ETV Bharat / sports

'ମହାମାରୀ ସ୍ଥିତିରେ ନୂତନ ଆତ୍ମବିଶ୍ବାସ ଦେଇଛି ଟୋକିଓ ଅଲମ୍ପିକ୍ସ' - ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଭାପତି

ଟୋକିଓ ଅଲମ୍ପିକ ଗେମ୍ସ ଆୟୋଜନ ସାରା ବିଶ୍ବକୁ ଏକ ନୂଆ ଆଶାର ଆଲୋକ ଦେଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଭାପତି ଥୋମାସ ବ୍ୟାଚ୍ । ଅଧିକ ପଢ଼ନ୍ତୁ...

Successful Tokyo Olympics gave confidence to entire world, says IOC President
'ମହାମାରୀ ସ୍ଥିତିରେ ନୂତନ ଆତ୍ମବିଶ୍ୱାସ ଦେଇଛି ଟୋକିଓ ଅଲମ୍ପିକ୍ସ'
author img

By

Published : Aug 8, 2021, 3:58 PM IST

Updated : Aug 8, 2021, 4:15 PM IST

ଟୋକିଓ: "ସଫଳତାର ସହ ଟୋକିଓ ଅଲମ୍ପିକ ଗେମ୍ସ ଆୟୋଜନ ଯୋଗୁଁ ସାରା ବିଶ୍ବକୁ ଏକ ନୂଆ ଆଶା ମିଳିଛି ।" ଏହା କହିଛନ୍ତି ଅନ୍ତର୍ଜାତୀୟ ଅଲମ୍ପିକ କମିଟିର ସଭାପତି ଥୋମାସ ବ୍ୟାଚ୍ । ଟୋକିଓ ଅଲମ୍ପିକ୍ ଉଦଯାପନୀ ସମାରୋହ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଥୋମାସ ବ୍ୟାଚ୍ । ଏଥିରେ ସେ ଟୋକିଓ ଅଲମ୍ପିକ ଆୟୋଜନକୁ ନେଇ ଖୁସି ଜାହିର କରିଛନ୍ତି ।

ସାମ୍ବାଦିକ ସମ୍ମଳନୀରେ ଥୋମାସ କହିଛନ୍ତି ଯେ, "ମୁଁ ଭାବୁଛି ଟୋକିଓ ଅଲମ୍ପିକ ଆୟୋଜନ ପାଇଁ ଏହା ପ୍ରକୃଷ୍ଟ ସମୟ ଥିଲା । ଉଭୟ ଆଥଲେଟ ଓ କ୍ରୀଡ଼ା ପ୍ରଶଂସକ ଏଥିରେ ମସଗୁଲ ରହିଥିଲେ । କୋଭିଡ ମହାମାରୀ ସମୟରେ କେବଳ ଖେଳାଳିମାନଙ୍କ ପାଇଁ ନୁହେଁ ବରଂ ସାରା ବିଶ୍ବରୁ ଏକ ନୂଆ ଆଶା ଆତ୍ମବିଶ୍ୱାସ ଦେଇଛି ଏହି କ୍ରୀଡ଼ା ମହାକୁମ୍ଭ ।"

ରବିବାର ସଂଧ୍ୟାରେ ଉଦଯାପନୀ ଉତ୍ସବ ଟୋକିଓ ଅଲମ୍ପିକ୍ସ ଶେଷ ହେବ । କୋରୋନା କଟକଣା ମଧ୍ୟରେ ଏହି ମେଗା ଇଭେଣ୍ଟର ଆୟୋଜିତ ହୋଇଛି । ଅଧିକାଂଶ ଇଭେଣ୍ଟ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିଲା । ଜାପାନର ଜାତୀୟ ଷ୍ଟାଡିୟମରେ ଉଦଯାପନୀ ଉତ୍ସବ ଆୟୋଜିତ ହେବ । ଟୋକିଓ ଅଲମ୍ପିକ ଗେମ୍ସରେ ୨୦୦ ଦେଶରୁ ୧୧ ହଜାର ଆଥଲେଟ ଭାଗ ନେଇଥିଲେ । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ ଉଦଯାପନୀ ସମାରୋହ ଆରମ୍ଭ ହେବ । ଏହି ସମାରୋହରେ ଅଲମ୍ପିକ କାଂସ୍ୟ ପଦକ ବିଜୟୀ ବଜରଙ୍ଗ ପୁନିଆ ହାତରେ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 8, 2021, 4:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.