ETV Bharat / sports

ଫ୍ରେଞ୍ଚ ଓପନରୁ ଓହରିଲେ ରୋଜର ଫେଡେରର

author img

By

Published : Jun 6, 2021, 9:33 PM IST

ଚଳିତ ଫ୍ରେଞ୍ଚ ଓପନ ଅଧାରୁ ଓହରିଲେ ସ୍ବିସ ଟେନିସ ଷ୍ଟାର ରୋଜର ଫେଡେରର । ଅଧିକ ପଢନ୍ତୁ...

Roger Federer withdraws from French Open
ଫ୍ରେଞ୍ଚ ଓପନରୁ ଓହରିଲେ ରୋଜର ଫେଡେରର

ପ୍ୟାରିସ: ଚଳିତ ଫ୍ରେଞ୍ଚ ଓପନ ଅଧାରୁ ଓହରିଲେ ସ୍ବିସ ଟେନିସ ଷ୍ଟାର ରୋଜର ଫେଡେରର । ଏନେଇ ରବିବାର ଆୟୋଜକ କମିଟି ସ୍ପଷ୍ଟ କରିଛନ୍ତି ।

ଫେଡେରର ଟୁର୍ଣ୍ଣାମେଣ୍ଟର ଚତୁର୍ଥ ରାଉଣ୍ଡରୁ ଓହରିଯାଇଥିବା ରୋଲାଣ୍ଡ ଗାରୋସ ଟୁର୍ଣ୍ଣାମେଣ୍ଟ ଆୟୋଜକ ଔପଚାରିକ ଘୋଷଣାନାମାରେ କହିଛନ୍ତି ।

ଫେଡେରରଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି । ଏହାକୁ ଦୁଇବର୍ଷ ବିତିନଥିଲେ ମଧ୍ୟ ସେ ମେଗା ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ମାତ୍ର ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ଟୁର୍ଣ୍ଣାମେଣ୍ଟର ପରବର୍ତ୍ତୀ ମ୍ୟାଚ ଗୁଡିକରେ ଖେଲିବାକୁ ଅସମର୍ଥ ବୋଲି ଦର୍ଶାଇଛନ୍ତି ଫେଡେରର ।

ଫେଡେରର ଶନିବାର ଜର୍ମାନର ଡୋମିନିକ କୋଏଫରଙ୍କୁ 7-6(5),6-7(3),7-6(4),7-5 ସେଟ୍‌ରେ ହରାଇ ଚଳିତ ଫ୍ରେଞ୍ଚ ଓପନର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.