ETV Bharat / sports

Olympics: ମନୁଙ୍କୁ ମହଙ୍ଗା ପଡିଲା ପିସ୍ତଲରେ ଯାନ୍ତ୍ରିକ ତ୍ରୁଟି, ଫାଇନାଲରୁ ଅଳ୍ପକେ ବଞ୍ଚିତ

ମନୁ ଭାକର ବ୍ୟବହାର କରିଥିବା ପିସ୍ତଲରେ "circuit malfunction" ସମସ୍ୟା ଦେଖାଦେଇଥିଲା । ଫଳରେ ପ୍ରାୟ ୫ ମିନିଟ ପର୍ଯ୍ୟନ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲେ । ଅଧିକ ପଢନ୍ତୁ...

Technical snag costs Manu final spot in Olympics, Heena says don't judge on numbers only
Olympics: ମନୁଙ୍କୁ ମହଙ୍ଗା ପଡିଲା ପିସ୍ତଲରେ ଯାନ୍ତ୍ରିକ ତ୍ରୁଟି, ଫାଇନାଲରୁ ଅଳ୍ପକେ ବଞ୍ଚିତ
author img

By

Published : Jul 25, 2021, 3:30 PM IST

ଟୋକିଓ: ଭାରତୀୟ ସୁଟିଂ ଷ୍ଟାର ମନୁ ଭାକର ଟୋକିଓ ଅଲମ୍ପିକ୍‌ରେ ନିରାଶ ହୋଇଛନ୍ତି । ୧୦ ମିଟର ମହିଳା ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲକୁ ଯୋଗ୍ୟତା ଅର୍ଜନ କରିବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି ମନୁ । ମନୁ ବ୍ୟବହାର କରିଥିବା ପିସ୍ତଲରେ କିଛି ସମସ୍ୟା "circuit malfunction" ଦେଖାଦେଇଥିଲା । ଫଳରେ ପ୍ରତିଯୋଗିତାର ଗୁରୁତ୍ବପୂର୍ଣ୍ଣ ସମୟରେ ସଠିକ୍‌ ସାଥ୍‌ ଦେଇନଥିଲା ପିସ୍ତଲ । ଯାହାକି ତାଙ୍କୁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାରୁ ଅଳ୍ପକେ ବଞ୍ଚିତ କରିଥିଲା ।

Technical snag costs Manu final spot in Olympics, Heena says don't judge on numbers only
ହିନା ସିଦ୍ଧୁ

ନିଜର ପ୍ରଥମ ଅଲମ୍ପିକ ପଦାର୍ପଣରେ ଭଲ ଆରମ୍ଭ କରିଥିଲେ ମନୁ । ମାତ୍ର ପିସ୍ତଲରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପ୍ରାୟ ୫ ମିନିଟରୁ ଅଧିକ ସମୟ ହରାଇଥିଲେ । ପରେ ଫେରିଥିଲେ ମଧ୍ୟ ତାଙ୍କର ଏକାଗ୍ରତା ଭଙ୍ଗ ହୋଇଥିଲା । ଯାହା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ନ୍ୟାସନାଲ ରାଇଫଲ ଆସୋସିଏସନ ଅଫ୍‌ ଇଣ୍ଡିଆ(NRAI) ଅଧିକାରୀ ତଥା ମନୁଙ୍କ ପିତା ରାମକ୍ରୀଷନ ଭାକର କହିଛନ୍ତି, ଯୋଗ୍ୟତା ପର୍ଯ୍ୟାୟରେ ଦ୍ବିତୀୟ ସିରିଜର ମଧ୍ୟରେ ମନୁଙ୍କ ପିସ୍ତଲର ଇଲେଟ୍ରୋନିକ୍‌ ଟ୍ରିଗରରେ ସମସ୍ୟା "suffered a circuit malfunction" ଦେଖାଦେଇଥିଲା ।

ଏହାକୁ ଠିକ୍‌ କରି ମନୁ ଫାଏରିଂ ପଏଣ୍ଟକୁ ଫେରିଥିଲେ, ମାତ୍ର ବିଶ୍ବ ଚମ୍ପିଆନ ଓ ବିଶ୍ବ ସ୍ତରୀୟ ଶ୍ରେଷ୍ଠ ସୁଟରଙ୍କ ବିପକ୍ଷରେ ବିଚଳିତ ହୋଇଯାଇଥିଲେ ।

୧୯ ବର୍ଷୀୟା ମନୁ ବିଶ୍ବ ମାନ୍ୟତାର ନମ୍ବର ୨ ଖେଳାଳି । ପ୍ରଥମ ପ୍ରୟାସରେ ୯୮ ପଏଣ୍ଟ ହାସଲ କରିଥିବା ମନୁ ପରବର୍ତ୍ତୀ ପ୍ରୟାସ ଗୁଡିକରେ ୯୫, ୯୪, ୯୫ ପଏଣ୍ଟ ହାସଲ କରିଥିଲେ । ଫଳରେ ଶୀର୍ଷ ୧୦ ସ୍ଥାନରୁ ବାହାର ହୋଇଯାଇଥିଲେ । ୬୭୫ ପଏଣ୍ଟ ସହ ମନୁ ଦ୍ବାଦଶ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଯଶସ୍ବିନୀ ସିଂହ ଦେଶୱାଲ ୫୭୪ ପଏଣ୍ଟ ସହ ତ୍ରୟୋଦଶ ସ୍ଥାନରେ ରହିଥିଲେ । ଯୋଗ୍ୟତା ଅର୍ଜନ ପଏଣ୍ଟ ୫୭୭ ରହିଥିଲା । ଉଭୟ ଭାରତୀୟ ଯୁବ ସୁଟରଙ୍କ ଏହା ପ୍ରଥମ ଅଲମ୍ପିକ ଅଂଶଗ୍ରହଣ ।

ସଂଖ୍ୟା ଆଧାରରେ ଆଥଲେଟ୍‌ଙ୍କୁ ପରଖିବା ଉଚିତ ନୁହେଁ କହିଛନ୍ତି ପିସ୍ତଲ ସୁଟର ହିନା ସିଦ୍ଧୁ । ଦୁଇଟି ଅଲମ୍ପିରେ ଭାରତର ପ୍ରତିନିଧିତ୍ବ କରିଥିବା ହିନା, ମନୁଙ୍କ ପ୍ରଦର୍ଶନକୁ ପ୍ରଂଶସା କରିଛନ୍ତି, "୩୪ ମିନିଟରୁ କମ୍‌ ସମୟ ମଧ୍ୟରେ ୫୭୫ ପଏଣ୍ଟ ହାସଲ ଏକ ବଡ ସଫଳତା । ଫାଇନାଲକୁ ଉନ୍ନୀତ ହେବାର ଅତି ନିକଟତର ଥିଲେ ମନୁ । ଶେଷ ସଟ୍‌ ଯଦି କେନ୍ଦ୍ର ୧୦ ମଧ୍ୟରେ ରହିପାରିଥାନ୍ତା ତେବେ ଫାଇନାଲ ଟିକେଟ ହାସଲ କରିଥାନ୍ତେ ।" ପ୍ରତିଯୋଗିତା ଅଧାରେ ପିସ୍ତଲ ଖରାପ ସତ୍ତ୍ବେ ମନୁଙ୍କ ପ୍ରଭାବୀ ପ୍ରଦର୍ଶନ ରହିଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.