ETV Bharat / sports

ମୀରାବାଇ ଚାନୁଙ୍କୁ ଡୋମିନସର ପୁରସ୍କାର, ଜୀବନ ସାରା ଦେବ ମାଗଣା ପିଜ୍ଜା

author img

By

Published : Jul 25, 2021, 8:04 PM IST

ଡୋମିନସ ପିଜ୍ଜା ଇଣ୍ଡିଆ ପକ୍ଷରୁ ଅଲମ୍ପକ୍ସ ପଦକ ବିଜେତା ମୀରାବାଇ ଚାନୁଙ୍କୁ ପୁରସ୍କାର । ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ମୀରାବାଇ ଚାନୁଙ୍କୁ ଜୀବନସାରା ମାଗଣା ପିଜ୍ଜା ଦେବ ଡୋମିନସ୍ । ଅଧିକ ପଢ଼ନ୍ତୁ...

ମୀରାବାଇ ଚାନୁଙ୍କୁ ଡୋମିନସର ପୁରସ୍କାର, ଜୀବନ ସାରା ଦେବ ମାଗଣା ପିଜ୍ଜା
ମୀରାବାଇ ଚାନୁଙ୍କୁ ଡୋମିନସର ପୁରସ୍କାର, ଜୀବନ ସାରା ଦେବ ମାଗଣା ପିଜ୍ଜା

ନୂଆଦିଲ୍ଲୀ: ଡୋମିନସ ପିଜ୍ଜା ଇଣ୍ଡିଆ ପକ୍ଷରୁ ଅଲମ୍ପକ୍ସ ପଦକ ବିଜେତା ମୀରାବାଇ ଚାନୁଙ୍କୁ ପୁରସ୍କାର । ଚଳିତ ଟୋକିଓ ଅଲମ୍ପିକ୍ସରେ ଭାରତ ପକ୍ଷରୁ ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ମୀରାବାଇ ଚାନୁଙ୍କୁ ଜୀବନସାରା ମାଗଣା ପିଜ୍ଜା ଦେବ ଡୋମିନସ୍ । ଏହାକୁ ନେଇ ଡୋମିନସ ପିଜ୍ଜା ପକ୍ଷରୁ ବିଦ୍ଧିବଧ ଘୋଷଣା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଏକମାତ୍ର ଅଲମ୍ପିଆନ ଭାବରେ ଟୋକିଓ ଅଲମ୍ପିକ୍ସରେ ପଦକ ହାସଲ କରିଛନ୍ତି ମୀରାବାଇ ଚାନୁ । ୪୯ କେଜି ବର୍ଗର ଭାରୋତ୍ତଳନ ଇଭେଣ୍ଟରେ ମୀରାବାଇ ରୌପ୍ୟ ପଦକ ହାସଲ କରିଛନ୍ତି । ଏହାପରେ ଭାରତରେ ତାଙ୍କ ପାଇଁ ପୁରସ୍କାର ଘୋଷଣା ହେବାରେ ଲାଗିଛି । ଏହି ତାଲିକାରେ ଆଜି ଡୋମିନସ ମଧ୍ୟ ଯୋଡ଼ି ହୋଇ ଯାଇଛି ।

ଡୋମିନସ ପିଜ୍ଜା ଇଣ୍ଡିଆ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, "ମୀରାବାଇ ଚାନୁ ଦେଶବାସୀଙ୍କୁ ଗୌରବାନ୍ବିତ କରିଛନ୍ତି । ଏଥିପାଇଁ ତାଙ୍କୁ ଆମେ ଶୁଭେଚ୍ଛା ଜଣାଉଛୁ । ଆମ ଇମ୍ଫାଲ ଟିମ୍ ଚାନୁଙ୍କ ପରିବାର ଲୋକଙ୍କ ସହ ଖୁସି ବାଣ୍ଟିବା ପାଇଁ ମାଗଣା ପିଜ୍ଜା ପଠାଇଛି । ଏଭଳି ଜଣେ ଅଲମ୍ପିକ ବିଜେତା ଯେତେବେଳେ ଇଚ୍ଛା କରିବେ ସେତେବେଳେ ତାଙ୍କୁ ପିଜ୍ଜା ଯୋଗାଇ ଦିଆଯିବ । ତାହାବି ସମ୍ପୁର୍ଣ୍ଣ ମାଗଣା ।"

ମୀରାବାଇ ଚାନୁ ପଦକ ହାସଲ କରିବା ପରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ ତାଙ୍କୁ ଏକ କୋଟି ଟଙ୍କା ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.