ETV Bharat / sports

Tokyo Olympics day 8: ରେସ୍ ଟ୍ରାକକୁ ଓହ୍ଲାଇବେ ଦୂତୀ, ସିନ୍ଧୁଙ୍କ ଉପରେ ନଜର

author img

By

Published : Jul 29, 2021, 10:10 PM IST

Updated : Jul 29, 2021, 10:22 PM IST

ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ରହିବ ଅଷ୍ଟମ ଦିନ ଟୋକିଓ ଅଲମ୍ପିକ୍ସ । କାରଣ ଦୌଡ଼ାରାଣୀ ଦୂତି ଚାନ୍ଦ କାଲି ପ୍ରଥମ ଥର ପାଇଁ ଟ୍ରାକକୁ ଓହ୍ଲାଇବାକୁ ଯାଉଛନ୍ତି । ଅଧିକ ପଢ଼ନ୍ତୁ...

Tokyo Olympics day 8: ରେସ୍ ଟ୍ରାକକୁ ଓହ୍ଲାଇବେ ଦୌଡ଼ରାଣୀ ଦୂତି ଚାନ୍ଦ

ଟୋକିଓ: ଟୋକିଓ ଅଲମ୍ପିକ୍ସର ଅଷ୍ଟମ ଦିନ ଭାରତୀୟ କ୍ରୀଡା଼ବିତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବ । ବିଶେଷ କରି ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ ରହିବ ଅଷ୍ଟମ ଦିନ ଟୋକିଓ ଅଲମ୍ପିକ୍ସ । କାରଣ ଦୌଡ଼ାରାଣୀ ଦୂତି ଚାନ୍ଦ କାଲି ପ୍ରଥମ ଥର ପାଇଁ ଟ୍ରାକକୁ ଓହ୍ଲାଇବାକୁ ଯାଉଛନ୍ତି । ଏହାସହ ବହୁ ଅଷ୍ଟମ ଦିନ ଟୋକିଓ ଅଲମ୍ପିକ୍ସରେ ବହୁ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଯୋଗ ଦେବେ ଭାରତୀୟ କ୍ରୀଡ଼ାବିତ ।

ସୁଟିଂ

ସକାଳ ୫.୩୦ ମିନିଟପରେ ପ୍ରଥମେ ସୁଟିଂ ଇଭେଣ୍ଟରୁ ଦିନ ଆରମ୍ଭ କରିବେ ଭାରତୀୟ କ୍ରୀଡ଼ାବିତ୍ । ରାପିଡ କ୍ବାଲିଫିକେଶନ ପାଇଁ ରାହି ସର୍ଣ୍ଣୋବାତ ଓ ମନୁ ଭାକର ପ୍ରତିଦ୍ବିନ୍ଦିତା କରିବେ ।

ତୀରନ୍ଦାଜ

ଏହାପରେ ସକାଳ ୬ଟାରେ ତୀରନ୍ଦାଜ ଇଭେଣ୍ଟର ମହିଳା ଏକକ ବର୍ଗରେ ଦୀପିକା କୁମାର ପ୍ରତିଦ୍ବନ୍ଦିତା କରିବେ ।

ଆଥଲେଟିକ୍ସ

ସକାଳ 6.୧୭ ମିନିଟରେ ଟୋକିଓ ଅଲମ୍ପିକ୍ସରେ ଆରମ୍ଭ ହେବ ଆଥଲେଟିକ୍ସ ଇଭେଣ୍ଟ । ୩ ହଜାର ମିଟର ଷ୍ଟିପଲଚେସର ପ୍ରଥମ ରାଉଣ୍ଡର ହିଟ୍-୨ରେ ପ୍ରତିଦ୍ବନ୍ଦିତା କରିବେ ଭାରତୀୟ ଆଥଲେଟ ଅଭିନାଶ ମୁକୁନ୍ଦ ସାବଲ ।

ହକି

ସକାଳ ୮.୧୫ ମିନିଟରେ ଭାରତୀୟ ମହିଳା ହକି ଦଳ ଏକ କର ବା ମର ମ୍ୟାଚର ସମ୍ମୁଖୀନ ହେବ । ପୁଲ-ଏ'ର ଏକ ମ୍ୟାଚରେ ଆୟରଲାଣ୍ଡକୁ ଭେଟିବ ଭାରତୀୟ ଦଳ ।

ବକ୍ସିଂ

ଲାଇଟ ବକ୍ସିଂ ଇଭେଣ୍ଟର ୫୭ରୁ ୬୦ କେଜି ବର୍ଗର ରାଉଣ୍ଡ ୧୬ରେ ସିମରନଜିତ କୌର ପ୍ରତିଦ୍ବନ୍ଦିତା କରିବେ । ସକାଳ ୮.୧୮ରେ ଖେଳାଯିବା ଏହି ଇଭେଣ୍ଟ ।

ଆଥଲେଟିକ୍ସ

ପୁନଃ ୮.୨୭ ମିନିଟରେ ପୁରୁଷ ବର୍ଗର ୪୦୦ ମିଟର ହର୍ଡଲ ରେସ ଇଭେଣ୍ଟରେ ଏମପି ଜବିର ପ୍ରତିଦ୍ବନ୍ଦିତା କରିବେ ।

ସେଲିଂ

ସକାଳ ୮.୩୫ ମିନିଟରେ ମହିଳା ବିଭାଗର ଏକକ ବର୍ଗରେ ONE PERSON DINGHY LASER RADIAL ରେସରେ ନେତ୍ରା କୁମାନନ୍ ପ୍ରତିଦ୍ବନ୍ଦିତା କରିବେ । ଏହାପରେ ପୁରୁଷ ବିଭାଗର ମଧ୍ୟ ରେସ ନମ୍ବର ୧୦ରେ ଗଣପତି କଲାପଣ୍ଡା ଓ ବରୁଣ ଠକ୍କର ପ୍ରତିଦ୍ବନ୍ଦିତା କରିବେ ।

ଆଥଲେଟିକ୍ସ

୮.୪୫ ମିନିଟ ସମୟରେ ମହିଳା ବିଭାଗରେ ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ଦୌଡ଼ରାଣୀ ଦୂତି ଚାନ୍ଦ ପ୍ରତିଦ୍ବନ୍ଦିତା କରିବେ ।

ବକ୍ସିଂ

ସକାଳ ୮.୪8 ମିନିଟରେ ମହିଳା ବିଭାଗର ୱେଲଟର ବକ୍ସିଂ ଇଭେଣ୍ଟରେ ଲଭ୍ଲିନା ବୋର୍ଗୋହେନ ଦ୍ବିତୀୟ କ୍ବାର୍ଟରଫାଇନାଲ ମ୍ୟାଚରେ ପ୍ରତିଦ୍ବନ୍ଦିତା କରିବେ ।

ଗଲ୍ଫ

ପୁରୁଷ ଗଲ୍ଫ ଏକକ ବର୍ଗର ଦ୍ବିତୀୟ ରାଉଣ୍ଡରେ ଅନିର୍ବାଣ ଲହିରି ପ୍ରତିଦ୍ବନ୍ଦିତା କରିବ । ସକାଳ ୮.୫୨ମିନିଟରେ ଏହି ଇଭେଣ୍ଟ ଆରମ୍ଭ ହେବ ।

ସୁଟିଂ

ଏହାପରେ ସକାଳ ୧୦.୩୦ ମିନିଟରେ ମହିଳି ବିଭାଗ ପିସ୍ତଲ ସୁଟିଂ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ଖେଳାଯିବ ।

ସେଲିଂ

ONE PERSON DINGHY LASER RADIAL ରେସର ପୁରୁଷ ବର୍ଗରେ ବିଶ୍ଣୁ ସର୍ବାନନ୍ ରାଉଣ୍ଡ-୧୦ରେ ପ୍ରତିଦ୍ବନ୍ଦିତା କରିବେ ।

ବ୍ୟାଡମିଣ୍ଟନ

ଅପରାହ୍ଣ ୧.୧୫ ମିନିଟରେ ମହିଳା ବିଭାଗର ଏକକ ବର୍ଗରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ପ୍ରତିଦ୍ବନ୍ଦିତା କରିବେ ।

ହକି

ଅପରାହ୍ଣ ୩ଟାରେ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ଭେଟିବ । ଆଜିର ମ୍ୟାଚରେ ଆର୍ଜେଣ୍ଟିନାକୁ ମାତ ଦେଇଛି ଦଳ ।

ଆଥଲେଟିକ୍ସ

ଅପରାହ୍ଣ ୪.୪୨ ମିନିଟରେ ମିଶ୍ରିତ ରିଲେ ରେସରେ ରେବତୀ ବୀରମଣି, ଶୁଭ ଭେଙ୍କେଟେସନ, ଆଲେକ୍ସ ଆଣ୍ଟୋନୀ, ସାର୍ଥକ ଭାମ୍ବରୀ ପ୍ରତିଦ୍ବନ୍ଦିତା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2021, 10:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.