ETV Bharat / sports

ୱିମ୍ବଲଡନ: ନକଆଉଟ ମ୍ୟାଚ୍‌ ଦେଖିବେ ଷ୍ଟାଡିୟମ ଫୁଲ୍‌ ଦର୍ଶକ - ମ୍ୟାଚ୍‌ ଦେଖିବେ ଷ୍ଟାଡିୟମ ଫୁଲ୍‌ ଦର୍ଶକ

ୱିମ୍ବଲଡନ ଚମ୍ପିଆନସିପ୍‌ରେ କ୍ବାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଦେଖିପାରିବେ ହାଉସଫୁଲ ଦର୍ଶକ । ଅଧିକ ପଢନ୍ତୁ...

Wimbledon: Centre, No. 1 Court to have full capacity from Quarter-Finals
ୱିମ୍ବଲଡନ: ନକଆଉଟ ମ୍ୟାଚ୍‌ ଦେଖିବେ ଷ୍ଟାଡିୟମ ଫୁଲ୍‌ ଦର୍ଶକ
author img

By

Published : Jul 4, 2021, 9:56 PM IST

ଲଣ୍ଡନ: ଚଳିତ ୱିମ୍ବଲଡନ ଚମ୍ପିଆନସିପ୍‌ରେ କ୍ବାର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଦେଖିପାରିବେ ହାଉସଫୁଲ ଦର୍ଶକ । ଟେନିସ କୋର୍ଟରେ ଥିବା ସଂପୂର୍ଣ୍ଣ ଦର୍ଶକ କ୍ଷମତାକୁ ଅନୁମତି ମିଳିଛି । ଏନେଇ ରବିବାର ଘୋଷଣ କରିଛନ୍ତି, ଅଲ୍‌ ଇଂଲଣ୍ଡ ଲନ ଟେନିସ ଓ କ୍ରୋ କ୍ଳବ(AELTC) ।

ଟୁର୍ଣ୍ଣାମେଣ୍ଟର ପ୍ରତମ ସପ୍ତାହ ବିନା କୌଣସି ଅସୁବିଧାରେ ସଫଳତାର ସହ ଶେଷ ହୋଇଛି । ଫଳରେ ଅଧିକ ସଂଖ୍ୟକ ଦର୍ଶକଙ୍କୁ ନକଆଉଟ ମ୍ୟାଚ ଦେଖିବାକୁ ସ୍ଥାନୀୟ ସରକାରୀ ଅଧିକାରୀ ଅନୁମତି ପ୍ରଦାନ କରିଛନ୍ତି । ମହାମାରୀ ଆରମ୍ଭରୁ ଏହା ପ୍ରଥମ ଘଟଣା ହେବ ଯେ, ୟୁକେରେ କୌଣସି କ୍ରୀଡା ଇଭେଣ୍ଟରେ ଷ୍ଟାଡିୟମରେ ପୂର୍ଣ୍ଣ କ୍ଷମତା ଦର୍ଶକ ମ୍ୟାଚ ଦେଖିପାରିବେ । ସେଣ୍ଟର କୋର୍ଟର ଦର୍ଶକ କ୍ଷମତା 14,979 ଓ ନମ୍ବର 1 କୋର୍ଟର ଦର୍ଶକ କ୍ଷମତା 12,345 ରହିଛି ।

ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ସାମାନ୍ୟ ସର୍ତ୍ତ ରଖାଯାଇଛି । ଟିକେଟ କିଣିଥିବା ଦର୍ଶକଙ୍କୁ ପ୍ରବେଶ ସମୟରେ 48 ଘଣ୍ଟା ମଧ୍ୟରେ ହୋଇଥିବା କୋଭିଡ-19 ଟେଷ୍ଟ ନେଗେଟିଭ ରିପୋର୍ଟ କିମ୍ବା ଟିକା ନେଇଥିବା ନେଇ ପ୍ରମାଣପତ୍ର ଦେଖାଇବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.