ETV Bharat / sports

Tokyo Paralympics: ବ୍ରେଷ୍ଟଷ୍ଟ୍ରୋକ୍ ସ୍ବିମିଂ ଇଭେଣ୍ଟରେ ସୁୟସ ଯାଦବ ଡିସକ୍ବାଲିଫାଏ - ଟୋକିଓ ପାରାଲମ୍ପିକ୍ସ

ପାରାଲିମ୍ପିକ୍ସ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ସ୍ବିମିଂ ଇଭେଣ୍ଟର SB-7 କାଟାଗୋରୀରେ ଡିସକ୍ବାଲିଫାଏ ହୋଇଛନ୍ତି ଭାରତୀୟ ପାରା କ୍ରୀଡ଼ାବିତ ସୁୟଶ ନାରାୟଣ ଯାଦବ । ଅଧିକ ପଢ଼ନ୍ତୁ...

Tokyo Paralympics: ବ୍ରେଷ୍ଟଷ୍ଟ୍ରୋକ୍ ସ୍ବିମିଂ ଇଭେଣ୍ଟରେ ସୁୟସ ଯାଦବ ଡିସକ୍ବାଲିଫାଇ

author img

By

Published : Sep 1, 2021, 5:49 PM IST

ଟୋକିଓ: ପାରାଲମ୍ପିକ୍ସ ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ସ୍ବିମିଂ ଇଭେଣ୍ଟର SB-7 କାଟାଗୋରୀରେ ଡିସକ୍ବାଲିଫାଏ ହୋଇଛନ୍ତି ଭାରତୀୟ ପାରା କ୍ରୀଡ଼ାବିତ ସୁୟଶ ନାରାୟଣ ଯାଦବ । ଫାଇନାଲ ରାଉଣ୍ଡରେ ଆବଶ୍ୟକ ଥିବା ସମସ ସୀମା ମଧ୍ୟରେ ୱାଟର ଟ୍ରାକ୍ ପାର କରି ପାରିନଥିଲେ ସୁୟସ । ଯାହାଫଳରେ ସେ ଏହି ଇଭେଣ୍ଟ ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ ।

କଲମ୍ବିଆର କାରଲୋସ ଜରାଟେ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ରେକର୍ଡ ସମୟ ୧.୧୨ ମିନିଟରେ ଟ୍ରାକ ପାର କରିଥିଲେ । ଏହାପରେ ଋଷିଆର ପାରାଆଥଲେଟ ଏଗର ଏଫ୍ରୋସିନିନ ରୌପ୍ୟ ପଦକ ହାସଲ କରିଛନ୍ତି । ସେପଟେ ଅଷ୍ଟ୍ରେଲିଆର ବ୍ଲାକ କୋକ୍ରେନ କାଂସ୍ୟ ପଦକ ହାସଲ କରିଛନ୍ତି ।

ଶୁକ୍ରବାର ଦିନ ସୁୟସ ଯାଦବ ୫୦ ମିଟର ବଟରଫ୍ଲାଏ ସ୍ବିମିଂ ଇଭେଣ୍ଟରେ ଭାଗ ନେବେ । ସୁୟସ ଯାଦବ ଏହି ଇଭେଣ୍ଟରେ ପଦକ ହାସଲ କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ଭାରତ ୧୦ଟି ପଦକ ହାସଲ କରି ପଦକ ତାଲିକାରେ ୩୦ତମ ସ୍ଥାନରେ ରହିଛି । ଏଥିରେ ଦୁଇଟି ସ୍ବର୍ଣ୍ଣ ପଦକ ମଧ୍ୟ ସାମିଲ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.