ETV Bharat / sports

ଦେଶ ଉଦ୍ଦେଶ୍ୟରେ ମେଡାଲ ଉତ୍ସର୍ଗ କଲେ ମୀରାବାଇ

author img

By

Published : Jul 27, 2021, 4:54 PM IST

Updated : Jul 27, 2021, 5:17 PM IST

ଦେଶବାସୀଙ୍କ ପ୍ରାର୍ଥନା ଓ ଭଲ ପାଇବା ପାଇଁ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ବିଜୟିନୀ ସୈଖମ ମୀରାବାଇ ଚାନୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଦକ ଉତ୍ସର୍ଗ କରିଛନ୍ତି । ଅଧିକ ପଢନ୍ତୁ...

Mirabai Chanu dedicates Olympic medal to India, thanks PM Modi for encouragment
ଦେଶ ଉଦ୍ଦେଶ୍ୟରେ ମେଡାଲ ଉତ୍ସର୍ଗ କଲେ ମୀରାବାଇ

ନୂଆଦିଲ୍ଲୀ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଦକ ଉତ୍ସର୍ଗ କଲେ ମୀରାବାଇ ଚାନୁ । ଦେଶବାସୀଙ୍କ ପ୍ରାର୍ଥନା ଓ ଭଲ ପାଇବା ପାଇଁ ଟୋକିଓ ଅଲମ୍ପିକରେ ରୌପ୍ୟ ପଦକ ବିଜୟିନୀ ସୈଖମ ମୀରାବାଇ ଚାନୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପଦକ ଉତ୍ସର୍ଗ କରିଛନ୍ତି । ରିଓ ଅଲମ୍ପିକରେ ପଦକ ବିଜୟ ସ୍ବପ୍ନ ଚୁରମାର ପରେ ଟୋକିଓରେ ସଫଳ ହୋଇଛନ୍ତି ମୀରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାଦାୟୀ ଶବ୍ଦ, ନିଷ୍ଠା ଓ କଠିନ ପରିଶ୍ରମ ମଧ୍ୟ ଟୋକିଓରେ ଭାରତ ପାଇଁ ପ୍ରଥମ ପଦକ ଜିତିବାରେ ସହାୟକ ହୋଇଥିବା କହିଛନ୍ତି ମୀରାବାଇ । ଫଳରେ ବିଜୟ ମନ୍ତ୍ର ସହ ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ମଣିପୁରୀ ଭାରୋତ୍ତଳନକାରୀ ।

ଘରକୁ ଫେରିବା ପରେ ଚାନୁ କହିଛନ୍ତି, "ଭାରତୀୟଙ୍କ ଭଲପାଇବା ଓ ପ୍ରାର୍ଥନା ପାଇଁ ମୁଁ ଏହି ପଦକ ଜିତିପାରିଛି । ମୁଁ ସମସ୍ତଙ୍କୁ ବିଶେଷ କରି ଦେଶକୁ ଗର୍ବିତ କରିବାକୁ କ୍ରୀଡାକୁ କ୍ୟାରିୟର ବାଛିଥିବା ଝିଅଙ୍କୁ ଶୁଭେଚ୍ଛା ଜଣାଉଛି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ମୁଁ ମୋର ପଦକ ଉତ୍ସର୍ଗ କରୁଛି । ଉତ୍ସାହିତ କରିଥିବାରୁ ପ୍ରଧାନମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀଙ୍କୁ ଧନ୍ୟବାଦ ।"

କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୀରାବାଇଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଉତ୍ସବରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ କିଶାନ ରେଡ୍ଡି, AYUSH ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଓ କ୍ରୀଡାରାଜ୍ୟ ମନ୍ତ୍ରୀ ନୀତିଶ ପ୍ରାମାଣିକ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2021, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.