ETV Bharat / sports

ଆରେନା ସାବାଲେଙ୍କାଙ୍କୁ କୋରୋନା, ଇଣ୍ଡିଆନ ୱେଲ୍ସ ଟୁର୍ଣ୍ଣାମେଣ୍ଟରୁ ଓହରିଲେ - COVID-19 ପଜିଟିଭ

ବିଶ୍ବ ମହିଳା ଟେନିସ ମାନ୍ୟତାର ୨ ନମ୍ବର ସ୍ଥାନରେ ଥିବା ଆରେନା ସାବାଲେଙ୍କା COVID-19 ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

World No 2 Aryna Sabalenka pulls out of Indian Wells after testing COVID positive
ଆରେନା ସାବାଲେଙ୍କାଙ୍କୁ କୋରୋନା, ଇଣ୍ଡିଆନ ୱେଲ୍ସ ଟୁର୍ଣ୍ଣାମେଣ୍ଟରୁ ଓହରିଲେ
author img

By

Published : Oct 3, 2021, 8:38 PM IST

ହାଇଦ୍ରାବାଦ: ବିଶ୍ବ ମହିଳା ଟେନିସ ମାନ୍ୟତାର ୨ ନମ୍ବର ସ୍ଥାନରେ ଥିବା ଆରେନା ସାବାଲେଙ୍କା COVID-19 ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ୨୩ ବର୍ଷୀୟା ସାବାଲେଙ୍କା ଇଣ୍ଡିଆନ ୱେଲ୍ସ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି ।

କାଲିଫୋର୍ନିଆନ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ୱେଲ୍ସରୁ ବିଶ୍ବ ନମ୍ବର ୧ ଆସଲେ ବାର୍ଟି ଓହରିବା ପରେ ମହିଳା ଡ୍ର'ରେ ଶୀର୍ଷ ମାନ୍ୟତା ଖେଳାଳି ରହିଥିଲେ ସାବାଲେଙ୍କା ।

ତେବେ ରବିବାର COVID ପଜିଟିଭ ଚିହ୍ନଟ ପରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ସାବାଲେଙ୍କା ।

ନିଜକୁ ଆଇସୋଲେସନରେ ରହିବା ସହ ସାବାଲେଙ୍କା ଆହୁରି କହିଛନ୍ତି ଯେ, ଯେପର୍ଯ୍ୟନ୍ତ ଡାକ୍ତର ଓ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କୁ ସୁସ୍ଥ ଘୋଷଣା କରିନାହାନ୍ତି, ସେଯାଏଁ ସେଠାରେ ରହିବେ । ଚଳିତ ବର୍ଷ ଖେଳିବାରୁ ବଞ୍ଚିତ ହୋଇଥିବାରୁ ଦୁଃଖିତ ବୋଲି ମଧ୍ୟ ସେ କହିଛନ୍ତି ।

ଏହି ପ୍ରତିଯୋଗିତାରେ ପୁରୁଷ ନମ୍ବର ୧ ନୋଭାକ ଜୋକବିକ, ୨୦୧୮ ଚମ୍ପିଆନ ନାଓମି ଓସାକା ଓ ୨୩ଥର ଗ୍ରାଣ୍ଡ ସ୍ଲାମ ଚମ୍ପିଆନ ସେରେନା ୱିଲିୟମ୍‌ସ ଅଂଶଗ୍ରହଣ କରିବେନାହିଁ । ଅକ୍ଟୋବର ୪-୧୭ ପର୍ଯ୍ୟନ୍ତ ଏହି ସମ୍ମାନଜନକ ଟେନିସ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.