରାପ । ଏହି କାରଣରୁ ଅନେକ ପ୍ରତିଭାବାନ ଖେଳାଳି ନ୍ୟାସନାଲ ଇଭେଣ୍ଟ ଖେଳିବାରୁ ବଞ୍ଚିତ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.