ପୁଣେ: କ୍ରିକେଟରେ ରାହୁଲ ଦ୍ରାବିଡ ଓ ବ୍ୟାଡମିଣ୍ଟନରେ ପୁଲେଲା ଗୋପୀଚାନ୍ଦଙ୍କ ପରି ଭାରତୀୟ ଟେନିସକୁ ବି ଜଣେ ଏପରି ପ୍ରଶିକ୍ଷତ ଆବଶ୍ୟକ ଯିଏ ଯୁବ ଖେଳାଳିଙ୍କୁ ଗଢିବାର ସ୍ବପ୍ନ ଦେଖୁଥିବ ବୋଲି କହିଛନ୍ତି ଭାରତୀୟ ମହାନ ଟେନିସ ତାରକା ଲିଆଣ୍ଡର ପେସ । ତେବେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଏବେ 19 ବର୍ଷରୁ କମ ଭାରତୀୟ ଦଳର କୋଚ ରହିଥିବା ବେଳେ ଗୋପିଚାନ୍ଦ ଭାରତୀୟ ବ୍ୟାଡମିଣ୍ଟନରେ ସାଇନା ନେହ୍ୱାଲ ଓ ପିଭି ସିନ୍ଧୁଙ୍କ ପରି ଅଲମ୍ପିକ ମେଡାଲିଷ୍ଟଙ୍କୁ ଗଢି ତୋଳିଛନ୍ତି ।
ତେବେ ମହାରାଷ୍ଟ୍ରରେ ଓପନରେ ସାମିଲ ହୋଇଥିବା ପେସ୍ କହିଛନ୍ତି, "ଯଦି ଆପଣମାନେ କିଛି ପୂର୍ବତନ ଖେଳାଳିଙ୍କୁ ଦେଖିବେ, ସେମାନେ ନିଜ ନିଜ ଫିଲ୍ଡରେ ବିଚକ୍ଷଣ ଯୁବ ଖେଳାଳିଙ୍କୁ ଗଢି ତେଳିଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଏବଂ ଗୋପିଚାନ୍ଦଙ୍କ ଉଦାହରଣ ନେଇ ପାରିବ । " ପେସ ଭାରତୀୟ ଟେନିସର ଭବିଷ୍ୟତ ବିଷୟରେ ଆଲୋଚନା କରି କହିଛନ୍ତି, ଆମେ ଦେଶରେ ଟେନିସ ଖେଳକୁ ଆଗକୁ ନେବାର ଆବଶ୍ୟକତା ରହିଛି । କାରଣ ଆଇପିଏଲ, ଟେବୁଲ ଟେନିସ, ବକ୍ସିଂ ବ୍ୟାଡିମିଣ୍ଟନ, ପ୍ରୋ କବାଡି ଭଳି ପ୍ରତିଯୋଗିତା କେବଳ ଭାରତରେ ଆୟୋଜନ ହେଉନାହିଁ । ଆଗାମୀ ଦିନରେ ଏହି ଟୁର୍ଣ୍ଣାମେଣ୍ଟ ଭଳି କିଛି ଟେନିସ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ ହେବାକୁ ଯାଉଛି ।
8ଥର ଗ୍ରାଣ୍ଡସ୍ଲାମ ଟାଇଟଲ ବିଜେତା ପେସ, ମାଥ୍ୟୁ ଇଡେନଙ୍କ ସହ ମିଶି ମହାରାଷ୍ଟ୍ର ଓପନରେ ସାମିଲ ହୋଇଥିଲେ । ମାତ୍ର ତାଙ୍କ ଯୋଡି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛି । ଉଲ୍ଲେକଥାଉ କି, ଟେନସିରୁ ଖୁବଶୀଘ୍ର ଅବସର ନେବେ ବୋଲି ଘୋଷଣା କରିସାରିଛନ୍ତି ପେସ ।