ଆଡିଲେଡ୍: ଆଡିଲେଡ୍ ଇଣ୍ଟରନ୍ୟାସନାଲ ଟୁର୍ନାମେଣ୍ଟରେ ଭାରତୀୟ ଟେନିସ ଷ୍ଟାର ସାନିଆ ମୀର୍ଜାଙ୍କ ବିଜୟ ଅଭିଯାନ ଜାରି । ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି ସାନିଆ ଓ ତାଙ୍କର ୟୁକ୍ରେନ ପାର୍ଟନର ନାଦିଆ କିଚେନକ୍ । ଗୁରୁବାର ଖେଳାଯାଇଥିବା କ୍ବାର୍ଟର ମୁକାବିଲାରେ ଆମେରିକୀୟ ଖେଳାଳି ସେଲବି ରୋଜର୍ସ ଓ ଗ୍ରେଟ୍ ବ୍ରିଟେନ୍ର ହିଥର ୱାଟସନଙ୍କୁ ପରାସ୍ତ କରିଛନ୍ତି ସାନିଆ ଓ ନାଦିଆ ଯୋଡି ।
-
WTA 500 ADELAIDE QF : Sania Mirza & Nadia Kichenok 🇺🇦 reaches semis with a 6-0 1-6 10-5 win over Heather Watson🇬🇧/Shelby Rogers🇺🇲
— Indian Tennis Daily (@IndTennisDaily) January 6, 2022 " class="align-text-top noRightClick twitterSection" data="
They will next face Australian pair of Ashleigh Barty & Storm Sanders for a place in the finals pic.twitter.com/Xq9giLeVlb
">WTA 500 ADELAIDE QF : Sania Mirza & Nadia Kichenok 🇺🇦 reaches semis with a 6-0 1-6 10-5 win over Heather Watson🇬🇧/Shelby Rogers🇺🇲
— Indian Tennis Daily (@IndTennisDaily) January 6, 2022
They will next face Australian pair of Ashleigh Barty & Storm Sanders for a place in the finals pic.twitter.com/Xq9giLeVlbWTA 500 ADELAIDE QF : Sania Mirza & Nadia Kichenok 🇺🇦 reaches semis with a 6-0 1-6 10-5 win over Heather Watson🇬🇧/Shelby Rogers🇺🇲
— Indian Tennis Daily (@IndTennisDaily) January 6, 2022
They will next face Australian pair of Ashleigh Barty & Storm Sanders for a place in the finals pic.twitter.com/Xq9giLeVlb
ଏହାମଧ୍ୟ ପଢନ୍ତୁ: ICC Women's World Cup: ଟିମ ଇଣ୍ଡିଆ ଘୋଷଣା, ପାକିସ୍ତାନ ସହ ପ୍ରଥମ ମୁକାବିଲା
ସାନିଆ ଓ ନାଦିଆ ଯୋଡି କ୍ବାର୍ଟର-ଫାଇନାଲରେ ପ୍ରତିନ୍ଦ୍ବନ୍ଦ୍ବୀଙ୍କୁ ୬-୦, ୧-୬, ୧୦-୫ ସେଟ୍ରେ ହରାଇଛନ୍ତି । ଏହି ମ୍ୟାଚ୍ ୫୫ ମିନିଟ୍ ଧରି ଖେଳାଯାଇଥିଲା । ଭାରତ ଓ ୟୁକ୍ରେନ ଯୋଡି ସେମିଫାଇନାଲରେ ଅଷ୍ଟ୍ରେଲୀୟ ଯୋଡି ଆସଲେ ବାର୍ଟି ଓ ଷ୍ଟୋର୍ମ ସାଣ୍ଡର୍ସଙ୍କୁ ଭେଟିବେ ।
ସାନିଆ ଓ ନାଦିଆ ଯୋଡି ପୂର୍ବରୁ ଜର୍ବିଏଲା ଡାବ୍ରୋସକି ଓ ଗିୟୁଲିଆନା ଓଲମସଙ୍କୁ ୧-୬, ୬-୩, ୧୦-୮ରେ ପ୍ରଥମ ରାଉଣ୍ଡରେ ହରାଇଥିଲେ । ଜାନୁଆରୀ ୧୭ରୁ ମେଲବର୍ଣ୍ଣରେ ଖେଳାଯିବାକୁ ଥିବା ମେଗା ଟେନିସ ଟୁର୍ନାମେଣ୍ଟ ପୂର୍ବରୁ ଆଡିଲେଡ୍ ଇଣ୍ଟରନ୍ୟାସନାଲ୍ ଖେଳାଯାଉଛି ।
IANS