ETV Bharat / sports

Tokyo Olympics: ବ୍ୟାକଷ୍ଟ୍ରୋକ ସ୍ବିମିଂ ସେମିଫାଇନାଲରେ ପହଞ୍ଚି ପାରିଲେନି ଭାରତୀୟ ସନ୍ତରଣକାରୀ - ଟୋକିଓ ଅଲମ୍ପିକ୍ସରେ ଶ୍ରୀହରି ନଟରାଜ

ପୁରୁଷ ବିଭାଗର ୧୦୦ ମିଟର ଇଭେଣ୍ଟ ବ୍ୟାକଷ୍ଟ୍ରୋକ ସ୍ବିମିଂର ସେମିଫାଇନାଲରେ ପ୍ରବେଶ କରି ପାରିଲେ ନାହିଁ ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ । ଅଧିକ ପଢ଼ନ୍ତୁ...

Tokyo Olympics: ୧୦୦ ମିଟର ଇଭେଣ୍ଟ ବ୍ୟାକଷ୍ଟ୍ରୋକ ସ୍ବିମିଂର ଟପ ୫ ଜଣଙ୍କ ମଧ୍ୟରେ ଶ୍ରୀହରି ନଟରାଜ

author img

By

Published : Jul 25, 2021, 6:43 PM IST

Updated : Jul 25, 2021, 7:07 PM IST

ଟୋକିଓ: ପୁରୁଷ ବିଭାଗର ୧୦୦ ମିଟର ଇଭେଣ୍ଟ ବ୍ୟାକଷ୍ଟ୍ରୋକ ସ୍ବିମିଂର ସେମିଫାଇନାଲରେ ପ୍ରବେଶ କରି ପାରିଲେ ନାହିଁ ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ । ବ୍ୟାକଷ୍ଟ୍ରୋକ ସ୍ବିମିଂ ହିଟ୍-3ରେ ୧୦୦ ମିଟର ବ୍ୟବଧାନକୁ ସେ ୫୪.୩୧ ସେକେଣ୍ଡରେ ପୂର୍ଣ୍ଣ କରିଥିଲେ । ତାଙ୍କର ଏହାପରେ ସେ ପ୍ରତିଯୋଗୀମାନଙ୍କ ମଧ୍ୟରେ ୨୭ତମ ସ୍ଥାନରେ ରହିଛନ୍ତି । ଫଳରେ ସେ ସେମିଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି ।

ବେଙ୍ଗାଲୁରୁର ଏହି 20 ବର୍ଷୀୟ ସନ୍ତରଣକାରୀ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ରହିଥିଲେ ସୁଦ୍ଧା ସେମିଫାଇନାଲକୁ ଉନ୍ନିତ ହେବାରେ ବିଫଳ ହୋଇଛନ୍ତି । ଫଳରେ ସନ୍ତରଣ ଇଭେଣ୍ଟର ଭାରତର ପଦକ ଜିତିବା ଆଶା ମଉଳି ଯାଇଛି । ଗତ ଜାତୀୟ ଓ ଅନ୍ତର୍ଜାତୀୟ ସିଜିନରେ ଦମଦାର ପ୍ରଦର୍ଶନ କରିଛନ୍ତି । ଯାହାଫଳରେ ଟୋକିଓ ଟିକଟ ହାସଲ କରି ପାରିଥିଲେ । ସେହିଭଳା ମହିଳା ବିଭାଗରେ ଭାରତୀୟ ସନ୍ତରଣକାରୀ ମାନା ପଟେଲ ମଧ୍ୟ ସେମିଫାଇନାଲକୁ ଉନ୍ନିତ ହେବାରେ ବିଫଳ ରହିଛନ୍ତି । ହିଟ୍-୧ରେ ସେ ବ୍ୟାକଷ୍ଟ୍ରୋକ ସ୍ବିମିଂ ଇଭେଣ୍ଟର ୧୦୦ ମିଟର ବ୍ୟବଧାନକୁ ୧.୦୫ ସେକେଣ୍ଡରେ ପୂର୍ଣ୍ଣ କରିଥିଲେ ।

ଟୋକିଓ ଅଲମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ସନ୍ତରଣକାରୀ ଭାବରେ ମାନା ପଟେଲ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇିଟଭି ଭାରତ

Last Updated : Jul 25, 2021, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.