ETV Bharat / sports

Olympics India Events: ଖୁସି ଆଣିଲେ କମଲପ୍ରୀତ-ମହିଳା ହକି ଟିମ୍, ସେମିରେ ଅଟକିଲେ ସିନ୍ଧୁ - PV sindhu

ଜୁଲାଇ ୩୧ରେ Tokyo Olympics ରେ ଜାଣନ୍ତୁ କେମିତି ଥିଲା ଭାରତର ପ୍ରଦର୍ଶନ । ଅଧିକ ପଢ଼ନ୍ତୁ...

Events and performance of india, india at Tokyo Olympics, performance of india on 31st july, ଆଜି ଇଭେଣ୍ଟରେ କେମିତି ଥିଲା ଭାରତର ପ୍ରଦର୍ଶନ, 31 ଜୁଲାଇରେ ଭାରତର ପ୍ରଦର୍ଶନ, ଟୋକିଓ ଅଲମ୍ପିକ ୩୧ ଜୁଲାଇ, ଭାରତୀୟ ଆଥଲେଟ, ପିଭି ସିନ୍ଧୁ, PV sindhu, pooja Rani
Tokyo Olympics: ଜାଣନ୍ତୁ ଆଜି ଇଭେଣ୍ଟରେ କେମିତି ଥିଲା ଭାରତର ପ୍ରଦର୍ଶନ
author img

By

Published : Jul 31, 2021, 9:15 PM IST

Updated : Jul 31, 2021, 9:31 PM IST

ଟୋକିଓ: ଶନିବାର Tokyo Olympics ରେ ଭାରତୀୟ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସତ୍ତ୍ବେ ସେତେଟା ସଫଳତା ପାଇ ପାରିନଥିଲେ । ଶୁଟିଂ, ତୀରନ୍ଦାଜୀ, ବକ୍ସିଂ ରେ ପଦକ ଆଶା ମଉଳି ଯାଇଥିବା ବେଳେ ବ୍ୟାଡମିଣ୍ଟରେ ପରାଜୟ ସତ୍ତ୍ବେ କାଂଶ୍ୟ ପଦକ ପାଇଁ ବର୍ତ୍ତମାନ ମଧ୍ୟ ପିଭି ସିନ୍ଧୁଙ୍କ ଉପରେ ସଭିଙ୍କ ଆଶା ରହିଛି ।

ସେପଟେ ଭାରତୀୟ ମହିଳା ହକି ଟିମ୍‌ ଶନିବାର ଚମତ୍କାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ମାତ ଦେଇଛି । ଏହାସହ ଆୟରଲାଣ୍ଡକୁ ଗ୍ରେଟ ବ୍ରିଟେନ ପରାସ୍ତ କରିବାରୁ କ୍ବାର୍ଟର ଫାଇନାଲରେ ମଧ୍ୟ ସ୍ଥାନ ପକ୍କା କରିଛି ଦଳ ।

ତେବେ ଆସନ୍ତୁ ନଜର ପକାଇବା ଶନିବାର କଣ ରହିଥିଲା ଭାରତର ଇଭେଣ୍ଟ ଓ ଫଳାଫଳ ।

ବ୍ୟାଡମିଣ୍ଟନ (ମହିଳା ଏକକ ବର୍ଗ ସେମି ଫାଇନାଲ): ତାଇ ଜୁ ୟିଙ୍ଗ ଙ୍କ ଠାରୁ ୧୮-୨୧, ୧୨-୨୧ ପିଭି ସିନ୍ଧୁ ପରାସ୍ତ ।

ତୀରନ୍ଦାଜୀ: ପ୍ରି କ୍ବାର୍ଟର ଫାଇନାଲରେ ଲଣ୍ଡନ ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ତାକାହାରୁ ଫୁରୁକାୱାଙ୍କ ଠାରୁ ୪-୬ ସେଟ୍‌ରେ ହାରିଲେ ଅତନୁ ଦାସ ।

ଶୁଟିଂ (୫୦ ମିଟର ରାଇଫଲ ୩ପି ଇଭେଣ୍ଟ): ଉଭୟ ଅଞ୍ଜୁମ ମୌଦଗିଲ ଓ ତେଜସ୍ବିନୀ ସାୱନ୍ତ ଫାଇନାଲକୁ ଉତିର୍ଣ୍ଣ ହୋଇନାହାନ୍ତି । ଅଞ୍ଜୁମ ୧୧୬୭ ପଏଣ୍ଟ ସହ ୧୫ ତମ ସ୍ଥାନରେ ରହିଥିବା ବେଳେ ତେଜସ୍ବିନୀ ୧୧୫୪ ୩୩ତମ ସ୍ଥାନରେ ରହିଥିଲେ । ଶ୍ରେଷ୍ଠ ୮ ଶୁଟର ଫାଇନାଲକୁ ଉତିର୍ଣ୍ଣ ।

ବକ୍ସିଂ (ପୁରୁଷ ୫୨ କିଗ୍ରା ବର୍ଗ, ଦ୍ବିତୀୟ ପର୍ଯ୍ୟାୟ): ରିଓ ଅଲମ୍ପିକ ରୌପ୍ୟ ପଦକ ବିଜେତାଙ୍କ ଠାରୁ ଅମିତ ପଙ୍ଘାଲ ୧.୪ରେ ପରାସ୍ତ ।

ବକ୍ସିଂ (୭୫ କିଗ୍ରା ମହିଳା କ୍ବାର୍ଟର ଫାଇନାଲ): ପୂର୍ବତନ ବିଶ୍ବ ଚାମ୍ପିୟନ ଲି କିଆନ ଭାରତୀୟ ବକ୍ସର ପୂଜା ରାନୀଙ୍କୁ ୫.୦ରେ କଲେ ପରାସ୍ତ ।

ହକି (ମହିଳା): ଦଣିକ୍ଷ ଆଫ୍ରିକାକୁ ୪-୩ ରେ ପରାସ୍ତ କଲା ଭାରତୀୟ ମହିଳା ହକି ଟିମ୍‌ ଓ ପ୍ରଥମ ଥର ପାଇଁ ଅଲମ୍ପିକ୍ସ କ୍ବାର୍ଟର ଫାଇନାଲକୁ ଉତିର୍ଣ୍ଣ ।

ଆଥଲେଟିକ୍ସ (ମହିଳା ଡିସକସ୍ ଥ୍ରୋ): ଫାଇନାଲରେ ଭାରତୀୟ ଆଥଲେଟ କମଲପ୍ରୀତ କୌର । ୬୪.୦ମିଟର ଡିସ୍କସ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଛିଲେ କମଲ ।

ଆଥଲେଟିକ୍ସ (ମହିଳା ଡିସ୍କସ ଥ୍ରୋ): ସୀମା ପୁନିଆ ଫାଇନାଲ ଖେଳିବାରୁ ବଞ୍ଚିତ । ୬୦.୫୭ ମିଟର ଫିଙ୍ଗି ୩୧ ଆଥଲେଟଙ୍କ ମଧ୍ୟରେ ୧୬ତମ ସ୍ଥାନରେ ରହିଲେ ପୁନିଆ ।

ଆଥଲେଟିକ୍ସ (ପୁରୁଷ ଲଙ୍ଗ ଜମ୍ପ): ୩୧ ଆଥଲେଟଙ୍କ ମଧ୍ୟ ୨୫ ତମ ସ୍ଥାନରେ ରହିଲେ ମୁରଲୀ ଶ୍ରୀଶଙ୍କର । ଫାଇନାଲ ଖେଳିବାରୁ ହେଲେ ବଞ୍ଚିତ ।

ଗଲ୍ଫ: ତୃତୀୟ ରାଉଣ୍ଡ ପରେ ଅନିର୍ବାନ ଲେହରୀ ୨୮ ତମ ସ୍ଥାନରେ ରହିଥିଲେ ।

ଗଲ୍ଫ: ୫୫ତମ ସ୍ଥାନରେ ରହିଲେ ଉଦୟ ମାନେ ।

ନୌଚାଳନା (ପୁରୁଷ ସ୍କିଫ୍‌ ୪୯er): 19 ଟି ଦଳ ମଧ୍ୟରେ ୧୭ତମ ସ୍ଥାନରେ ରହିଲେ ଗଣପତି ଓ ପରୁଣ ଠକ୍କର ।

ଘୋଡ଼ାଦୌଡ଼: 28 ପଏଣ୍ଟ ସହ ନବମ ସ୍ଥାନରେ ରହିଲେ ଫୱାଦ ମୀର୍ଜା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2021, 9:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.