ETV Bharat / sports

Tokyo Paralympics: ପଦକ ବିଜେତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Aug 29, 2021, 7:48 PM IST

ଗୋଟିଏ ଦିନରେ ତିନୋଟି ପଦକ ହାସଲ କରିଛନ୍ତି ଭାରତୀୟ ପାରା କ୍ରୀଡ଼ାବିତ । ଏହାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ...

Tokyo Paralympics: ପଦକ ବିଜେତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Tokyo Paralympics: ପଦକ ବିଜେତାଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଟୋକିଓ ପାରାଲମ୍ପିକ୍ସରେ ଭାରତ ପାଇଁ ଗୋଟିଏ ପରେ ଗୋଟିଏ ଖୁସି ଖବର ମିଳିବାରେ ଲାଗିଛି । ଗୋଟିଏ ଦିନରେ ତିନୋଟି ପଦକ ହାସଲ କରିଛନ୍ତି ଭାରତୀୟ ପାରା କ୍ରୀଡ଼ାବିତ । ଦିନର ଆରମ୍ଭ ଟେବୁଲ ଟେନିସ ଇଭେଣ୍ଟରେ ଭାବିନାଙ୍କ ରୌପ୍ୟ ପଦକରୁ ହୋଇଥିଲା । ତେବେ ଦିନ ଶେଷ ହେବା ବେଳକୁ ଉଚ୍ଚ ଡିଆଁ ଖେଳାଳି ନିଷାଦ କୁମାର ଓ ଡିସକସ ଥ୍ରୋ ଖେଳାଳି ବିନୋଦ କୁମାର ଭାରତକୁ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଭେଟି ଦେଇ ଗୌରବାନ୍ବିତ କରିଛନ୍ତି ।

ଏହାକୁ ନେଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମେ ନିଷାଦ କୁମାରଙ୍କୁ ନେଇ ପ୍ରଧାନମନ୍ତ୍ରୀ ସୋସିଆଲ ମଡିଆରେ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଟୋକିଓରୁ ଆହୁରି ଖୁସି ଖବର ଆସିବାରେ ଲାଗିଛି । ହାଇ ଜମ୍ପ ଇଭେଣ୍ଟରେ ଭାରତ ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ କରିଛି । ସେ ଜଣେ ଦକ୍ଷ ଓ ନିଷ୍ଠାବାନ ଖେଳାଳି । ଏଥିପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି ।"

  • More joyful news comes from Tokyo! Absolutely delighted that Nishad Kumar wins the Silver medal in Men’s High Jump T47. He is a remarkable athlete with outstanding skills and tenacity. Congratulations to him. #Paralympics

    — Narendra Modi (@narendramodi) August 29, 2021 " class="align-text-top noRightClick twitterSection" data=" ">

ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନୋଦ କୁମାରଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, "ପାରାଲମ୍ପିକ୍ସରେ ବିନୋଦ କୁମାରଙ୍କ ପ୍ରଦର୍ଶନ ଯୋଗୁଁ ସାରା ଭାରତ ଆଜି ଆନନ୍ଦିତ । କାଂସ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ ଧନ୍ୟବାଦ । ବିନୋଦଙ୍କ କଷ୍ଟ, ନିଷ୍ଠାର ଫଳ ଆଜି ତାଙ୍କୁ ମିଳି ପାରିଛି ।"

  • India is rejoicing thanks to Vinod Kumar’s stupendous performance! Congratulations to him for the Bronze Medal. His hard work and determination is yielding outstanding results. #Paralympics

କେବଳ ପ୍ରଧାନମନ୍ତ୍ରୀ ମୋଦି ନୁହନ୍ତି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ସଦ୍ୟ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିବା ଦୁଇ ଭାରତୀୟ ଆଥଲେଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଭାରତୀୟ ଆଥଲେଟଙ୍କ ପାଇଁ ସାରା ଭାରତ ଆଜି ଗର୍ବିତ ବୋଲି ସେ କହିଛନ୍ତି ।

  • Congratulations to Nishad Kumar for winning the silver medal in men’s high jump at Tokyo #Paralympics. You have proved your excellence on the global stage, thereby bringing glory to India. My heartiest congratulations to you on your superlative performance and success.

    — President of India (@rashtrapatibhvn) August 29, 2021 " class="align-text-top noRightClick twitterSection" data=" ">

ନିଷାଦ କୁମାରଙ୍କୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍ କରି କହିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସର ହାଇଜମ୍ପ୍ ଇଭେଣ୍ଟରେ ଭାରତର ନିଷାଦ କୁମାର ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ବସ୍ତରରେ ଆପଣ ଆପଣଙ୍କ ଦକ୍ଷତା ପ୍ରତିପାଦନ କରି ଭାରତ ପାଇଁ ଗୌରବ ଆଣି ପାରିଛ । ହୃଦୟରୁ ତୁମ ପ୍ରଦର୍ଶନ ଓ ତୁମ ସଫଳତା ପାଇଁ ଶୁଭେଚ୍ଛା ଜଣାଉଛି ।"

  • Congratulations to Vinod Kumar for winning bronze at Paralympics. You have done India proud with your podium finish. I appreciate your grit and determination. May you scale greater heights of success.

ସେପଟେ ବିନୋଦ କୁମାରଙ୍କୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ୍ କରି ଲେଖିଛନ୍ତି ଯେ, "ଟୋକିଓ ପାରାଲମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଥିବା ବିନୋଦ କୁମାରଙ୍କୁ ଶୁଭେଚ୍ଛା । ପୋଡିୟମ ଫିନିସ କରିଥିବାରୁ ଭାରତ ଆପଣଙ୍କ ପାଇଁ ଗର୍ବିତ । ଆପଣଙ୍କ ଉପହାର ଓ ନିଷ୍ଠାକୁ ମୁଁ ସମ୍ମାନ କରୁଛି । ଆପଣ ସଫଳତାର ଶୀର୍ଷରେ ପହଞ୍ଚନ୍ତୁ ଏହାହିଁ ମୋର କାମନା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.