ETV Bharat / sports

Tokyo Olympics: ହାରିବା ପରେ ବି ଇତିହାସ ରଚିଲେ ଖଡ୍ଗଯୋଦ୍ଧା ଭବାନୀ

author img

By

Published : Jul 26, 2021, 8:55 PM IST

୮ ଥର ଜାତୀୟ ଚାମ୍ପିୟନ ଭବାନୀ ବିଜୟ ସହ ନିଜର ଅଲମ୍ପିକ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । କିନ୍ତୁ ପରାଜୟ ପରେ ବି ଭବାନୀ ରଚିଛନ୍ତି ଇତିହାସ । ଅଧିକ ପଢ଼ନ୍ତୁ...

Bhavani Devi, 1st Indian fencer in Olympics, Tokyo Olympics, fencer, ଇତିହାସ ରଚିଲେ ଖଡ୍ଗଯୋଦ୍ଧା ଭବାନୀ, ଭବାନୀ ଦେବୀ, ଭାରତୀୟ ମହିଳା ଖଡ୍ଗଯୋଦ୍ଧା, ଟୋକିଓ ଅଲମ୍ପିକ୍ସ
Tokyo Olympics: ହାରିବା ପରେ ବି ଇତିହାସ ରଚିଲେ ଖଡ୍ଗଯୋଦ୍ଧା ଭବାନୀ

ଟୋକିଓ: ଭାରତୀୟ ମହିଳା ଖଡ୍ଗଯୋଦ୍ଧା ଭବାନୀ ଦେବୀ Tokyo Olympics ରେ ଓହ୍ଲାଇବା କ୍ଷଣି ହିଁ ରଚିଥିଲେ ଇତିହାସ । ଅଲମ୍ପିକ ଖଡ୍ଗଯୁଦ୍ଧ (Fencing) ରେ ଭାଗନେଇଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି ଭବାନୀ । ୮ ଥର ଜାତୀୟ ଚାମ୍ପିୟନ ଭବାନୀ ବିଜୟ ସହ ନିଜର ଅଲମ୍ପିକ ଅଭିଯାନ ଆରମ୍ଭ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

ପ୍ରଥମ ଥର ଅଲମ୍ପିକ ଖେଳୁଥିବା ମହିଳା ଖଡ୍ଗଯୋଦ୍ଧା ଭବାନୀ ପ୍ରତିଯୋଗିତାରେ ଟ୍ୟୁନିଶିଆର ନାଦିଆ ବେନ ଅଜିଜିଙ୍କୁ ୧୫-୩ରେ ପରାସ୍ତ କରିଥିଲେ । ୨୭ ବର୍ଷୀୟ ଭବାନୀଙ୍କ ଦ୍ବିତୀୟ ପର୍ଯ୍ୟାୟରେ ମୁକାବିଲା ଥିଲା ବିଶ୍ବର ତିନି ନମ୍ବର ଖଡ୍ଗଯୋଦ୍ଧା ଫ୍ରାନ୍ସର ମେନନ ବ୍ରୁଟେନଙ୍କ ସହ ଥିଲା ।

ମହିଳାଙ୍କ ବ୍ୟକ୍ତିଗତ ବର୍ଗ ପ୍ରତିଯୋଗିତାର ଦ୍ବିତୀୟ ମ୍ୟାଚରେ ଭବାନୀଙ୍କୁ ବ୍ରୁଟେଙ୍କ ଠାରୁ ୭-୧୫ ପଏଣ୍ଟରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ହାରି ଯାଇଥିଲା ବି ଭବାନୀ ସଭିଁଙ୍କ ମନ ଜିତି ନେଇଛନ୍ତି । ଅନେକ ଝିଅଙ୍କ ଆଖରେ ଭରିଛନ୍ତି ଖଡ୍ଗଯୋଦ୍ଧା ହେବାର ସ୍ବପ୍ନ ।

୨୦୦୪ ମସିହାରେ ଭବାନୀ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ବିଦ୍ୟାଳୟରେ ଖେଳ ପାଇଁ ନାମ ଲେଖାଇବାର ଥିଲା । ଯେତେବେଳେ ସେ ନାମ ଲେଖାଇବାକୁ ଗଲେ ଜଣାପଡ଼ିଲା ଯେ ସମସ୍ତ ଖେଳରେ ୬ ଜଣ ଲେଖାଏଁ ଖେଳାଳି ପୂରା ହୋଇସାରିଛନ୍ତି । କେବଳ ଖଡ୍ଗଯୁଦ୍ଧରେ ସ୍ଥାନ ଖାଲି ରହିଛି । ଏମିତିରେ ଭବାନୀଙ୍କ ପାଖରେ ଏହାକୁ ଆପଣେଇବା ଛଡ଼ା ଆଉ ଅନ୍ୟ ଉପାୟ ନଥିଲା ।

ତେବେ ଅନ୍ୟ ସ୍ଥାନ ଖାଲି ନଥିବାରୁ ଖଡ୍ଗ ଯୁଦ୍ଧକୁ ଆପଣେଇଥିବା ଭବାନୀ ଯେ ଦିନେ ଏହି ଖେଳରେ ଏତେ ଆଗକୁ ଯିବେ ତାହା କେହି ଭାବିନଥିଲେ । ତେବେ ପରବର୍ତ୍ତୀ ଅଲମ୍ପିକ୍ସରେ ଭବାନୀ ନିଶ୍ଚିତ ପଦକ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.