ETV Bharat / sports

ଆଜିଠୁ ଓଡିଶାରେ ପ୍ରଥମ ହୁଇଲ ଚେୟାର ଟେନିସ କର୍ମଶାଳା

author img

By

Published : Feb 19, 2021, 8:02 AM IST

ଆଜିଠୁ(ଶୁକ୍ରବାର) ଓଡିଶାରେ ପ୍ରଥମ ହୁଇଲ ଚେୟାର ଟେନିସ କର୍ମଶାଳା ଭୁବନେଶ୍ବରରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ହୁଇଲ ଚେୟାର ଟେନିସ
ହୁଇଲ ଚେୟାର ଟେନିସ

ଭୁବନେଶ୍ବର: ଓଡିଶାରେ ଆରମ୍ଭ ହେବ ହୁଇଲ ଚେୟାର ଟେନିସ କର୍ମଶାଳା । ଇଣ୍ଡିଆନ ହୁଇଲ ଚେୟାର ଟେନିସ ଟୁର ଓ ଚକଲେଟ ଗ୍ରୁପର ମିଳିତ ଉଦ୍ୟମରେ ଏହାକୁ ଆରମ୍ଭ କରାଯାଇଛି ।

ଭୁବନେଶ୍ବର ଉପକଣ୍ଠ ମେଣ୍ଢାଶାଳ ଗୁରୁକୂଳ ଠାରେ ଥିବା ଟେନିସ ରିସର୍ଟରେ ଆଜି ଠାରୁ ତିନି ଦିନିଆ ହୁଇଲ ଚେୟାର ଟେନିସ କର୍ମଶାଳା ଆୟୋଜିତ ହେବାକୁ ଯାଉଛି । ଏଥିରେ ହୁଇଲ ଚେୟାର ଟେନିସ ଖେଳିବାକୁ ଇଚ୍ଛୁକ ଥିବା ଦିବ୍ୟାଙ୍ଗ କ୍ରୀଡାବିତମାନେ ଭାଗନେବେ ।

ହୁଇଲ ଚେୟାର ଟେନିସ

ଗୁରୁବାର ଏନେଇ ଜର୍ସି ଉନ୍ମୋଚନ କରାଯାଇଛି । ଏହା ସହ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା 50 ଜଣ ହୁଇଲ ଚେୟାର ଟେନିସ୍ କ୍ରୀଡ଼ାବିତଙ୍କ ପଞ୍ଜିକୃତ ଲକ୍ଷ୍ୟ ରଖାଯାଇଥିବା ଏହାର ପ୍ରମୁଖ ଉଦ୍ୟୋକ୍ତା ତଥା ରାଜ୍ୟର ପ୍ରମୁଖ ଟେନିସ ଖେଳାଳି ଚିନ୍ମୟ ପ୍ରଧାନ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.