ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓପନରୁ ବାଦ ପଡିଲେ ଭାରତୀୟ ଷ୍ଟାର ଟେନିସ ଖେଳାଳି ସୁମିଲ ନାଗଲ । ମଙ୍ଗଳବାର ଅଷ୍ଟ୍ରେଲିଆନ ଓପନ ପୁରୁଷ ଏକକ ବର୍ଗର ଇଭେଣ୍ଟର ପ୍ରଥମ ରାଉଣ୍ଡରେ ଲିଥୁଆନିଆର ରିଚାର୍ଡ ବେରାଙ୍କିସଙ୍କ ଠାରୁ ସିଧା ସେଟ୍ରେ ପରାସ୍ତ ହୋଇଛନ୍ତି ସୁମିତ ।
ଭାରତର ଦ୍ବିତୀୟ ସର୍ବାଧିକ ମାନ୍ୟତା ପୁରୁଷ ଏକକ ଖେଳାଳି ସୁମିତ, 2-6, 5-7, 3-6 ସେଟ୍ରେ ବେରାଙ୍କିସଙ୍କ ଠାରୁ ପରାସ୍ତ ହୋଇଛନ୍ତି । ଏହି ମ୍ୟାଚ ଦୁଇ ଘଣ୍ଟା 6 ମିନିଟ ଧରି ଖେଳାଯାଇଥିଲା । 23 ବର୍ଷୀୟ ଏହି ଭାରତୀୟ ଟେନିସ ଖେଳାଳି ବିଶ୍ବ ମାନ୍ୟତାର 72ତମ ସ୍ଥାନରେ ଥିବା ଖେଳାଳି ହାରିବା ସହ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ