ETV Bharat / sports

Tokyo Paralympics; ଡିସକସ ଥ୍ରୋରେ ଯୋଗେଶ କାଥୁନିଆଙ୍କୁ ରୌପ୍ୟ - ପାରାଲିମ୍ପିକ୍ସ

ପାରାଅଲିମ୍ପିକ୍ସରେ ଭାରତର ପଦକ ବର୍ଷା । ଡିସକସ ଥ୍ରୋରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି ଯୋଗେଶ କାଥୁନିଆ । ଅଧିକ ପଢନ୍ତୁ...

ଡିସକସ ଥ୍ରୋରେ ଯୋଗେଶ କାଥୁନିଆଙ୍କୁ ରୌପ୍ୟ
ଡିସକସ ଥ୍ରୋରେ ଯୋଗେଶ କାଥୁନିଆଙ୍କୁ ରୌପ୍ୟ
author img

By

Published : Aug 30, 2021, 8:46 AM IST

Updated : Aug 30, 2021, 10:10 AM IST

ଟୋକିଓ: ପାରାଅଲିମ୍ପିକ୍ସରେ ଭାରତର ପଦକ ବର୍ଷା । ଡିସକସ ଥ୍ରୋରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି ଯୋଗେଶ କାଥୁନିଆ । ଭାରତ ପାଇଁ ତୃତୀୟ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ । ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୪୪.୩୮ ମିଟର ପର୍ଯ୍ୟନ୍ତ ଡିସ୍‌କସ୍‌ ଫୋପାଡ଼ି ଥିଲେ ଯୋଗେଶ ।

ଷଷ୍ଠ ପର୍ଯ୍ୟାୟରେ ଯୋଗେଶ ଫାଇନାଲ ଉଦ୍ୟମରେ ଏଫ୫୬ ୪୪.୩୮ମିଟର ପର୍ଯ୍ୟନ୍ତ ଡିସକସ ଫୋପାଡି ଥିଲେ । ପ୍ରଥମ ପ୍ରୟାସରେ କ୍ଲାଉଡିନେୟା ବାଟିସଟା ୪୪.୫୭ ମିଟର ପର୍ଯ୍ୟନ୍ତ ଡିସକସ ଫୋପାଡି ଥିଲେ । ପ୍ରଥମରୁ ଯୋଗେଶଙ୍କ ପ୍ରଦର୍ଶନ ଭଲ ନଥିଲା । ଦ୍ବିତୀୟ ପର୍ଯ୍ୟାୟରେ କମବ୍ୟାକ କରିଥିଲେ ଯୋଗେଶ । ଦ୍ବିତୀୟ ରାଉଣ୍ଡରେ ୪୨. ୩୮ମିଟର ଯାଏଁ ଡିସକସ ଫୋପାଡି ଥିଲେ ।

ତୃତୀୟ ଓ ଚତୁର୍ଥ ରାଉଣ୍ଡରେ ଯୋଗେଶ ଭଲ ପ୍ରଦର୍ଶନ କରିଥିଲେ । ଶେଷ ଦୁଇ ପ୍ରୟାସରେ ଯଥାକ୍ରମେ ଯୋଗେଶ ୪୩.୫୫ ଓ ୪୪.୩୮ ମିଟର ପର୍ଯ୍ୟନ୍ତ ଡିସକସ ଫୋପାଡିବାରେ ସଫଳ ହୋଇଥିଲେ । ୨୦୧୯ ଇଣ୍ଡିୟାନ ଗ୍ରାଣ୍ଡ ପ୍ରିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଚଳିତ ପାରାଅଲିମ୍ପିକ୍ସରେ ଭାରତକୁ ତାର ଚତୁର୍ଥ ରୌପ୍ୟ ପଦକ ମିଳିିଛି । ଭାବିନା ବେନ, ନିଷାଦ ଓ ଦେବେନ୍ଦ୍ର ରୌପ୍ୟ ଜିତି ଦେଶ ପାଇଁ ଗୌରବ ଆଣିଥିବାବେଳେ ଡିସକସ ଥ୍ରୋରେ ଯୋଗେଶ ଆଉ ଏକ ରୌପ୍ୟ ଜିତି ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ।

@ANI

Last Updated : Aug 30, 2021, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.