ETV Bharat / sports

ୱିମ୍ବଲଡନ: ଦ୍ୱିତୀୟ ରାଉଣ୍ଡରେ ସାନିଆ-ମାଟେକ ଯୋଡି

ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମୀର୍ଜା ଚଳିତ ୱିମ୍ବଲଡନ ଚମ୍ପିଆନସିପର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Sania Mirza makes winning return to Wimbledon, sails into second round with Mattek-Sands
ୱିମ୍ବଲଡନ: ଦ୍ୱିତୀୟ ରାଉଣ୍ଡରେ ସାନିଆ-ମାଟେକ ଯୋଡି
author img

By

Published : Jul 1, 2021, 7:09 PM IST

ଲଣ୍ଡନ: ଭାରତୀୟ ଷ୍ଟାର ଟେନିସ ଖେଳାଳି ସାନିଆ ମୀର୍ଜା ଚଳିତ ୱିମ୍ବଲଡନ ଚମ୍ପିଆନସିପର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଡବଲ୍ସ ପାର୍ଟନର ବେଥାନି ମାଟେକ ସାଣ୍ଡ୍‌ସ ସହ ସାନିଆ ପ୍ରଥମ ରାଉଣ୍ଡରେ ବିଜୟୀ ହେବାସହ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ଗୁରୁବାର ସାନିଆ ଓ ତାଙ୍କର ଆମେରିକୀୟ ପାର୍ଟନର ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ କ୍ରାୱକଜେକ ଓ ଆଲେକ୍ସ ଗୁଆରଚିଙ୍କ ବିପକ୍ଷରେ ସହଜ ବିଜୟ ହାସଲ କରିଛନ୍ତି । କ୍ରାୱକଜେକ ଓ ଗୁଆରଚି ପ୍ରଥମ ସେଟ୍‌ରେ ସାନିଆ ଓ ମାଟେକ୍‌ଙ୍କୁ କଡା ଟକ୍କର ଦେଇଥିଲେ । ମାତ୍ର ପ୍ରଥମ ସେଟ୍‌କୁ 7-5ରେ ଭାରତୀୟ ଟେନିସ ଷ୍ଟାର ଓ ଯୋଡି ନିଜ ନାମରେ କରିଥିଲେ । ପରେ ବିଜୟ ଅଭିଯାନକୁ ବଜାୟ ରଖିବା ସହ ଦ୍ବିତୀୟ ସେଟ୍‌କୁ ମଧ୍ୟ 6-3ରେ ଜିତିନେଇଥିଲେ ସାନିଆ ଓ ମାଟେକ ।

ଏକଘଣ୍ଟା 28 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚ୍‌ରେ ସାନିଆ ଓ ତାଙ୍କ ପାର୍ଟନରଙ୍କୁ 76 ପଏଣ୍ଟ ମିଳିଥିଲା ଯାହାକି ତାଙ୍କର ପ୍ରତିଦ୍ବନ୍ଦ୍ବୀଙ୍କ ଟାରୁ 17 ପଏଣ୍ଟ ଅଧିକ ।

ଅନ୍ୟପଟେ ପୁରୁଷ ଏକକ ମ୍ୟାଚରେ ଆଲେକଜାଣ୍ଡର ଜର୍ଭ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଜର୍ଭ ସାଣ୍ଡଗ୍ରେନଙ୍କୁ 7-5,6-2,6-3 ସେଟ୍‌ରେ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.