ଟୋକିଓ: ଶନିବାର Tokyo Olympics ରେ ଭାରତର କେଉଁ କେଉଁ ଇଭେଣ୍ଟ ଥିଲା ଓ କିପରି ଥିଲା ଭାରତର ପ୍ରଦର୍ଶନ ତା ଉପରେ ପକାନ୍ତୁ ନଜର ।
- ଭାରୋତ୍ତଳନ (ମହିଳା, ୪୯କିଗ୍ରା)- ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି ।
- ବ୍ୟାଡମିଣ୍ଟନ (ପୁରୁଷ ଡବଲ୍ସ)- ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ବିଶ୍ବର ଏକ ନମ୍ବର ତାଇପେଇ ଦ୍ବୟଙ୍କୁ ପରାଜିତ କରିଛନ୍ତି ।
- ଶୁଟିଙ୍ଗ (୧୦ ମିଟର ଏୟାର ପିଷ୍ଟଲ, ପୁରୁଷ)- ସୌରଭ ଚୌଧୁରୀ ଫାଇନାଲକୁ ଉନ୍ନିତ ହେଲେ ଯେଉଁଠାରେ ସେ ସପ୍ତମ ସ୍ଥାନରେ ରହିଥିଲେ । ଅଭିଷେକ ବର୍ମା ଫାଇନାଲକୁ କ୍ବାଲିଫାଏ କରି ପାରିନଥିଲେ ।
- ଟେନିସ (ପୁରୁଷ ଏକକ ବର୍ଗ) ସୁମିତ ନାଗଲ ପ୍ରଥମ ରାଉଣ୍ଡରେ ଡେନିସ ଇଷ୍ଟୋମିନ (WR 197)ଙ୍କୁ ପରାସ୍ତ କରଛନ୍ତି ।
- ଟେବୁଲ ଟେନିସ (ମହିଳା ଏକକ ବର୍ଗ)- ମନିକା ବତ୍ରା ପ୍ରଥମ ରାଉଣ୍ଡରେ ହୋ ତିନ ତିନ (WR 94) କୁ ପରାସ୍ତ କରିଛନ୍ତି ।
- ଟେବୁଲ ଟେନିସ (ମହିଳା ଏକକ ବର୍ଗ)- ସୁତିର୍ଥା ମୁଖର୍ଜୀ ଲିଣ୍ଡା ବର୍ଗଷ୍ଟର୍ମ (WR78) ଙ୍କୁ ପରାସ୍ତ କରିଛନ୍ତି ।
- ପୁରୁଷ ହକି- ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇଲା ଭାରତ ।
- ଶୁଟିଂ (୧୦ ମିଟର ଏୟାର ରାଇଫଲ, ମହିଳା)- ଅପୂର୍ବୀ ଚାଣ୍ଡେଲା ଓ ଏଲାଭେନିଲ ଭାଲାରିଭାନ ଫାଇନାଲକୁ ଉତିନ୍ନ ହେବାରୁ ବଞ୍ଚିତ ।
- ତୀରନ୍ଦାଜୀ (ମିଶ୍ରିତ ଟିମ)- ଭାରତ ଚୀନ ତାଇପେଇକୁ ୧୬ତମ ରାଉଣ୍ଡର ପରାସ୍ତ କରିଥିଲା କିନ୍ତୁ କ୍ବାର୍ଟର ଫାଇନାଲରେ ଦକ୍ଷିଣ କୋରିଆ ଠାରୁ ପରାଜିତ ହୋଇଛି ।
- ମହିଳା ହକି- ଭାରତ ନେଦରଲାଣ୍ଡ ଠାରୁ ୫-୧ ଗୋଲରେ ପରାସ୍ତ ।
- ଟେବୁଲ ଟେନିସ (ମିଶ୍ରିତ ଡବଲ୍ସ)- ସରଥ କମଲ ଓ ମନିକା ବତ୍ରା ୧୬ତମ ରାଉଣ୍ଡରେ ପରାଜିତ ।
- ବ୍ୟାଡମିଣ୍ଟନ (ପୁରୁଷ ଏକକ ବର୍ଗ) ସାଇ ପ୍ରଣୀତ ପ୍ରଥମ ଗ୍ରୁପ ପର୍ଯ୍ୟାୟରେ ଜିଲବରମ୍ୟାନ ମିଶାଙ୍କ ଠାରୁ ପରାଜିତ
- ବକ୍ସିଂ- ବିକାଶ କ୍ରିଷନ ପ୍ରଥମ ରାଉଣ୍ଡରେ ପରାସ୍ତ ।
- ଜୁଡୋ- ପ୍ରଥମ ରାଉଣ୍ଡରେ ହାରିଛନ୍ତି ସୁଶୀଲା ଦେବୀ ।
- ରୋୱିଙ୍ଗ- ଅର୍ଜୁନ ଲାଲ୍ ଓ ଅରବିନ୍ଦ ସିଂହ ପୁରୁଷ ଲାଇଟୱେଟ ଡବଲ ସ୍କଲ୍ସରେ ୬ ଦଳ ମଧ୍ୟରେ ୫ମ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ