ETV Bharat / sports

Tokyo Olympics: ଟେନିସ ସିଙ୍ଗଲ୍ସରେ ଜର୍ଭ ଜର୍ମାନର ପ୍ରଥମ ସ୍ବର୍ଣ୍ଣ ବିଜେତା - ଟେନିସ ସିଙ୍ଗଲ୍ସ ଇଭେ

ପ୍ରଥମ ଜର୍ମାନ ଖେଳାଳି ଭାବେ ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ଅଲମ୍ପିକ ସ୍ବର୍ଣ୍ଣ ଜିତିଲେ ଆଲେକଜାଣ୍ଡର ଜର୍ଭ । ଅଧିକ ପଢନ୍ତୁ...

Tokyo Olympics: Zverev becomes first German singles tennis player to win gold at Games
Tokyo Olympics: ଟେନିସ ସିଙ୍ଗଲ୍ସରେ ଆଲେକଜାଣ୍ଡର ଜର୍ଭ ସ୍ବର୍ଣ୍ଣ ବିଜେତା
author img

By

Published : Aug 1, 2021, 5:15 PM IST

ଟୋକିଓ: ଚଳିତ ଟୋକିଓ ଅଲମ୍ପିକରେ ଇତିହାସ ରଚିଲେ ଟେନିସ ଷ୍ଟାର ଆଲେକଜାଣ୍ଡର ଜର୍ଭ । ପ୍ରଥମ ଜର୍ମାନ ଖେଳାଳି ଭାବେ ସିଙ୍ଗଲ୍ସ ଇଭେଣ୍ଟରେ ଅଲମ୍ପିକ ସ୍ବର୍ଣ୍ଣ ଜିତିବାର କିର୍ତ୍ତୀମାନ ହାସଲ କରିଛନ୍ତି ଜର୍ଭ ।

ସ୍ବର୍ଣ୍ଣ ପଦକ ମ୍ୟାଚ୍‌ରେ ଋଷିଆର କାରେନ ଖାଚାନୋଭଙ୍କୁ ୬-୩, ୬-୧ରେ ହରାଇଛନ୍ତି ଜର୍ଭ । ଖାଚାନୋଭଙ୍କୁ କୌଣସି ସୁଯୋଗ ଦେଇନଥିଲେ ଜର୍ମାନ ଟେନିସ ଷ୍ଟାର ଜର୍ଭ । ଆକ୍ରମଣାତ୍ମକ ରଣନୀତିରେ ସଂପୂର୍ଣ୍ଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ ସହ ସିଧାସଳକ ଦୁଇଟି ସେଟ୍‌ରେ ଜିତିନେଇଥିଲେ ।

ପ୍ରଥମ ସେଟ୍‌ରେ ଜର୍ଭ ମାତ୍ର ୩ଟି ପଏଣ୍ଟ ହରାଇଥିଲେ ଓ ୬-୩ରେ ବିଜୟୀ ହୋଇଥିଲେ । ୪୩ ମିନିଟ ଧରି ଏହି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ପରେ ଦ୍ବିତୀୟ ସେଟ୍‌ ୬-୧ରେ ଏକତରଫା ବିଜୟ ହାସଲ କରିଥିଲେ । ପୂର୍ବରୁ ଜର୍ଭ ନମ୍ବର ୧ ନୋଭାକ ଜୋକଭିକଙ୍କୁ ସେମିଫାଇନାଲରେ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.