ETV Bharat / sports

ଶେଷ ହେଲା ଟୋକିଓ ଅଲମ୍ପିକ ଗେମ୍ସ, ଏଭଳି ରହିଲା ପଏଣ୍ଟ ତାଲିକା

author img

By

Published : Aug 8, 2021, 10:36 PM IST

ଉଦଯାପନୀ ସମାରୋହ ସହ ଶେଷ ହୋଇଛି ଟୋକିଓ ଅଲମ୍ପିକ୍ସ ୨୦୨୦ । କୋରୋନା କଟକଣା ମଧ୍ୟରେ କ୍ରୀଡ଼ାର ଏହ ମହାକୁମ୍ଭ ଆୟୋଜନ ହୋଇଥିଲା । ୩୨ତମ ଅଲମ୍ପିକ ଗେମ୍ସ ଶେଷ ବେଳକୁ କିଭଳି ରହିଥିଲା ପଦକ ତାଲିକା ? ଅଧିକ ପଢ଼ନ୍ତୁ...

How does the final medal tally look as the Tokyo Olympics end?
ଶେଷ ହେଲା ଟୋକିଓ ଅଲମ୍ପିକ ଗେମ୍ସ, ଏଭଳି ରହିଲା ପଏଣ୍ଟ ତାଲିକା

ଟୋକିଓ: ଉଦଯାପନୀ ସମାରୋହ ସହ ଶେଷ ହୋଇଛି ଟୋକିଓ ଅଲମ୍ପିକ୍ସ ୨୦୨୦ । କୋରୋନା କଟକଣା ମଧ୍ୟରେ କ୍ରୀଡ଼ାର ଏହ ମହାକୁମ୍ଭ ଆୟୋଜନ ହୋଇଥିଲା । ଗତ ଦୁଇ ସପ୍ତାହ ମଧ୍ୟରେ କୋରୋନା ଭୟ ମଧ୍ୟରେ ୨୦୦ ଦେଶର କ୍ରୀଡ଼ାବିତ ଏଥିରେ ଭାଗ ନେଇଥିଲେ । ରବିବାର ପ୍ୟାରିସ ଅଲମ୍ପିକ୍ସ ୨୦୨୪ ଅପେକ୍ଷାରେ ଟୋକିଓ ଅଲମ୍ପିକ୍ସ ଶେଷ ହୋଇଛି । ୫ ବର୍ଷ ଧରି କରିଥିବା କଠିନ ପରିଶ୍ରମକୁ ନେଇ ପରୀକ୍ଷା ଦେଇଥିଲେ ସମସ୍ତ କ୍ରୀଡ଼ାବିତ । ପଦକ ହାସଲ କରିବାକୁ ପ୍ରତିଯୋଗୀମାନେ ଲଗାଇ ଦେଇଥିଲେ ଜି ଜାନ୍ ।

ତେବେ ୩୨ତମ ଅଲମ୍ପିକ ଗେମ୍ସ ଶେଷ ବେଳକୁ କିଭଳି ରହିଥିଲା ପଦକ ତାଲିକା ? ନଜର ପକାନ୍ତୁ...

ମୋଟ ୧୧୩ଟି ପଦକ ସହ ଏହି ତାଲିକାର ଶୀର୍ଷରେ ରହିଛି ଯୁକ୍ତ ରାଷ୍ଟ୍ର ଆମେରିକା । ଏଥିରେ ୩୯ ସ୍ବର୍ଣ୍ଣ ପଦକ ୪୧ଟି ରୌପ୍ୟ ପଦକ ଓ ୩୩ଟି କାଂସ୍ୟ ପଦକ ସାମିଲ ରହିଛି । ତା ପଛକୁ ୮୮ଟି ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି ଚୀନ । ଏଥିରେ ୩୮ଟି ସ୍ବର୍ଣ୍ଣ ପଦକ ୩୨ ରୌପ୍ୟ ପଦକ ଓ ୧୮ଟି କାଂସ୍ୟ ପଦକ ସାମିଲ ରହିଛି । ଏହାପରେ ୨୭ଟି ପଦକ ସହ ତୃତୀୟ ସ୍ଥାନରେ ରହିଛି ଆୟୋଜକ ଜାପାନ । ଜାପାନ ହାତକୁ ୨୭ଟି ସ୍ବର୍ଣ୍ଣ ପଦକ ୧୪ଟି ରୌପ୍ୟ ପଦକ ଓ ୧୭ଟି କାଂସ୍ୟ ପଦକ ଆସିଛି ।

  • " class="align-text-top noRightClick twitterSection" data="">

ଏହି ତାଲିକାର ୪୮ତମ ସ୍ଥାନରେ ରହିଛି ଭାରତ । ଭାରତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ମୋଟ ୭ଟି ପଦକ ହାସଲ କରିଛି । ଏଥିରେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ସାମିଲ ରହିଛି । ୨୦୧୨ ମସିହା ଲଣ୍ଡନ ଅଲମ୍ପିକ୍ସରେ ଭାରତ ୬ଟି ପଦକ ହାସଲ କରିଥିଲା । ତେବେ ଶନିବାର ଜାଭେଲିନ୍ ଥ୍ରୋ' ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି । ଏହି ଅଲମ୍ପିକ୍ସରେ ଭାରତ ପକ୍ଷରୁ ୪୯ କେଜି ବର୍ଗ ଭାରୋତ୍ତଳନ ଇଭେଣ୍ଟରେ ମୀରାବାଇ ଚାନୁ ରୌପ୍ୟ ପଦକ, କୁସ୍ତି ଇଭେଣ୍ଟରେ ରବି ଦହିୟା ରୌପ୍ୟ ପଦକ, ବକ୍ସିଂରେ ଲବ୍ଲିନା ବୋର୍ଗହେନ, ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ, କୁସ୍ତିରେ ବଜରଙ୍ଗ ପୁନିଆ, ଓ ହକିରେ ଭାରତୀୟ ଦଳ କାଂସ୍ୟ ପଦକ ହାସଲ କରି ଗୌରବ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.