ETV Bharat / sports

Tokyo Olympics: ପ୍ରି-କ୍ବାର୍ଟର ଫାଇନାଲରେ ତୀରନ୍ଦାଜ ଦୀପିକା କୁମାରୀ - Tokyo Olympics

ଆମେରିକାର ମୁକିନୋ ଫର୍ଣ୍ଣାଡେଜଙ୍କୁ ୬-୪ ସେଟରେ ପରାସ୍ତ କରି ପ୍ରି-କ୍ବାର୍ଟର ଫାଇନାଲରେ ତୀରନ୍ଦାଜ ଦୀପିକା କୁମାରୀ । ଅଧିକ ପଢ଼ନ୍ତୁ...

Archer Deepika Kumari, deepika kumari progresses to pre-quarter final, Archery, ତୀରନ୍ଦାଜ ଦୀପିକା କୁମାରୀ, ପ୍ରି-କ୍ବାର୍ଟର ଫାଇନାଲ, ଭାରତୀୟ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ, Tokyo Olympics, ଟୋକିଓ ଅଲମ୍ପିକ୍ସ
Tokyo Olympics: ପ୍ରି-କ୍ବାର୍ଟର ଫାଇନାଲରେ ତୀରନ୍ଦାଜ ଦୀପିକା କୁମାରୀ
author img

By

Published : Jul 28, 2021, 5:09 PM IST

ଟୋକିଓ: ମଙ୍ଗଳବାର Tokyo Olympics ରେ ବିଶ୍ବର ଏକ ନମ୍ବର ତଥା ଭାରତୀୟ ଷ୍ଟାର ତୀରନ୍ଦାଜ ଦୀପିକା କୁମାରୀ ନିଜର ଲକ୍ଷ୍ୟଭେଦ କରିପାରିଛନ୍ତି । ପ୍ରଥମେ ଭୁଟାନ ଓ ପରେ ଆମେରିକା ପ୍ରତିପକ୍ଷଙ୍କୁ ହରାଇ ପ୍ରି-କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦୀପିକା ।

ବୁଧବାର ରାଉଣ୍ଡ ଅଫ୍‌ ୧୬ ବର୍ଗରେ ଆମେରିକାର ମୁକିନୋ ଫର୍ଣ୍ଣାନଡେଜଙ୍କୁ ୬-୪ ସେଟରେ ପରାସ୍ତ କରିଛନ୍ତି ଦୀପିକା । ପ୍ରଥମ ସେଟ୍‌ରେ ଆମେରିକା ତୀରନ୍ଦାଜ ୨୬ ସ୍କୋର କରି ୨-୦ ଲିଡ୍‌ ନେଇଥିବା ବେଳେ ଦୀପିକା ୨୫ ସ୍କୋର କରି ନିରାଶ କରିଥିଲେ ।

କିନ୍ତୁ ଦ୍ବିତୀୟ ସେଟ୍‌ରେ କମବ୍ୟାକ କରିଥିଲେ ଦୀପିକା ଆଉ ସ୍କୋରକୁ ୨-୨ରେ ବରାବର କରି ନେଇଥିଲେ । ଏହାପରେ ତୃତୀୟ ସେଟ୍‌ରେ ମଧ୍ୟ ଜାରି ରହିଥିଲା ଦୀପିକାଙ୍କ ଦବଦବା । ପୁଣି ଥରେ ବିଚକ୍ଷଣ ପ୍ରଦର୍ଶନ କରି ସେ ସ୍କୋରକୁ ୪-୨ ରେ ପହଁଞ୍ଚାଇଥିଲେ ।

ତେବେ ଚତୁର୍ଥ ସେଟ୍‌ରେ ଦୀପିକା ମ୍ୟାଚକୁ ନିଜ ପକ୍ଷରେ କରିବାରେ ସମର୍ଥ ହୋଇପାରିନଥିଲେ କାରଣ ଏହି ସେଟ୍‌ରେ ଫର୍ଣ୍ଣାନଡେଜ କମବ୍ୟାକ କରି ସ୍କୋରକୁ ୪-୪ରେ ବରାବର କରିଥିଲେ । ତେବେ ଶେଷ ତଥା ନିର୍ଣ୍ଣାୟକ ସେଟ୍‌ରେ ଦୀପିକା ନିଜର ସାମର୍ଥ୍ୟ ଦେଖାଇ ୬-୪ ରେ ମ୍ୟାଚକୁ ଜିତି ନେଇଥିଲେ । ବର୍ତ୍ତମାନ ସେ ପ୍ରି-କ୍ବାର୍ଟର ଫାଇନାଲ ଖେଳିବେ ।

ବୁଧବାର ପ୍ରାରମ୍ଭରୁ ଦୀପିକା ରାଉଣ୍ଡ ଅଫ ୩୨ ରେ ଭୁଟାନ ପ୍ରତିପକ୍ଷଙ୍କୁ ହରାଇ ରାଉଣ୍ଡ ଅପ୍‌ ୧୬କୁ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.