ETV Bharat / sports

ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପଦକ ବିଜେତାଙ୍କୁ ସମ୍ମାନିତ କରିବ SAI - ପଦକ ବିଜେତାଙ୍କୁ ସମ୍ମାନିତ କରିବ SAI

ଚଳିତ ଅଲିମ୍ପିକ୍ସରେ ଭାରତ ତାର ସର୍ବାଧିକ ପଦକ ହାସଲ କରିଛି । SAI ପକ୍ଷରୁ ଆଜି(ସୋମବାର) ସଂନ୍ଧ୍ୟାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ସମସ୍ତ ପଦକ ବିଜେତାଙ୍କୁ ସମ୍ମାନିତ କରାଯିବ । ଅଧିକ ପଢନ୍ତୁ....

ଆଜି ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପଦକ ବିଜେତାଙ୍କୁ ସମ୍ମାନିତ କରିବ SAI

author img

By

Published : Aug 9, 2021, 1:00 PM IST

ନୂଆଦିଲ୍ଲୀ: ରବିବାର ଶେଷ ହୋଇଛି କ୍ରୀଡାମହାକୁମ୍ଭ ଟୋକିଓ ଅଲମ୍ପିକ । ଅଲିମ୍ପିକରେ ଭାରତ ସମୁଦାୟ ୭ଟି ପଦକ ହାତେଇବାରେ ସଫଳ ହୋଇଛି । ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ SAI ଆଜି(ସୋମବାର) ସଂନ୍ଧ୍ୟାରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ସମସ୍ତ ପଦକ ବିଜେତାଙ୍କୁ ସମ୍ମାନିତ କରାଯିବ ।

ଚଳିତ ଅଲିମ୍ପିକ୍ସରେ ଭାରତ ତାର ସର୍ବାଧିକ ପଦକ ହାସଲ କରିଛି । ଜାଭେଲିନ୍ ଥ୍ରୋ ନୀରଜ ଚୋପ୍ରାଙ୍କ ଦ୍ବାରା ଆଥଲେଟିକ୍ସରେ ସର୍ବପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ପୂର୍ବରୁ ଲଣ୍ଡନ ୨୦୧୨ ଅଲିମ୍ପିକ୍ସରେ ସର୍ବାଧିକ ୬ଟି ପଦକ ହାସଲ କରିଥିଲା ଭାରତ । ଆଜି ଦିଲ୍ଲୀରେ ପହଞ୍ଚିବେ ସମସ୍ତ ଟୋକିଓ ଅଲିମ୍ପିକ ପଦକ ବିଜେତା ।

ଏହା ପରେ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ସେମାନଙ୍କୁ ସମ୍ମାନିତ କରାଯିବ । କାର୍ଯ୍ୟକ୍ରମ ସଂନ୍ଧ୍ୟା ୬ଟା ୩୦ରେ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ଧ୍ୟାନଚାନ୍ଦ ଷ୍ଟାଡିୟମର ପ୍ରଶାସକ ଚନ୍ଦ୍ର ଭୂଷଣ ପ୍ରସାଦ କହିଛନ୍ତି । ଏହା ସହିତ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସଙ୍କୁ କୁହାଯାଇଛି ।

ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଜାଭଲିନ ଥ୍ରୋରେ ନୀରଜ ଚୋପ୍ରା(ସ୍ବର୍ଣ୍ଣ), ମୀରାବାଈ ଚାନୁ( ରୌପ୍ୟ), ରେସଲର ରବି ଦହିୟା (ରୌପ୍ୟ) ,ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ (ବ୍ରୋଞ୍ଜ), ରେସଲର ବଜରଙ୍ଗ ପୁନିଆ (ବ୍ରୋଞ୍ଜ), ବକ୍ସର ଲୋଭଲିନା ବୋର୍ଗହେନ (ବ୍ରୋଞ୍ଜ) ଏବଂ ଭାରତୀୟ ପୁରୁଷ ହକି ଦଳ (ବ୍ରୋଞ୍ଜ) ପଦକ ହାସଲ କରିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.