ETV Bharat / sports

ବଦଳୁନି ମାନସିକତା, ଫରୱାର୍ଡ ଖେଳାଳି ବନ୍ଦନା କଟାରିଆଙ୍କ ପରିବାର ବିରୋଧରେ ଜାତିଆଣ ଆକ୍ଷେପ

author img

By

Published : Aug 7, 2021, 7:35 AM IST

ସାରା ଦେଶରେ ମହିଳା ହକି ଖେଳାଳିଙ୍କ ଜୟଜୟକାର ହେଉଥିବା ବେଳେ ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଷ୍ଟାର ମହିଳା ହକି ଫରୱାର୍ଡ ଖେଳାଳି ବନ୍ଦନା କଟାରିଆଙ୍କ ପରିବାର ବିରୋଧରେ ଜାତିଆଣ ଆକ୍ଷେପ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢ଼ନ୍ତୁ...

ବଦଳୁନି ମାନସିକତା, ଫରୱାର୍ଡ ଖେଳାଳି ବନ୍ଦନା କଟାରିଆଙ୍କ ପରିବାର ବିରୋଧରେ ଜାତିଆଣ ଆକ୍ଷେପ
ବଦଳୁନି ମାନସିକତା, ଫରୱାର୍ଡ ଖେଳାଳି ବନ୍ଦନା କଟାରିଆଙ୍କ ପରିବାର ବିରୋଧରେ ଜାତିଆଣ ଆକ୍ଷେପ

ନୂଆଦିଲ୍ଲୀ: ସାରା ଦେଶରେ ମହିଳା ହକି ଖେଳାଳିଙ୍କ ଜୟ ଜୟକାର ହେଉଥିବା ବେଳେ ଏକ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଷ୍ଟାର ମହିଳା ହକି ଖେଳାଳି ବନ୍ଦନା କଟାରିଆଙ୍କ ପରିବାର ବିରୋଧରେ ଜାତିଆଣ ଆକ୍ଷେପ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଏହାକୁ ନେଇ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି ।

ଘଟଣା ହେଉଛି ଆର୍ଜେଣ୍ଟିନା ଓ ଭାରତ ମହିଳା ହକି ଦଳ ମଧ୍ୟ ହୋଇଥିବା ସେମିଫାଇନାଲ ମ୍ୟାଚ ଦିନ । ଭାରତ ଏହି ମ୍ୟାଚ ହାରିବାରେ ବନ୍ଦନା କଟାରିଆଙ୍କ ଘରେ ସମ୍ମୁଖରେ କିଛି ଯୁବକ ତାଙ୍କ ପରିବାରକୁ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଲଜ କରିଥିଲେ । ଖାଲି ସେତିକି କଥା ସରିନଥିଲା ମ୍ୟାଚ ହାରିବା ପରେ ଏହି ଦୁର୍ବୃତ୍ତମାନେ ବନ୍ଦନାଙ୍କ ଘର ଆଗରେ ବାଣ ଫୁଟାଇ ଉତ୍ସବ କରିଥିଲେ ।

ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବନ୍ଦନା କଟାରିଆ । ସେ କହିଛନ୍ତି ଯେ, ‘ଆମେ ସଭିଏଁ ଦେଶ ପାଇଁ ଖେଳୁଛୁ । କୌଣସି ନିର୍ଦ୍ଦିଷ୍ଟ ଜାତିକୁ ନେଇ ଟିମ ତିଆରି ହୋଇନାହିଁ । ମ୍ୟାଚ ପରେ ମୋ ପରିବାର ବିରୋଧରେ ହୋଇଥିବା ଆକ୍ଷେପରୁ ମୁଁ ମର୍ମାହତ । ଏଭଳି ଟିପ୍ପଣୀ ଗ୍ରହଣୀୟ ନୁହେଁ । ଏଥିରୁ ନିବୃତ୍ତ ରହିବା ଆବଶ୍ୟକ ।"

କାଂସ୍ୟ ପଦକ ପାଇଁ ଗ୍ରେଟ ବ୍ରିଟେନ ବିପକ୍ଷରେ ମ୍ୟାଚ ହାରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଇଥିଲେ ବନ୍ଦନା କଟାରିୟା । ଗ୍ରେଟ ବ୍ରିଟେନ ବିପକ୍ଷରେ ସେ ମଧ୍ୟ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇଥିଲେ । ସେପଟେ ପୋଲିସ ଏହି ମାମଲାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରି ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଲେ ଅନ୍ୟ ବର୍ତ୍ତମାନ ବି ଫେରାର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.