ETV Bharat / sports

ୱିମ୍ବଲଡନ: ସେମିରେ ଜୋକଭିକ, ଫେଡେରର ବିଦା - ୱିମ୍ବଲଡନରୁ ଭେଡେରର ବିଦା

8ଥରର ଚମ୍ପିଆନ ରୋଜର ଫେଡେରର ଚଳିତ ୱିମ୍ବଲଡନ ଚମ୍ପିଆନସିପରୁ ବାଦ । ଅଧିକ ପଢନ୍ତୁ...

Wimbledon: Federer crashes out, Djokovic enters semi-finals
ୱିମ୍ବଲଡନ: ସେମିରେ ଜୋକଭିକ, ଭେଡେରର ବିଦା
author img

By

Published : Jul 8, 2021, 7:14 PM IST

ଲଣ୍ଡନ: 8ଥରର ଚମ୍ପିଆନ ରୋଜର ଫେଡେରର ଚଳିତ ୱିମ୍ବଲଡନ ଚମ୍ପିଆନସିପରୁ ବାଦ ପଡିଛନ୍ତି । କ୍ବାର୍ଟର-ଫାଇନାଲ ମ୍ୟାଚରେ ପୋଲାଣ୍ଡର ହବାର୍ଟ ହରକେଜଙ୍କ ଠାରୁ 3-6, 6-7(4), 0-6 ସେଟ୍‌ରେ ପରାସ୍ତ ହୋଇଛନ୍ତି । ମାତ୍ର ବିଶ୍ବ ନମ୍ବର 1 ନୋଭାକ ଜୋକଭିକ ଗ୍ରାସ କୋର୍ଟରେ 100ତମ ବିଜୟ ସହ ହଙ୍ଗେରୀର ମାର୍ଟନ ଫୁକସଭିକ୍‌ସଙ୍କୁ 6-3, 6-4, 6-4ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

2018 ଅଷ୍ଟ୍ରେଲିଆନ ଓପନ ସହ ଶେଷଥର ଗ୍ରାଣ୍ଡସ୍ଲାମ ଟାଇଟେଲ ବିଜେତା ହୋଇଥିଲେ ଫେଡେରର । ତେବେ ଯୁବ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ତାଙ୍କ ପାଇଁ ଗତ କିଛି ଟୁର୍ଣ୍ଣାମେଣ୍ଟରେ ଆହ୍ବାନ ହୋଇଛି ।

39ବର୍ଷୀୟ ଫେଡେରର ସିଧାସଳଖ ସେଟ୍‌ରେ ପରାସ୍ତ ହୋଇଥିବାବେଳେ, ଜୋକଭିକ ସିଧା ସେଟ୍‌ରେ ବିଜୟୀ ହୋଇଛନ୍ତି ।

5ଥର ୱିମ୍ବଲଡନ ଏକକ ଟାଇଟେଲ ଜିତିଥିବା ସର୍ବିୟାନ ଟେନିସ ଷ୍ଟାର ପରବର୍ତ୍ତୀ ମୁକାବିଲାରେ କାନାଡାର ଡେନିସ ସାପାଭଲଭଙ୍କୁ ଭେଟିବେ । ଋଷିଆର କାରେନ କାଞ୍ଚନଭଙ୍କୁ 5 ସେଟ ବିଶିଷ୍ଟ ମ୍ୟାଚରେ 6-4, 3-6, 7-5, 1-6, 4-6ରେ ହରାଇ ସେମିରେ ପ୍ରବେଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.