ETV Bharat / sports

ସିନ୍ଧୁଙ୍କୁ ଆନ୍ଧ୍ର ସରକାର ଦେବେ ୩୦ ଲକ୍ଷ

author img

By

Published : Aug 3, 2021, 3:04 PM IST

ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ପଦକ ବିଜୟିନୀ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଆନ୍ଧ୍ର ସରକାର ଦେବେ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି। ଅଧିକ ପଢନ୍ତୁ...

Andhra announces Rs 30L cash reward to Sindhu
ସିନ୍ଧୁଙ୍କୁ ଆନ୍ଧ୍ର ସରକାର ଦେବେ ୩୦ ଲକ୍ଷ ପୁରସ୍କାର

ହାଇଦ୍ରାବାଦ: ଚଳିତ ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ପଦକ ବିଜୟିନୀ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କୁ ଆନ୍ଧ୍ର ସରକାର ଦେବେ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି । ଏନେଇ ଆନ୍ଧ୍ର ପ୍ରଦେଶ ସରକାର ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ୱାଇ. ଏସ. ଜଗନ ମୋହନ ରେଡ୍ଡି ରାଜ୍ୟ କ୍ରୀଡାନୀତି ଅନୁଯାୟୀ, ସିନ୍ଧୁଙ୍କୁ ଆର୍ଥିକ ପୁରସ୍କାର ମଙ୍ଗଳବାର ସୁଦ୍ଧା ପ୍ରଦାନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିୟମ ଅନୁଯାୟୀ, ସ୍ବର୍ଣ୍ଣ ପଜତ ବିଜେତାଙ୍କୁ ୭୫ ଲକ୍ଷ, ରୌପ୍ୟ ପଦକ ବିଜେତାଙ୍କୁ ୫୦ ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କୁ ୩୦ ଲକ୍ଷ ଆର୍ଥିକ ପୁରସ୍କାର ମିଳିବ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଅଲମ୍ପିକ ଅଂଶଗ୍ରହଣ କରିବାକୁ ଯାଉଥିବା ରାଜ୍ୟର ତିନି ଖେଳାଳି ପିଭି ସିନ୍ଧୁ, ସାତ୍ବିକ ସାଇରାଜ ଓ ମହିଳା ହକି ଖେଳାଳି ରଜନୀ ଇତିମାର୍ପୁଙ୍କୁ ୫ ଲକ୍ଷ ଲେଖାଏଁ ଅର୍ଥରାଶି ପ୍ରଦାନ କରିଥିଲେ । ବିଶାଖାପାଟ୍ଟନାମରେ ଏକ ବ୍ୟାଡମିଣ୍ଟନ ଏକାଡେମୀ ତିଆରି କରିବାକୁ ସିନ୍ଧୁଙ୍କୁ ଦୁଇ ଏକର ଜମି ମଧ୍ୟ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।

ଆନ୍ଧ୍ର ପ୍ରଦେଶ ସରକାରରେ ସିନ୍ଧୁ ଜଣେ କର୍ମଚାରୀ ରହିଛନ୍ତି । ୨୦୧୬ରେ ରିଓ ଅଲମ୍ପିକରେ ରୌପ୍ୟ ପଜତ ଜିତିବା ପରେ ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଡେପୁଟି କଲେକ୍ଟର ଚାକିରୀ ପ୍ରଦାନ କରିଥିଲେ । ତେଲେଙ୍ଗାନା ସରକାର ୫ କୋଟି ଓ ଆନ୍ଧ୍ର ପ୍ରଦେଶ ସରକାର ୩ କୋଟି ଟଙ୍କା ସହ ବଡ ସରକାରୀ ଚାକିରୀ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.