ETV Bharat / sports

Tokyo Paralympics: ଭାବିନା ରଚିବେ ଇତିହାସ, କେଉଁ ରଙ୍ଗର ଆସିବ ପଦକ ? - ର୍ବିଆର ପେଡଲର ପେରିକ ବୋରିସ୍ଲୋଭା ରାଙ୍କୋଭିକ

ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟରେ ସେମିଫାଇନାଲକୁ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ । ଅଧିକ ପଢ଼ନ୍ତୁ...

Tokyo Paralympics: ଭବିନା ରଚିବେ ଇତିହାସ , କେଉଁ ରଙ୍ଗର ପଦକ ଆସିବ ?

author img

By

Published : Aug 27, 2021, 8:28 PM IST

ଟୋକିଓ: ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟରେ ସେମିଫାଇନାଲକୁ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ । ଫଳରେ ଟେବୁଲ ଟେନିସ ଇଭେଣ୍ଟରେ ଭାରତ ପାଇଁ ଏକ ପଦକ ସୁନିଶ୍ଚିତ ହୋଇଛି । କାରଣ ଏହି ଇଭେଣ୍ଟରେ କାଂସ୍ୟ ପଦକ ପାଇଁ କୌଣସି ମ୍ୟାଚ ଖେଳାଯାଏନାହିଁ । ଦୁଇ ସେମିଫାଇନାଲରେ ପରାଜିତ ଖେଳାଳିଙ୍କୁ କାଂସ୍ୟ ପଦକ ପ୍ରଦାନ କରାଯାଏ ।

  • Bhavina and Sakina make us so proud... And just waiting to see which color medal Bhavina makes confirms a medal .... Tommoro morning match is going to script history and we want to see a brighter shade of the medal.. @BhavinaPatel6 we are so proud of you .. @IndiaSports pic.twitter.com/gb6uzajetM

    — Deepa Malik (@DeepaAthlete) August 27, 2021 " class="align-text-top noRightClick twitterSection" data=" ">

କ୍ବାର୍ଟର ଫାଇନାଲ ମ୍ୟାଚରେ ବିଶ୍ବର ୫ ନମ୍ବର ଖେଳାଳି ସର୍ବିଆର ପେଡଲର ପେରିକ ବୋରିସ୍ଲୋଭା ରାଙ୍କୋଭିକଙ୍କୁ ମାତ୍ର ୧୮ ମିନିଟରେ ପରାଜିତ କରିଛନ୍ତି ଭାବିନା । C4 କାଟାଗୋରୀର ସିଧା ସେଟରେ ୩-୦ରେ ସେ ବିଜୟ ହାସଲ କରିଛନ୍ତି । ପ୍ରଥମ ସେଟକୁ ଏକ ପାଖିଆ ଭାବରେ ୧୧-୫ରେ ବିଜୟ ହାସଲ କରିଥିଲେ ଭାବିନା । ଏହାପରେ ଦ୍ବିତୀୟ ଓ ତୃତୀୟ ସେଟକୁ ମଧ୍ୟ ୧୧-୬ ଓ ୧୧-୭ ପଏଣ୍ଟରେ ବିଜୟ ହାସଲ କରି ନକଆଉଟ ପର୍ଯ୍ୟାୟର ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ସେମିଫାଇନାଲ ମ୍ୟାଚରେ ଭାବିନା ଚୀନର ଝାଙ୍ଗ ମିଆଓଙ୍କୁ ଭେଟିବେ । ଶନିବାର ସକାଳୁ ଏହି ମ୍ୟାଚ ଖେଳାଯିବ । ତେବେ ଭାବିନା କେଉଁ ରଙ୍ଗର ପଦକ ହାସଲ କରିବେ ତାହାରି ଉପରେ ସଭିଙ୍କ ନଜର ରହିଛି । କାରଣ ଚଳିତ ପାରାଲମ୍ପିକ୍ସରେ ଏହା ଭାରତ ପାଇଁ ପ୍ରଥମ ପଦକ ହେବ । ଏହାକୁ ନେଇ ଭାରତୀୟ ପାରା କ୍ରୀଡ଼ାବିତ ସଂଘର ସଭାପତି ଦୀପା ମଲିକ ଉତ୍ସାହିତ ରହିଛନ୍ତି । ଭାବିନା ସେମିକୁ ଉନ୍ନିତ ହେବାପରେ ସେ ଭିଡିଓ ସେୟାର କରି ଖୁସି ଜାହିର କରିଛନ୍ତି ।

ଦୀପା ମଲିକ ଭିଡିଓ ସେୟାର କରି କହିଛନ୍ତି ଯେ, "ଟେବୁଲ ଟେନିସରେ ଆମକୁ ଏକ ପଦକ ମିଳିବା ସୁନିଶ୍ଚିତ । ଶନିବାର ସକାଳୁ ଖେଳାଯିବାକୁ ଥିବା ମ୍ୟାଚରେ ଦେଖିବାକୁ ବାକି ରହିଲା କେଉଁ ରଙ୍ଗର ପଦକ ଭାରତକୁ ମିଳିବ ।"

ପାରାଲମ୍ପିକ୍ସରେ ଭାବିନାଙ୍କ ଦିନ ଆଜି ଶୁଭମୟ ଥିଲା । କ୍ବାର୍ଟରଫାଇନାଲ ମ୍ୟାଚରେ ସେ ବ୍ରାଜିଲର ବ୍ରାଜିଲର ଜୋଏସ୍ ଡି ଅଲିଭିଆରାଙ୍କୁ ରାଉଣ୍ଡ ୧୬ ମ୍ୟାଚରେ ମାତ ଦେଇକ୍ବାର୍ଟର ଫାଇନାଲକୁ ଉନ୍ନିତ ହୋଇଥିଲେ । ଭାବିନା ତିନୋଟି ସିଧାସଳଖ ସେଟରେ 3-0 (12-10, 13-11, 11-6)ରେ ସେ ଜୋଏସଙ୍କୁ ପରାସ୍ତ କରିଥିଲେ ।

ପାରା ଟେବୁଲ ଟେନିସର C4 କାଟାଗୋରୀରେ କ୍ରୀଡ଼ାବିତଙ୍କ ବସିବାର ସନ୍ତୁଳନ ହାତ ଠିକ ରହିଥାଏ । ଏହି କାଟାଗୋରୀଙ୍କ ଖେଳାଳୀଙ୍କ ମେରୁଦଣ୍ଡ ବା ମସ୍ତିକ ଅସନ୍ତୁଳନ ରହିଥାଏ ।

କ୍ବାର୍ଟର ଫାଇନାଲ ମ୍ୟାଚ ବିଜୟୀ ହେବାପରେ ଖୁସି ଜାହିର କରିଛନ୍ତି ଭାବିନା । ସେ କହିଛନ୍ତି ଯେ, "ଦେଶବାସୀଙ୍କ ଆଶୀର୍ବାଦରୁ ମୁଁ ସେମିଫାଇନାଲ ମ୍ୟାଚ ବିଜୟୀ ହେବି ବୋଲି ଆଶା ରଖିଛି । ଏଥିପାଇଁ ମୋତେ ସମର୍ଥନ ଦେବା ଜାରି ରଖିଥାନ୍ତୁ ।"

ପ୍ରଥମ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଚୀନର ପେଡଲରଙ୍କଠାରୁ ପରାଜିତ ହୋଇଥିଲେ ଭାବିନା । ଏହାପରେ ସେ ଜବରଦସ୍ତ କମବ୍ୟାକ କରିଛନ୍ତି । ଯାହଫଳରେ ସେ ଆସନ୍ତା ଶନିବାର ସେମିଫାଇନାଲ ମ୍ୟାଚ ଖେଳିବାକୁ ଯାଉଛନ୍ତି ।

ସେପଟେ ଭାରତର ଆଉଜଣେ ପେଡଲର ସୋନାଲବେନ ପଟେଲ ଦୁଇଟି ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ପରାଜିତ ହୋଇ ପାରାଲମ୍ପିକ୍ସ ଅଭିଯାନ ଶେଷ କରିଛନ୍ତି । ସେ ପଦକ ହାସଲ କରିବାନେଇ ଆଶାବାଦୀ ଥିଲେ କ୍ରୀଡ଼ାପ୍ରେମୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.