ETV Bharat / sports

ମ୍ୟାଚ ହାରିଛ ମନ ଜିତିଛ କହିଲେ ନବୀନ, ଧନ୍ୟବାଦ ଦେଲେ ମହିଳା ହକି ଟିମ୍ ଅଧିନାୟିକା

author img

By

Published : Aug 6, 2021, 4:20 PM IST

Updated : Aug 6, 2021, 5:00 PM IST

ଅଗଷ୍ଟ ୧୭ ତାରିଖ ଦିନ ମହିଳା ହକି ଟିମକୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଲମ୍ପିକ୍ ଗେମ୍ସରେ ଭାରତୀୟ ଦଳ ଗ୍ରେଟ ବ୍ରିଟେନଠାରୁ ୪-୩ ଗୋଲରେ ପରାଜିତ ହୋଇଛି ଦଳ । ଏହାକୁ ନେଇ ସେମାନଙ୍କୁ ସାନ୍ତ୍ବନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

cm naveen pattnaik invites national women hockey team after defeat from great britain in tokyo olympic games
ଜାତୀୟ ମହିଳା ହକି ଦଳକୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ, ଓଡ଼ିଶା ସରକାରଙ୍କୁ ଅଧିନାୟିକାଙ୍କ ଧନ୍ୟବାଦ

ଭୁବନେଶ୍ବର: ଭାରତୀୟ ମହିଳା ହକି ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆଗାମୀ ଅଗଷ୍ଟ ୧୭ ତାରିଖ ଦିନ ମହିଳା ହକି ଦଳକୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟୋକିଓ ଅଲମ୍ପିକ୍ ଗେମ୍ସରେ ଭାରତୀୟ ଦଳ ଗ୍ରେଟ ବ୍ରିଟେନଠାରୁ ୪-୩ ଗୋଲରେ ପରାଜିତ ହୋଇଛି ଦଳ । ଫଳରେ ଜାତୀୟ ମହିଳା ଦଳ କାଂସ୍ୟ ପଦକ ହାସଲ କରିବାରୁ ବଞ୍ଚିତ ହୋଇଛି । ତେବେ ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ଦଳ ଟୋକିଓ ଅଲମ୍ପିକ୍ ଗେମ୍ସରେ ଶୀର୍ଷ ୪ଟି ଦଳରେ ସ୍ଥାନ ପାଇ ପାଇ ପାରିଛି ।

ମ୍ୟାଚ ହାରିଛ ମନ ଜିତିଛ କହିଲେ ନବୀନ, ଧନ୍ୟବାଦ ଦେଲେ ମହିଳା ହକି ଟିମ୍ ଅଧିନାୟିକା

ଏହାପରେ ଜାତୀୟ ମହିଳା ଦଳର ଅଧିନାୟିକା ତଥା ଦଳ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, "ଝିଅମାନେ ଆପଣମାନେ ଖୁବ ପରିଶ୍ରମ କରିଛନ୍ତି । ପଡ଼ିଆରେ ଚମତ୍କାର ଖେଳର ପ୍ରଦର୍ଶନ କରିଥିଲ । ମ୍ୟାଚ ନଜିତିଲେ ନାହିଁ ତୁମେମାନେ ଆମ ହୃଦୟ ଜିତିଛ । ଆପଣମାନଙ୍କୁ ବହୁତବହୁତ ଶୁଭେଚ୍ଛା । ଆମେ ଅଗଷ୍ଟ ୧୭ ତାରିଖ ଦିନ ଦେଖା ହେବା । ଓଡ଼ିଶା ସବୁବେଳେ ଆପଣଙ୍କୁ ସମର୍ଥନ କରି ଆସୁଥିବ ।"

ସେପଟେ ଜାତୀୟ ମହିଳା ଦଳ ମଧ୍ୟ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଇଛି । ଏହାକୁ ନେଇ ମହିଳା ଦଳର ଅଧିନାୟକ ରାନୀ ରାମପାଲ କହିଛନ୍ତି ଯେ, "ଧନ୍ୟବାଦ ସାର୍, ଆମ ପୁରା ଦଳ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ । ଓଡ଼ିଶା ସରକାର ଆମକୁ ଏହି ଯାତ୍ରା ବହୁ ସହାୟତା କରିଛି । ଓଡ଼ିଶା ବର୍ତ୍ତମାନ ଆମ ଦେଶରେ ଏକ କ୍ରୀଡ଼ାର ହବ୍ ହୋଇ ସାରିଛି । ଏତେ ବଡ଼ବଡ଼ କ୍ରୀଡ଼ା ଆପଣ ଆୟୋଜନ କରୁଛନ୍ତି । ଏହି ଯାତ୍ରା ଆପଣଙ୍କ ମଧ୍ୟ ବହୁତ ବଡ଼ ହାତ ରହିଛି । ଏଥିପାଇଁ ଆପଣଙ୍କୁ ପୁନଃ ଧନ୍ୟବାଦ।"

ଗ୍ରେଟ ବ୍ରିଟେନଠାରୁ ପରାଜିତ ହେବାପରେ ଭାରତୀୟ ମହିଳା ଦଳରେ ନିରାଶାର ମାହୋଲ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦଳ ସହ କଥା ହୋଇଥିଲେ । ଏହି ପରାଜୟକୁ ନେଇ ମନ ଛୋଟ ନକରିବାକୁ ଉଭୟ ମୋଦି ଓ ନବୀନ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2021, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.