ପୁନେ: ଭାରତର ଶୀର୍ଷ ପୁରୁଷ ଏକକ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ବରନ ପ୍ରି-କ୍ବାଟର ଫାଇନାଲରେ କୋରିଆ ଖେଳାଳି ଠାରୁ ପରାସ୍ତ ହୋଇ ଟାଟା ଓପନ ମହାରାଷ୍ଟ୍ରରୁ ବିଦାୟ ନେଇଛନ୍ତି । ପ୍ରଜନେଶ କୋରିଆର କ୍ବାନ ସୁନ-ଓ ଠାରୁ 3-6,6-7ସେଟ୍ରେ ପରାସ୍ତ ହୋଇଛନ୍ତି ।
ପ୍ରଥମ ସେଟ୍ରେ ପ୍ରଜନେଶ ପରାସ୍ତ ହୋଇଥିଲେ । ଏହାପରେ 2ୟ ସେଟ୍ରେ ସୁନ-ଓଙ୍କୁ କଡା ଟକ୍କର ଦେଇଥିଲେ ପ୍ରଜନେଶ କିନ୍ତୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଭାରତୀୟ ଖେଳାଳି ପ୍ରଜନେଶଙ୍କୁ ପରାସ୍ତ କରି କୋରିଆର କ୍ବାନ କ୍ବାଟର ଫାଇନାଲରେ ପ୍ରବେଶ କରିଛନ୍ତି ।
ତେବେ ପ୍ରଜନେଶଙ୍କ ପରାସ୍ତ ପରେ ଏକକ ବର୍ଗରେ ଭାରତର ଯାତ୍ରା ସମାପ୍ତ ହୋଇଛି । ଏହା ପୂର୍ବରୁ ସୁମିତ ନାଗଲ, ରାମକୁମାର ରାମନାଥନ, ଶଶିକୁମାର ମୁକୁନ୍ଦ ଓ ଅର୍ଜୁନ ପ୍ରଥମ ରାଉଣ୍ଡରେ ହିଁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛନ୍ତି ।